Ticker

4/recent/ticker-posts

ଆଉ କାହିଁ ସେ ଓଡ଼ିଆ ଗୀତ (ପ୍ରଥମ ଭାଗ) // କାହିଁକି ହୋଇପାରୁନି ‘ବାଟରେ ଚାଲୁ ଚାଲୁ...., ‘ଶ୍ରାବଣରେ ଶ୍ରାବଣ....’ ଭଳି ଗୀତ

ଆଉ କାହିଁ ସେ ଓଡ଼ିଆ ଗୀତ?

(ପ୍ରଥମ ଭାଗ)

କାହିଁକି ହୋଇପାରୁନି ‘ବାଟରେ ଚାଲୁ ଚାଲୁ...., ‘ଶ୍ରାବଣରେ ଶ୍ରାବଣ....’ ଭଳି ଗୀତ


ଗୁଣୁ ଗୁଣେଇ ହୋଇ ବାଥ୍‍ରୁମ୍‍ରେ ଗାଇଲା ଭଳି ଓଡ଼ିଆ ଗୀତ ବେଶ୍‍ କିଛି ବର୍ଷ ହେଲା ଆଉ ତିଆରି ହୋଇପାରିନି କହିଲେ ଚଳେ। ଦିନ ଥିଲା... ‘ସାଗର କୋଳେ ଦିନେ....’, ‘ତୋର ଉଡ଼ି ଉଡ଼ି ଯାଏ କାନି....’ ଧରଣର ଅନେକ ଓଡ଼ିଆ ଗୀତ ପେସାଦାର ସଙ୍ଗୀତ ନିର୍ଦେଶକ, ଗୀତିକାର ଓ କଣ୍ଠଶିଳ୍ପୀଙ୍କ ଉଦ୍ୟମରେ ତିଆରି ହୋଇଥିଲା, ଆଉ ଓଡ଼ିଶାର ଜନମାନସରେ ଆଦୃତ ହୋଇଥିଲା। ଏବେ କିନ୍ତୁ ଥରେ ଶୁଣି ଦେଇ ପରେ ଭୁଲିଯିବା ଭଳି ଅନେକ ଗୀତ ତିଆରି ହେଲାଣି। ସେସବୁ ଗୀତ କ’ଣ ସତରେ ଗୀତ... ନାଁ ଖାଲି ଚିତ୍କାର। 

ଦିନ ଥିଲା... ‘ବାଟରେ ଚାଲୁ ଚାଲୁ...., ‘ଶ୍ରାବଣରେ ଶ୍ରାବଣ....’ ଭଳି ଅନେକ ଆଲବମ୍‍ ଗୀତ ତିଆରି ହୋଇଥିଲା। ଏବେ କିନ୍ତୁ ଓଡ଼ିଆ ଆଲବମ୍‍ ଗୀତ- ବିରକ୍ତିକର, ଅରୁଚିକର..., ଏଭଳି ଭାରାକ୍ରାନ୍ତ କରୁଥିବା ଆଲବମ୍‍ ଗୀତ ଅସଂଖ୍ୟ। ସୃଜନଶୀଳତାକୁ ଆଦର ନକରିବା.... ସୁଯୋଗରୁ ଦୂରେଇ ରଖିବା ଯୋଗୁଁ ଆଜି ଓଡ଼ିଆ ସଙ୍ଗୀତରେ ଏଭଳି ବିଲକ୍ଷଣ ଦେଖା ଦେଲାଣି।.... ଏହି ବିଲକ୍ଷଣ ବିରୋଧରେ ଆମର ସଂଗ୍ରାମ ଆରମ୍ଭ ହୋଇଛି। ଏହି ସଂଗ୍ରାମ ଜାରି ରହିବ....। 
ଆମେ ଆମର ଏହି ସାଧନାରେ ସଂକଳ୍ପବଦ୍ଧ ଭାବେ କାମ କଲେ ପରିବର୍ତ୍ତନ ଆସିବାର ଆଶା କରୁଛୁ। 
ଆସନ୍ତୁ ଆପଣ ବି ଆମ ସହ ହାତ ମିଳାନ୍ତୁ.... ଫେରାଇ ଆଣିବା ଓଡ଼ିଆ ସଙ୍ଗୀତ, ଓଡ଼ିଆ ଫିଲ୍ମ ସଙ୍ଗୀତରେ ସେଇ ପୁରୁଣା ଦିନକୁ। ଏହି ସ୍ତମ୍ଭରେ ବହୁତ କିଛି କହିବାର ଅଛି.... ଦେଖିବେ ନିଶ୍ଚୟ ଆର ଥରକୁ। ଆପଣଙ୍କର କହିବାର ଥିଲେ ବି ନିଶ୍ଚିତ ଭାବେ କମେଣ୍ଟରେ ଲେଖନ୍ତୁ। ଏହା ଆମ ଉଦ୍ୟମକୁ ବଳିଷ୍ଠ କରିବ।

Post a Comment

0 Comments