କଲେଜ୍ ଛାତ୍ରୀଙ୍କୁ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଫାର୍ମ ହାଉସ୍ରେ ବଳାତ୍କାର
- ଘଟଣା ପଛରେ ପ୍ରତିଷ୍ଠିତ ବ୍ୟବସାୟୀ ସିନ୍ଧୁ ସାହାଙ୍କ ପ୍ରୋତ୍ସାହନ ଅଭିଯୋଗ
- ସିନ୍ଧୁ ସାହାଙ୍କ ସମେତ ୫ ଜଣଙ୍କ ନାମରେ ମାମଲା
- କାର୍ଯ୍ୟାନୁଷ୍ଠାନ ଶୂନ୍ୟ
- ପୂର୍ବରୁ ଅନ୍ୟ ଏକ ଝିଅର ଇଜ୍ଜତ ଲୁଟିଥିବା ର ଖୁଲାସା
- ସନ୍ଦେହ ଘେରରେ ସମ୍ବଲପୁର ପୋଲିସ
- ପୀଡ଼ିତାଙ୍କ ଠାରୁ ସତ ମିଛ ଲେଖାଇ ନିଆଯାଇଛି
News Stoppage/Dt 14.05.2021
ସମ୍ବଲପୁର, ୧୪/୫: ସମ୍ବଲପୁର ପରି ଶାନ୍ତିପ୍ରିୟ ଜିଲ୍ଲାରେ ଏବେ ଲଭ୍ ଜେହାଦ ପରି ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଏକ ପ୍ରତିଷ୍ଠିତ ସମ୍ବାଦପତ୍ର 'Sambad' ଅନୁସାରେ ଜଣେ ହିନ୍ଦୁ ସମ୍ପ୍ରଦାୟର କଲେଜ ଛାତ୍ରୀକୁ ପ୍ରଲୋଭିତ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ବାରମ୍ବାର ଯୌନ ଶୋଷଣ ପରେ ଗର୍ଭବତୀ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଂପୃକ୍ତ ଅଭିଯୁକ୍ତଙ୍କ ପଛରେ ସମ୍ବଲପୁରର ପୂର୍ବତନ ନଗରପାଳ ସିଦ୍ଧାର୍ଥ ସାହା (ସିନ୍ଧୁ)ଙ୍କ ଆଶୀର୍ବାଦ ରହିଥିବା କୁହାଯାଉଛି। ସିଦ୍ଧୁଙ୍କ ଫାର୍ମ ହାଉସ୍ରେ ଦୁଷ୍କର୍ମ କରାଯାଇଥିବା ପୀଡ଼ିତ ଅଭିଯୋଗ କରିଛନ୍ତି।ପୀଡ଼ିତା ଗର୍ଭବତୀ ହୋଇଯିବା ପରେ ସଂପୃକ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଉକ୍ତ ଯୁବକ ଗାଜି ବିବାହ କରିବାକୁ ଅମଂଗ ହୋଇଥିଲା। ଏଭଳି ସ୍ଥିତିରେ ପୀଡ଼ିତ ସହାୟତା ପାଇଁ ସିନ୍ଧୁ ସାହାଙ୍କ ପାଖକୁ ଯାଇଥିଲେ। ମାତ୍ର ସିନ୍ଧୁ ଶାରିରୀକ ସଂପର୍କ ରଖିଲେ ସହାୟତା କରିବେ ବୋଲି ଇସାରା କରିବାରୁ ପୀଡ଼ିତା ସେଠାରୁ ଚାଲି ଆସିଥିବା ତାଙ୍କ ଦାବିପତ୍ରରେ ଅଭିଯୋଗ କରିଛନ୍ତି। ଏହି ଘଟଣାକ୍ରମରେ ପୀଡ଼ିତା ବାରମ୍ବାର ପୋଲିସର ବିଭିନ୍ନ ଅଧିକାରୀଙ୍କ ନିକଟରେ ନିଜର ଅଭିଯୋଗ ଉପସ୍ଥାପନା କରିଥିଲେ ସୁଦ୍ଧା ସିଦ୍ଧୁଙ୍କ ନାମ ଆସୁଥିବାରୁ ତାଙ୍କୁ ଆଉ ସହଯୋଗ କରି ନାହାନ୍ତି; ବରଂ ବିଭିନ୍ନ ଉପାୟରେ ତାକୁ ମାମଲା ଆଗକୁ ନା ବଢ଼ାଇବା ପାଇଁ ପ୍ରଲୋଭିତ କରିଛନ୍ତି। ପୋଲିସ ଏସପିଙ୍କ ସହ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା। ମାତ୍ର ଆଶ୍ଚର୍ୟ୍ଯ ଜନକ ଭାବେ ପୀଡ଼ିତା ଆଜି ଯାଏଁ ନ୍ୟାୟ ପାଇ ପାରି ନାହାନ୍ତି। Sambalpur ପୋଲିସ ପ୍ରଶାସନର ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିଛି?? ପ୍ରତିଷ୍ଠିତ ବ୍ୟବସାୟୀ ସିଦ୍ଧୁଙ୍କ ହାତରେ ବିକ୍ରି ହୋଇ ଯାଇନି ତ ପ୍ରଶାସନ???
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ସମ୍ବଲପୁର ଜିଲ୍ଲାର ଏକ କଲେଜରେ ସେ ପଢୁଥିବା ସମୟରେ ମୁସ୍ଲିମ୍ ସଂପ୍ରଦାୟର ଜଣେ ସହପାଠିନୀ ଙ୍କ ଜରିଆରେ ଅଭିଯୁକ୍ତ ଗାଜି ସହ ଭେଟ ହୋଇଥିଲା। ପରବର୍ତ୍ତୀ ସମୟରେ ଫୋନ ନମ୍ୱର୍ ଦିଆନିଆ ଏବଂ Facebook ଚାଟରୁ ପ୍ରେମ ହେଇଥିଲା।ପୀଡ଼ିତାଙ୍କ ଜନ୍ମଦିନ ଅବସରରେ ଗାଜି ତାଙ୍କୁ ସମ୍ବଲପୁର ରିଂରୋଡ଼କୁ ଆସିବା ପାଇଁ କହିଥିଲା। ସେଠାରେ ଗାଜିର ସାଙ୍ଗ ଇଫାନ୍ ଖାନ୍ ପାଣିରେ ନିଶାଦ୍ରବ୍ୟ ମିଶାଇ ପିଆଇ ଦେଇଥିଲା। ପାଣି ପିଇବା ପରେ ସେ ଅଚେତ୍ ହୋଇ ପଡ଼ିବାରୁ ତାକୁ ଗାଜି ନେଇ ସମ୍ବଲପୁର ସଦର ଥାନା ପାଖ ସିଦ୍ଧୁଙ୍କ ଫାର୍ମ ହାଉସରେ ବଳାତ୍କାର କରିଥିଲା। ଚେତା ଫେରିବା ପରେ ସେ ପ୍ରତିବାଦ କରିବାରୁ ଗାଜି ବାହା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ସେହି ସମୟରେ ଉତ୍ତୋଳନ କରାଯାଇଥିବା ଫଟୋ ଦେଖାଇ ବ୍ଲାକ୍ ମେଲିଂ କରି ବାରଂବାର ତାଙ୍କୁ ସହିତ ଦୁଷ୍କର୍ମ କରିଥିଲା। ଫଳରେ ପୀଡ଼ିତା ଗର୍ଭବତୀ ହୋଇଥିଲେ। ହେଲେ ଗାଜି ବିବାହ କରିବାକୁ ଅମଂଗ ହୋଇଥିଲା।ଏଭଳି ସ୍ଥିତିରେ ସେ ସହାୟତା ପାଇଁ ସିନ୍ଧୁ ସାହାଙ୍କ ପାଖକୁ ଯାଇଥିଲେ। ମାତ୍ର ସିନ୍ଧୁ ଶାରିରୀକ ସଂପର୍କ ରଖିଲେ ସହାୟତା କରିବେ ବୋଲି ଇସାରା କରିବାରୁ ପୀଡ଼ିତା ସେଠାରୁ ଚାଲି ଆସିଥିଲେ ବୋଲି ଅଭିଯୋଗ କରିଥିଲେ।
ପ୍ରତିଦିନ ନୂଆ ନୂଆ ଖବର ପାଇଁ ଆମର ଚାନେଲକୁ like କରିବା ସହ follow କରନ୍ତୁ।
0 Comments