ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ରହିଥିବା ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ)ର ବୈଠକରେ ପାକିସ୍ତାନ କିିଛି ମାସ ପାଇଁ କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ଗ୍ରେ-ତାଲିକାରୁ ବର୍ତ୍ତି ପାରିନାହିଁ।ଜୁନ ୨୦୧୮ରୁ ଏହି ତାଲିକାରେ ରହିଥିବା ଯୋଗୁଁ ପାକିସ୍ତାନ ଗତ ଗୋଟିଏ ବର୍ଷରେ ପ୍ରାୟ ୨.୨୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଲାଣି। ସହାୟତା ବନ୍ଦ ହୋଇ ଯାଇଥିବାବେଳେ ଆର୍ଥୀକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଗତ ଗୋଟିଏ ବର୍ଷରେ ପ୍ରାୟ ସାଢ଼େ ୭କୋଟି ଟଙ୍କାର ଅତିରିକ୍ତ ଋଣ କରିବାକୁ ପଡିଛି। ପାକିସ୍ତାନର ଆର୍ଥୀକ ସ୍ଥିତି କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ଋଣ କରିବାକୁ ପଡିଛି ସେ ସଂପର୍କରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ସମ୍ପୂର୍ଣ୍ଣ ଖବରକୁ ପଢ଼ନ୍ତୁ ଏବଂ ନୂଆ ନୂଆ ରୋଚକ ଖବର ପାଇଁ ଆମର ସାଇଟ୍କୁ ଫଲୋ କରନ୍ତୁ।
Pakistan PM Imran Khan talking about Financial Crisis |
ଖବର ମୁଖ୍ୟାଂଶ:
- ପ୍ରତି ପାକିସ୍ତାନ ନାଗରିକ ମୁଣ୍ଡରେ ୭୦ ହଜାର ଟଙ୍କାର ଋଣ ବୋଝ
- କଳା ତାଳିକା ଭୁକ୍ତ ହେଲେ ସ୍ଥିତି ସଙ୍ଗୀନ ହୋଇ ପଡିବ
- କଳା ତାଲିକା ଭୁକ୍ତରୁ ବର୍ତ୍ତିବା ପାଇଁ ମିଳିଛି ୪ ମାସର ସମୟ
- ଚୀନ, ତୁର୍କି ଓ ମାଲେସିଆ ସହାୟତାରୁ କଳା ତାଳିକାରୁ ବର୍ତ୍ତିଲା ପାକିସ୍ତାନ
କ୍ଷମତାକୁ ଆସିବା ପୂର୍ବରୁ ପାକିସ୍ତାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂଆ ପାକିସ୍ତାନ ଗଠନର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପାକିସ୍ତାନ ଗୋଟିଏ ବର୍ଷ ମଧ୍ୟରେ ଆର୍ଥୀକ ସଂକଟ ମଧ୍ୟକୁ ଠେଲି ହୋଇଯାଇଛି।
ଏଫଏଟିଏଫ ପକ୍ଷରୁ ଆତଙ୍କବାଦ ଏବଂ ତାଙ୍କର ପାଣ୍ଠି ରୋକିବା ପାଇଁ କେତେକ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ୪ ମାସର ସମୟ ଦେଇଛି। ସର୍ତ୍ତ ପୂରଣ କରିବା ପର୍ଯ୍ୟନ୍ତ ଏହି ଚାରି ମାସ ପାକିସ୍ତାନ ଗ୍ରେ-ତାଲିକାରେ ରହିବ। ଯଦି ପାକିସ୍ତାନ ଏହି ଚାରି ମାସ ମଧ୍ୟରେ ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ରୋକିବାରେ ସକ୍ଷମ ନ ହୁଏ ତେବେ ଚାରି ମାସ ପରେ ପୁଣି ଥରେ ହେବାକୁ ଥିବା ଏଫଏଟିଏଫର ବୈଠକରେ ପାକିସ୍ତାନକୁ କଳା ତାଳିକାଭୁକ୍ତ କରାଯାଇପାରେ। ଥରେ କଳା ତାଳିକା ଭୁକ୍ତ ହୋଇଯିବା ପରେ ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ବିଶ୍ୱର କୌଣସିି ମଧ୍ୟ ଦେଶ କିମ୍ବା ସଂଗଠନଠାରୁ ଋଣ ନେବା କାଠିକର ପାଠ ହୋଇଯିବ।
Financial Action Task Force |
ଏଫଏଟିଏଫର ବୈଠକରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦ ସଂଗଠନ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ସୂଚନା ଦିଆଯାଇଥିଲା। ପାକିସ୍ତ୍ାନର ବିଭିନ୍ନ ଏଜେନ୍ସିମାନେ ଆତଙ୍କବାଦୀ ସଂଗଠନକୁ ଅର୍ଥ ଯୋଗାଉଥିବା ସନ୍ଦିଗ୍ଧ ଆକାଉଣ୍ଟଗୁଡିକୁ ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି। ଏଭଳି ସନ୍ଦିଗ୍ଧ ଥିବା ୫ହଜାର ବ୍ୟାଙ୍କ ଖାତା ବନ୍ଦ କରିବା ସହିତ ସେଥିରେ ଥିବା ଅର୍ଥ ରାଶିକୁ ଜବତ କରି ନିଆଯାଇଛି। ସୂତ୍ର ଅନୁସାରେ ଏହି ବ୍ୟାଙ୍କ ଖାତା ଗୁଡିକରେ ପ୍ରାୟ ୨୦ କୋଟି ଟଙ୍କାର ଧନରାଶି ରହିଥିଲା। ସର୍ବାଧିକ ପଞ୍ଜାବ ପ୍ରାନ୍ତରେ ରହିଥିବା ବହୁ ଖାତାକୁ ବନ୍ଦ କରାଯାଇଛି। ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେଠାରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଦୁର୍ବଳ ହୋଇଯାଇଥିବା କୁହାଯାଉଛି। ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡିକ ଯେଭଳି ଆର୍ଥୀକ ସହାୟତା କୌଣସି ହିସାବରେ ପାଇ ପାରିବେ ନାହିଁ ସେଥିପାଇଁ ଭାରତ ଦୀର୍ଘ ଦିନ ହେବ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛି। ବାଧ୍ୟବାଧ୍ୟକତାରେ ହେଉ ବରଂ ପାକିସ୍ତାନର ଆତଙ୍କବାଦୀ ସଂଗଠନର ବ୍ୟାଙ୍କ ଖାତା ବନ୍ଦ କରିବା ପଦକ୍ଷେପକୁ ଭାରତର କୁଟନୈତିକ ବିଜୟ ବୋଲି କୁହାଯାଉଛି।
Financial Action Task Force Meeting in October 2019 |
ଇମ୍ରାନ ଖାନ୍ଙ୍କ ଶାସନରେ ପାକିସ୍ତାନର ସ୍ଥିତି ବିଷମ:
କ୍ଷମତାକୁ ଆସିବା ପୂର୍ବରୁ ପାକିସ୍ତାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂଆ ପାକିସ୍ତାନ ଗଠନର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପାକିସ୍ତାନ ଗୋଟିଏ ବର୍ଷ ମଧ୍ୟରେ ଆର୍ଥୀକ ସଂକଟ ମଧ୍ୟକୁ ଠେଲି ହୋଇଯାଇଛି। ପାକିସ୍ତାନ ଏବେ ଗ୍ରେ-ପାକିସ୍ତାନ ହୋଇ ସାରିଲାଣି। ଗ୍ରେ-ତାଲିକାଭୁକ୍ତ ହେବା ପରେ ପାକିସ୍ତାନକୁ ଗତ ୧୫ ମାସରେ ପାକିସ୍ତ୍ାନକୁ ୨.୨୫ଲକ୍ଷ କୋଟି ଟଙ୍କାର କ୍ଷତି ହୋଇ ସାରିଲାଣି। ନୂଆ ପାକିସ୍ତାନର ସ୍ୱପ୍ନ ଏବେ ଧୂଳିସାତ୍ ହୋଇ ସାରିଲାଣି। ଇମ୍ରାନ ଖାନ ଶାସନ କ୍ଷମତାକୁ ଆସିବାର ଗୋଟିଏ ବର୍ଷ ମଧ୍ୟରେ ପାକିସ୍ତାନ ଉପରେ ସାଢ଼େ ୭ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ବୋଝ ପଡିଲାଣି। ଗୋଟିଏ ବର୍ଷ ମଧ୍ୟରେ ଇମ୍ରାନ ସରକାର ବିଦେଶରୁ ୨.୮ ଲକ୍ଷ କୋଟି ଟଙ୍କା ନେଇ ସାରିଥିବାବେଳେ ୪.୭ ଲକ୍ଷ କୋଟି ଟଙ୍କାର ଘରୋଇ ଋଣ ରହିଛି। ପ୍ରାୟ ୨୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ପ୍ରତି ନାଗରିକଙ୍କ ଉପରେ ଏବେ ପ୍ରାୟ ୩୦ ହଜାର ଟଙ୍କାର ଋଣ ବୋଝ ଏହି ଗୋଟିଏ ବର୍ଷରେ ବଢ଼ିଲାଣି। ସୂଚନା ଯୋଗ୍ୟ ଯେ, ପାକିସ୍ତାନ ଦେଶ ଉପରେ ଏବେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର ଋଣ ବୋଝ ରହିଛି। ଏଥିମଧ୍ୟରୁ କେବଳ ସାଢ଼େ ୭ଲକ୍ଷ କୋଟି ଟଙ୍କା ଗୋଟିଏ ବର୍ଷରେ ହୋଇଛି। ଦେଶର ଆର୍ଥୀକ ସ୍ଥିତି ଏଭଳି ଥିବାବେଳେ ଏମଏଟିଏଫର ଗ୍ରେ-ତାଲିକାରେ ରହିବା ପାକିସ୍ତାନକୁ କେତେବଡ଼ କ୍ଷତିରେ ରହିବାକୁ ପଡୁଛି ତାହା ସହଜରେ ଅନୁମେୟ।
ଗ୍ରେ-ତାଲିକାର ଅର୍ଥ କଣ
ଜୁନ ୨୦୧୮ରୁ ପାକିସ୍ତାନ ଏଫଏଟିଏଫର ଗ୍ରେ-ତାଲିକାରେ ରହିଛି। ଗ୍ରେ-ତାଲିକାରେ ନାମ ଅର୍ଥ ସଂପୃକ୍ତ ଦେଶ ଆତଙ୍କବାଦୀଙ୍କ ନିର୍ଭୟସ୍ଥଳ। ଏହି ଦେଶରେ ଆତଙ୍କବାଦୀ ସଂଗଠନଗୁଡିକୁ ସହଜରେ ପାଣ୍ଠି ମିଳିବା ସହ ସେମାନେ ସେଠାରୁ ତାଙ୍କର ଗତିବିଧି ପରିଚାଳିତ କରୁଥିବା କିମ୍ବା ସରକାର ସେମାନଙ୍କ ଉପରେ କଟକଣା କରିବାରେ ସକ୍ଷମ ହେଉ ନ ଥିବା ପରିସ୍ଥିତିରେ ଗ୍ରେ-ତାଲିକାଭୁକ୍ତ କରାଯାଇଥାଏ। ଗ୍ରେ- ତାଲିକା ଭୁକ୍ତ ହେବା ଯୋଗୁଁ ପାକିସ୍ତାନକୁ ଗତ ୧୫ମାସରେ ୨ ଲକ୍ଷ ୧୫ହଜାର ୯୬୧ କୋଟି ଟଙ୍କାର କ୍ଷତି ସହିବାକୁ ପଡିଲାଣି। ଆସନ୍ତା ଚାରି ମାସ ଅର୍ଥାତ ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ଆହୁରି ୫୦ହଜାର ୮୧୫ କୋଟି ଟଙ୍କାର କ୍ଷତ୍ି ପାକିସ୍ତାନକୁ ସହିବାକୁ ପଡିବ। ଏହିପରି ଭାବେ ଆତଙ୍କବାଦ ଯୋଗୁଁ ପାକିସ୍ତାନକୁ ଯେଉଁ ଗ୍ରେ-ତାଲିକାର ଦାଗ ଲାଗିଛି ଏଥିପାଇଁ ୨୦୧୦ ଫେବୃୟାରୀ ପର୍ଯ୍ୟନ୍ତ ପାକିସ୍ତାନକୁ ୨ଲକ୍ଷ ୬୬ ହଜାର ୭୭୬ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ପାକିସ୍ତାନକୁ ହେଉଥିବା ଏହି କ୍ଷତି ତାଙ୍କ ଦେଶର ବାର୍ଷିକ ବଜେଟ୍ର ୨୬ ପ୍ରତିଶତ। ଯଦି ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉ ନଥାନ୍ତା ତେବେ ଚିନ୍ତା କରାଯାଇ ପାରେ ଯେ ନିଜ ଦେଶର ବିକାଶ ପାଇଁ ପାକିସ୍ତ୍ାନ କେତେ କଣ କରି ପାରି ନଥାନ୍ତା।
Pakistani Terrorist |
କଳା ତାଳିକାଭୁକ୍ତ ହେବାରୁ କିଭଳି ବର୍ତ୍ତିଲା ପାକିସ୍ତାନ:
ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ରହିଥିବା ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ)ର ମୋଟ ସଦସ୍ୟ ୩୯ ଦେଶ ରହିଥିବାବେଳେ କଳା ତାଲିକାରୁ ବର୍ତ୍ତିବା ପାଇଁ ଅତି କମ୍ରେ ୩ଟି ସଦସ୍ୟ ଦେଶର ସମର୍ଥନ ଆବଶ୍ୟକ ପଡିଥାଏ। ଏଫଏଟିଏଫର ବୈଠକରେ ୩ ଦେଶ ଚୀନ, ତୁର୍କୀ ଏବଂ ମାଲେସିଆ ତାଙ୍କର ସମର୍ଥନ ପାକିସ୍ତାନକୁ ଦେବା ସହ ଆତଙ୍କବାଦ ଉପରେ ପାକିସ୍ତାନର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ତିନି ଦେଶ ଜାତିସଂଘରେ ମଧ୍ୟ ପାକିସ୍ତାନ ପ୍ରତି ତାଙ୍କର ସମର୍ଥନ ଦେଇ ସାରିଛନ୍ତି। ଚୀନ ବ୍ୟବସାୟିକ କାରଣରୁ ପାକିସ୍ତାନର ବନ୍ଧୁ ରାଷ୍ଟ୍ର ଥିବାବେଳେ ତୁର୍କ ଏବଂ ମାଲେସିଆ ଇସ୍ଲାମିକ ରାଷ୍ଟ୍ର ଭାବେ ପାକିସ୍ତ୍ାନକୁ ସମର୍ଥନ ଦେଇ ଆସୁଛନ୍ତି। ପାକିସ୍ତାନକୁ ସମର୍ଥନ ପଛରେ ଚୀନର ନିଜସ୍ୱ ସ୍ୱାର୍ଥ ରହିଛି। ଯଦି ପାକିସ୍ତାନ ଏଫଏଟିଏଫ ର କଳା ତାଲିକାକୁ ଆସିଯାଏ ତେବେ ସିପେକ କରିଡର ଯୋଜନାରେ ଅଧାରେ ରହିଯିବ ଏବଂ ଏହା ଦ୍ୱାରା ଚୀନକୁ ବହୁ ଆର୍ଥୀକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ। ସିପେକ ପାଇଁ ପାକିସ୍ତାନ ଚୀନଠାରୁ ୪ଲକ୍ଷ ୪୧ହଜାର କୋଟି ଟଙ୍କା ଋଣ ନେଇସାରିଛି। ପାକିସ୍ତାନର ସ୍ଥିତି ଏତେ ଖରାପ ଯେ ଏହା ଚୀନକୁ ଋଣ ଫେରାଇ ପାରିବ ନାହିଁ; ତେଣୁ ଚୀନ ଏହାକୁ ନିଜ କବ୍ଜାକୁ ନେଇଯିବ ବୋଲି ଅନୁମାନ କରାଯାଉଛି।
0 Comments