କ୍ଷିପ୍ର ଓ ଶକ୍ତିଶାଳୀ ଇଣ୍ଟରନେଟ୍ ସେବାର ପ୍ରତୀକ
କଥାବାର୍ତ୍ତାର ନୂଆରୂପ ‘ଭୋଲ୍ଟି’
ରିଲାଏନ୍ସ ଜିଓ କମ୍ ଦାମରେ ୪-ଜି ଡାଟା ଏବଂ ମାଗଣା କଥାବାର୍ତ୍ତା ସେବା ଆରମ୍ଭ କରିବାର ଘୋଷଣା ଏବଂ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ସେବାକୁ ସଂପୂର୍ଣ୍ଣ ଦେୟମୁକ୍ତ ଘୋଷଣା ପରେ ମୋବାଇଲ୍ ବ୍ୟବହାରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଶକ୍ତିଶାଳୀ ଡାଟା ବ୍ୟବସ୍ଥା ପରିପ୍ରେକ୍ଷୀରେ ଅନ୍ଲାଇନ୍ ଭିଡ଼ିଓଗୁଡିକୁ ମଧ୍ୟ ଲୋକେ ଅବିଚ୍ଛିନ୍ନ ଭାବେ ଦେଖି ପାରୁଛନ୍ତି । ତେବେ ଏହି ବ୍ୟବସ୍ଥା ମଧ୍ୟରେ ଯୋଡ଼ି ହୋଇଥିବା ଏକ ଶବ୍ଦ VoLTE(Voice over Long-Term Evolution)କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ରିଲାଏନ୍ସ କଂପାନୀ ଶସ୍ତା ଦରରେ ଡାଟା ଏବଂ ମାଗଣା କଥାବାର୍ତ୍ତା (ଭଏସ୍ କଲ୍) ସେବା ଯୋଗାଇ ଦେବା ଘୋଷଣା ପରଠାରୁ ଚର୍ଚ୍ଚାରେ ରହି ଆସିଛି । କଂପାନୀ VoLTE ବ୍ୟବସ୍ଥା ଦ୍ୱାରା ଏଭଳି ସେବା ଯୋଗାଇ ଦେବାକୁ ସକ୍ଷମ ହୋଇଛି । VoLTE ବ୍ୟବସ୍ଥା ଜାଣିବାକୁ ହେଲେ ପ୍ରଥମେ ୨-ଜି, ୩-ଜି ଏବଂ ୪-ଜି ବ୍ୟବସ୍ଥା ବାବଦରେ ବୁଝିବାକୁ ପଡିବ । ମୋବାଇଲ୍ ଟେଲିକମୁ୍ୟନିକେସନ ଟେକ୍ନୋଲୋଜିର ଜେନେରେସନକୁ ‘ଜି’ ହିସାବରେ ଚିହ୍ନିତ କରାଯାଇଥାଏ । ସର୍ବପ୍ରଥମେ ମୋବାଇଲ ରେଡ଼ିଓ ଟେଲିଫୋନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିଲା । ଏହାକୁ ୦-ଜି କୁହାଯାଉଥିଲା । ଏହା ବାଦ୍ ପ୍ରଥମ ତାରବିହୀନ ଟେଲିଫୋନ ଟେକ୍ନୋଲୋଜି ଆସିଲା ଏବଂ ଏହାକୁ ୧-ଜି ନାମକରଣ କରାଗଲା । ୧୯୮୦ରୁ ୧୯୯୧ ପର୍ଯ୍ୟନ୍ତ ଏହି ସେବା ବ୍ୟବହାର କରାଯାଉଥିଲା । ଏହା ଆନାଲଗ୍ ନେଟ୍ୱର୍କକୁ ବ୍ୟବହାର କରୁଥିଲା । ୧୯୯୧ରେ ଜିଏସଏମ୍ ସେବାର ଆରମ୍ଭ କରାଗଲା । ଏହାକୁ ୨-ଜି ନାମ ଦିଆଗଲା । ଏଥିରେ ଆନାଲଗ୍ ବଦଳରେ ଡିଜିଟାଲ ନେଟ୍ୱର୍କର ବ୍ୟବହାର କରାଗଲା । ୨-ଜି ଦ୍ୱାରା ଡାଟା ସେବା ସହ ଏସ୍ଏମ୍ଏସ୍ ଏବଂ ଏମ୍ଏମ୍ଏସ୍ ପଠାଯାଇ ପାରିଲା । ଏହା ପରେ ୧୯୯୮ରେ ଆସିଥିବା ସେବାକୁ ୩-ଜି ନାମ ଦିଆଗଲା । ଡ-ଉଊଗଇ, ଞଊ-ଝଉଊଗଇ, ଐଝଚଇ+, ଉଊଗଇ ୨୦୦୦ ଆଦି ଏହି ମାନର ରହିଲେ । ୨୦୦୮ରେ ୪-ଜି ସେବାର ପ୍ରଚଳନ ଆରମ୍ଭ ହୋଇଥିଲା । ମୋବାଇଲ୍ ୱେବ୍, ଉନ୍ନତ ମୋବାଇଲ୍ ଗେମ୍, ଏଚଡି ମୋବାଇଲ୍ ଟିଭି, ଭିଡିଓ କନ୍ଫରେନ୍ସ ଆଦିରେ ଶକ୍ତିଶାଳୀ ଇଣ୍ଟରନେଟ୍ ସେବା ୪-ଜି ର ବ୍ୟବହାର କରାଗଲା । ଏଥିପାଇଁ ଦୁଇଟି ମାନକ ଡସଗଇଢ ଏବଂ ଖଞଋ ବ୍ୟବହାର କରାଗଲା । ଉଚ୍ଚ କ୍ଷମତା ସଂପନ୍ନ ତାରବିହୀନ ଟେଲି ଯୋଗାଯୋଗର ମାନକ ହେଲା ଖଞଋ ( ଖକ୍ଟଦ୍ଭଶ-ଞରrଜ୍ଞ ଋଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ) । ତେଣୁ ଏହାକୁ ୪ଏ ଖଞଋ ମଧ୍ୟ କୁହାଯାଇଥାଏ । ତେବେ ଗତିଶୀଳ ଥିବା ସମୟରେ ଏହା ସର୍ବାଧିକ ସେକେଣ୍ଡ ପିଛା ୧୦୦ରୁ ୧୫୦ ଏମବି ଡାଟା ସ୍ଥାନାନ୍ତର କରୁଥିବାରୁ ଏହାକୁ ଅନେକ ୪-ଜି ଭାବେ ଗ୍ରହଣ କରି ନଥାନ୍ତି । ତେବେ ସ୍ଥିର ସମୟରେ ଏହା ସେକେଣ୍ଡ ପିଛା ୧ଜିବି ପର୍ଯ୍ୟନ୍ତ ଡାଟା ସ୍ଥାନାନ୍ତର କରିବାରେ ସକ୍ଷମ ଅଟେ । ଇଣ୍ଟରନେଟ୍ ପ୍ରୋଟୋକଲ୍(ଆଇପି) ଆଧାରିତ ଏଲଟିଇ ନେଟ୍ୱର୍କକୁ ଠକ୍ଟଖଞଋ କୁହାଯାଇଥାଏ । ପ୍ରକୃତରେ ଏଲଟିଇ ବ୍ୟବସ୍ଥା ଦ୍ୱାରା ଭଏସ୍ କଲ୍ କରାଯାଇପାରେ । ତେବେ ଏଥିପାଇଁ ଉପଯୋଗକର୍ତ୍ତାଙ୍କୁ ତାଙ୍କ ସେବା ଯୋଗାଣ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡିଥାଏ । ୨ଜି ଏବଂ ୩ଜି ଭଏସ୍ କଲ୍ ସମୟରେ ସେଲୁଲାର ନେଟ୍ୱର୍କର ଏକ ସର୍କିଟ୍ ତିଆରି ହୋଇଥାଏ । ତେବେ ଭୋଲ୍ଟି ବ୍ୟବସ୍ଥାରେ ଇଞ୍ଜିନିୟର୍ଡ ନେଟ୍ୱର୍କ ତିଆରି ହୋଇଥାଏ । ଏହା ଆଇପି ମଲ୍ଟିମିଡିଆ ସବ୍ସିଷ୍ଟମ ନେଟ୍ୱର୍କ ବ୍ୟବସ୍ଥା ଉପରେ ଆଧାରିତ । ଏଥିରେ ଭଏସ୍ କଲିଂ ଏଲଟିଇରୁ ଡାଟା ଜରିଆରେ କରାଯାଇଥାଏ । ଏହି ବ୍ୟବସ୍ଥାରେ ସର୍କିଟ୍ ତିଆରି ହେଉ ନଥିବାରୁ କଥାବାର୍ତ୍ତାର ମାନରେ ମଧ୍ୟ ବୃଦ୍ଧି ଘଟିଥାଏ । ସରଳ ଶବ୍ଦରେ ବୁଝିବା ପାଇଁ ଆମେ ଯେଉଁଭଳି ଭାବେ ବିଭିନ୍ନ ମୋବାଇଲ୍ ଆପ୍ଲିକେସନ ବ୍ୟବହାର କରିଥାଉ ସେହିପରି ଶବ୍ଦ ବା କଥାବାର୍ତ୍ତାକୁ ଆପ୍ଲିକେସନ ଜରିଆରେ ପରିବର୍ତ୍ତନ କରାଯାଇ ପଠାଯାଇଥାଏ । ସେହିପରି ଏହି ଶବ୍ଦକୁ ଆପ୍ଲିକେସନ ଜରିଆରେ ଅନ୍ୟ ପାଶ୍ୱର୍ରେ ଥିବା ବ୍ୟକ୍ତି ଶୁଣିପାରେ ।
ସଂପ୍ରତି ଅଧିକାଂଶ ମୋବାଇଲ୍ ସେବା ଯୋଗାଣକାରୀ ସଂସ୍ଥା ସେଲୁଲାର ନେଟୱର୍କ ଜରିଆରେ ସେବା ଯୋଗାଇ ଦେଉଥିବାବେଳେ ଭୋଲ୍ଟି ବ୍ୟବସ୍ଥାରେ ଶବ୍ଦର ମାନ ଗୁଣାତ୍ମକ ରହୁଥିବାରୁ ଏହାକୁ ଏଚଡି କଲିଂ ମଧ୍ୟ କୁହାଯାଇଥାଏ ।
ଭୋଲ୍ଟି ଅପରେଟରମାନଙ୍କୁ ଭଏସ ଏବଂ ଡାଟା ପାଇଁ ଅଲଗା ବେଣ୍ଡ ବ୍ୟବସ୍ଥା କରିବାକୁ ପଡୁ ନ ଥିବାରୁ ଏହି ବ୍ୟବସ୍ଥା ସେମାନଙ୍କ ପାଇଁ ସୁବିଧାଜନକ । ଭଏସ୍ ଡାଟାକୁ ଏଲଟିଇ ଡାଟା ମାଧ୍ୟମରେ ପ୍ରସାରିତ କରାଯାଇଥାଏ । ରିଲାଏନ୍ସ ଜିଓ ଏହି ବ୍ୟବସ୍ଥାରେ ଲୋକଙ୍କୁ ସେବା ଯୋଗାଇ ଦେଉଛି । ଅନ୍ୟ କଂପାନୀମାନେ ଡାଟା ପାଇଁ ୪-ଜି ଏଲଟିଇ ବ୍ୟବହାର କରୁଥିଲେ ସୁଦ୍ଧା ଭଏସ କଲିଂ ପାଇଁ ୨-ଜି କିମ୍ବା ୩-ଜି ସେଲୁଲାର ନେଟ୍ୱର୍କ ବ୍ୟବହାର କରୁଛନ୍ତି । ଭୋଲ୍ଟି ବ୍ୟବସ୍ଥାରେ କଥାବାର୍ତ୍ତା ପାଇଁ ବ୍ୟବହାର ହେଉଥିବା ଡାଟାର ପରିମାଣ ଅତ୍ୟନ୍ତ ସ୍ୱଳ୍ପ ହୋଇଥିବାରୁ ଏହି ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ମାଗଣା ଭଏସ୍ କଲ୍ ଯୋଗାଇବାରେ କୌଣସି ଅସୁବିଧା ନାହିଁ । ତେବେ ଡାଟା ସର୍ବଦା ଭରସାଯୋଗ୍ୟ ହୋଇ ପାରୁ ନଥିôବାରୁ ବିକଳ୍ପ ଭାବେ ୨-ଜି ସେଲୁଲାର ନେଟ୍ୱର୍କର ବ୍ୟବସ୍ଥା ଅପରେଟରମାନଙ୍କୁ ରଖିବାକୁ ପଡିବ । ସୂଚିତ ଯେ, ମେ ୨୦୧୪ରେ ପ୍ରଥମେ ସିଙ୍ଗଟେଲ୍ କଂପାନୀ ପ୍ରଥମ ଥର ପାଇଁ ବ୍ୟାବସାୟିକ ଭିତ୍ତିରେ ଭୋଲ୍ଟି ସେବା ସିଙ୍ଗାପୁରଠାରେ ସାମସଙ୍ଗ ନୋଟ୍ ମୋବାଇଲ୍ରେ ବ୍ୟବହାର କରିଥିଲା । ପରେ ଏହା ଅନ୍ୟ ମୋବାଇଲ୍ ଏବଂ ଅପରେଟରମାନଙ୍କ ଦ୍ୱାରା ଉପଯୋଗ ହୋଇଥିଲା । ଦ୍ଭ
0 Comments