Ticker

4/recent/ticker-posts

କାହିଁକି ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ, କହିଲେ ଏହି କାରଣ // BJP Leader Ashok Panigrahi Quits Party

ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ବିଜେପି ଦଳର ହାତ ଛାଡ଼ି ଦେଇଛନ୍ତି ବିଜେପୁରର ପୂର୍ବତନ ବିଧା୍ୟକ ଅଶୋକ ପାଣିଗ୍ରାହୀ। ସବୁଠାରୁ ବଡ଼ କଥା ହେଲା ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି। 
Ashok Panigrahi quits BJP
Ashok Panigrahi quits BJP

ମୁଖ୍ୟାଂଶ:


  • ୨୦୧୯ ବିଜେପୁର ଉପନିର୍ବାଚନରେ ଟିକଟ ନ ଦେବା ନେଇ ଅସନ୍ତୁଷ୍ଟ ଥିଲେ
  • ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ମଧ୍ୟ ତାଙ୍କୁ ବାଦ୍‍ ଦିଆଯାଇଥିଲା
  • ୨୦୧୮ ଉପନିର୍ବାଚନ ପୂର୍ବରୁ ବିଜେପି ଦଳରେ ମିଶିବା ସହ ବିଜେପୁର ଆସନରୁ ନିର୍ବାଚନ ଲଢ଼ିଥିଲେ
  • ୨୦୦୦ରେ ବିଜେଡି ଟିକଟରେ ବିଜେପୁର ବିଧାୟକ ହୋଇଥିଲେ। ତେବେ ପୁଣି ବିଜେଡିକୁ ଫେରିବା ଆଶା କ୍ଷୀଣ
  • ଗତ ୨୦୧୮ରେ ବିଜେପିର ଟାଣୁଆ ନେତା ସୁବାଷ ଚୌହାନ ଦଳ ଛାଡିଥିଲେ
ରିପୋର୍ଟ: ଦେବେନ ପଟେଲ

ବିଜେପି ଦଳର ହାତ ଛାଡ଼ି ଦେଇଛନ୍ତି ବିଜେପୁରର ପୂର୍ବତନ ବିଧା୍ୟକ ଅଶୋକ ପାଣିଗ୍ରାହୀ। ଗତ ୨୦୧୮ ବିଜେପୁର ଉପନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କଠାରୁ ପରାସ୍ତ ହୋଇଥିଲେ ସୁଦ୍ଧା କଡ଼ା ଟକ୍‌ର ଦେଇଥିଲେ।  ତେବେ ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କ ବଦଳରେ ସନତ ଗଡତିଆଙ୍କ ପ୍ରାର୍ଥୀ କରିଥିବାବେଳେ ଚଳିତ ଉପନିର୍ବାଚନରେ ପୁଣି ଥରେ ତାଙ୍କ ଉପରେ ଦଳ ବିଶ୍ୱାସ ରଖିଥିଲା। ଅଶୋକ ପାଣିଗ୍ରାହୀ ଦଳ ଭିତରେ ଧିରେ ଧିରେ କଣଠେସା ହୋଇଯାଉଥିବାର ଅନୁଭବ କରୁଥିଲେ। ସେ ଏ ବିଷୟରେ ଦଳର ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ। ମାତ୍ର କୌଣସି ଲାଭ ମିଳି ପାରି ନଥିଲା। ଗତ କିଛି ଦିନ ହେଲା ଅଶୋକ ପାଣିଗ୍ରାହୀ ଖୋଲାଖୋଲି ଭାବେ ଏ ବାବଦରେ ପ୍ରକାଶ କରି ଆସୁଛନ୍ତି। ଆଜି ଶ୍ରୀ ପାଣିଗ୍ରାହୀ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡିବା ପରେ ରାଜ୍ୟ ବିଜେପିରେ ଚର୍ଚ୍ଚାର ବିଷୟ ହୋଇଛି। 

କ’ଣ କହିଲେ ଦଳ ଛାଡିବାର କାରଣ:

୨୦୧୮ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପି ସହ ସାମିଲ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳ କେବଳ ସେହି ଗୋଟିଏ ଥର ଟିକଟ ଦେଇଥିଲା। ଗତ ୨୦୧୮ ସାଧାରଣ ନିର୍ବାଚନରେ ତାଙ୍କୁ ଟିକଟ ଦିଆଯାଇ ନ ଥିବାବେଳେ ପୁଣି ଉପନିର୍ବାଚନରେ ତାଙ୍କୁ ଅଣଦେଖା କରାଯାଇଛି। ‘ତାରକା ପ୍ରଚାରକ ତାଲିକାରେ ମୋ ନାଁ ରଖାଗଲାନି, ମୋତେ ଦଳରେ କୌଣସି ସାଂଗଠନିକ ପଦ ଦିଆଗଲାନି, ଦଳ ମୋତେ ବିଶ୍ବାସକୁ ନେଲାନି, ଫଳତଃ ଦଳ ଛାଡ଼ିଲି ,ତେବେ ଏ  ନିଷ୍ପତ୍ତି  ମୋର ନୁହେଁ ସମର୍ଥକଙ୍କର; ସମର୍ଥକଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବି’ ବୋଲି କହିଛନ୍ତି। ବେଶ କିଛିଦିନ ହେଲା ସେ ଗଣମାଧ୍ୟମରେ ବିଜେପି ତଥା ବିଜେପି ନେତୃବୃନ୍ଦଙ୍କ ବିରୋଧରେ ବୟାନବାଜୀ ଜାରି ରଖିଥିଲେ। ବିଜେପିରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଆସୁଥିଲେ। ମାତ୍ର ବିଜେପି ନେତୃବୃନ୍ଦ ଅଶୋକଙ୍କୁ ଆଦୌ ଗୁରୁତ୍ୱ ନ ଦେବାରୁ ଆଜି ସେ ବିଜେପି ଛାଡ଼ିଛନ୍ତି। ବିଜେପୁର ଗତ ଉପନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କୁ ନେଇ ବିଜେପି ଯେଉଁ ଆଶା ଓ ଭରସା କରିଥିଲା ତାହା ଫସର ଫାଟିଥିଲା। ସେହିଦିନ ଠାରୁ ବିଜେପିରେ ଅଶୋକଙ୍କର ଗୁରୁତ୍ୱ ହ୍ରାସ ପାଇଥିଲା। ବିଜେପୁରରେ ପୂର୍ବରୁ ବିଜେଡି ବିଧାୟକ ଥିବା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିଲା ପରେ କୌଣସି ଫରକ ପଡ଼ିବ ନାହିଁ ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି। 


୨୦୧୮ ଉପନିର୍ବାଚନ ପୂର୍ବରୁ ଦଳରେ ମିଶିଥିଲେ:

ଗତ ୨୦୦୦ ବିଧାନସଭା ନିର୍ବାଚନରେ ବିଜେଡି ଦଳର ଟିକଟରେ ଅଶୋକ ପାଣିଗ୍ରାହୀ ପ୍ରାର୍ଥୀ ହେବା ସହ ବିଜୟୀ ହୋଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ କ୍ରମାଗତ ଭାବେ ତିନିଥର ବିଜୟୀ ହୋଇଥିଲେ। ତାଙ୍କର ମୃତ୍ୟୁ ପରେ ଗତ ୨୦୧୮ରେ ବିଜେପୁର ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା। ତେବେ ଅଶୋକ ପାଣିଗ୍ରାହୀ ଏହା ପୂର୍ବରୁ ବିଜେପି ଦଳରେ ମିଶିବା ସହ ଟିକଟ ହାତେଇଥିଲେ। ବିଜେଡି ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ସାମିଲ କରିବା ସହ ତାଙ୍କୁ ଟିକଟ ଦେଇଥିଲା। ରୀତା ସାହୁ ଏହି ଆସନରୁ ବିଜୟୀ ହୋଇଥିଲେ ସୁଦ୍ଧା ଅଶୋକ ପାଣିଗ୍ରାହୀ ତାଙ୍କୁ ଏଠାରେ କଡା ଟକ୍‍କର ଦେଇଥିଲେ। ତେବେ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନ ସହ ବିଜେପୁରରୁ ଦ୍ୱିତୀୟ ଆସନ ଭାବେ ଛିଡ଼ା ହୋଇଥିଲେ। ତେବେ ଗତ ୨୦୦୦ ମସିହାରୁ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିବା ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିଦେବା ପରେ ଏଠାରେ ପୁଣି ଥରେ ଉପନିର୍ବାଚନ ସ୍ଥିତି ଦେଖାଦେଇଥିଲା। ମାତ୍ର ବିଜେପି ଏହି ଉପନିର୍ବାଚନ ପାଇଁ ପୁଣି ଥରେ ସନତ ଗଡତିଆଙ୍କ ଉପରେ ବିଶ୍ୱାସ ରଖିବାରୁ ଅଶୋକ ପାଣିଗ୍ରାହୀ ଦୁଃଖିତ ଥିଲେ। 

ପୂର୍ବରୁ ଦଳ ଛାଡି ସାରିଛନ୍ତି ସୁବାଷ ଚୌହାନ

ଗତ ସାଧାରଣ ନିର୍ବାଚନ ସମୟରେ ଦଳର ଅନ୍ୟତମ ବରିଷ୍ଠ ନେତା ସୁବାଷ ଚୌହାନ ଦଳ ଛାଡିଥିଲେ। ବଡ଼ କଥା ହେଲା ଏବେ ଅଶୋକ ପାଣିଗ୍ରାହୀ ଯେଉଁ ଅଭିଯୋଗ କରି ଦଳ ଛାଡିଥିବା କହୁଛନ୍ତି ସୁବାଷ ମଧ୍ୟ ପୂର୍ବରୁ ସେହି ଅଭିଯୋଗ କରିଛନ୍ତି। ଦଳରେ ଅରାଜକତା ରହିଛି। ଜନୈକ ନେତା ସମସ୍ତ କ୍ଷମତା ନିଜ ହାତକୁ ନେବାକୁ ଚାହୁଁଛନ୍ତି। ତାଙ୍କ ଲାଇନରେ ରହୁଥିବା ନେତାଙ୍କୁ ପ୍ରମୋଟ କରୁଥିବାବେଳେ ଅନ୍ୟମାନଙ୍କୁ ଧିରେ ଧିରେ କଣଠେସା କରି ଚାଲିଛନ୍ତି।

Post a Comment

0 Comments