‘ହ୍ୱାଟସ୍ ଆପ୍’ ବନାମ ‘ଗୁଗୁଲ୍ ଆଲୋ’
ହ୍ୱାଟସ୍ ଆପ୍ ପରି ଗୁଗୁଲ ପକ୍ଷରୁ ଆଣ୍ଡ୍ରଏଡ଼ର ମୋବାଇଲ୍ର ନମ୍ବର ଉପରେ ଆଧାରିତ ନୂଆ ଚାର୍ଟିଂ ଆପ୍ ‘ଗୁଗୁଲ୍ ଆଲୋ’ର ଘୋଷଣା କରାଯାଇଛି । ଏହାର କେତେକ ଫିଚର୍ସ ଏହାକୁ ହ୍ୱାଟସ୍ ଆପ୍ଠାରୁ ଉନ୍ନତ କରିଛି ବୋଲି କଂପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ପ୍ରଥମତଃ ଏହାର ସ୍ମାର୍ଟ ରିପ୍ଲାଇ ଫିଚର୍ସ ଜରିଆରେ କୌଣସି ମଧ୍ୟ ନିର୍ଦ୍ଧିଷ୍ଟ ନମ୍ବରର ନିର୍ଦ୍ଧିଷ୍ଟ ମେସେଜ୍ର ଉତ୍ତର ଦିଆଯାଇ ପାରିବ । ଯେପରିକି ଯଦି କେହି ପିଜାର ଫଟୋ ପଠାଏ ତେବେ ସ୍ୱତ୍ଃ ୟମି ବୋଲି ଉତ୍ତର ଦେଇହେବ । ଦ୍ୱିତୀୟତଃ ଏଥିରେ ଗୁଗୁଲ ଆସିଷ୍ଟାଣ୍ଡ ଚେଟ୍ ବଟ୍ର ଫିଚର୍ସ ରହିଛି । ଏହା ଦ୍ୱାରା ରୋବଟ ସହ ବିଭିନ୍ନ ପ୍ରସଙ୍ଗରେ ଚାଟିଂ କରି ପାରିବେ । ଗୁଗୁଲ ସର୍ଚ୍ଚ ଫିଚର୍ସଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯାଇ ପାରିବ । ଗୁଗୁଲ ପକ୍ଷରୁ ‘ଗୁଗୁଲ୍ ଡୁଓ’ ନାମକ ଅନ୍ୟ ଏକ ଭିଡିଓ ଚାଟିଂ ଆପ୍ର ମଧ୍ୟ ଘୋଷଣା କରାଯାଇଛି । ମାତ୍ର ୫ଏମବି ଭାର ବିଶିଷ୍ଟ ଏହି ଆପ୍ ସର୍ବାପେକ୍ଷା ସହଜ ଏବଂ କମ୍ ମେମୋରି ନେଉଥିବା ଆପ୍ ବୋଲି ଗୁଗୁଲ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
0 Comments