ମୋବାଇଲ୍ ବେଶୀ ଗରମ ହେଉଥିଲେ
କିଛି ସମୟ କଥାବାର୍ତ୍ତା ପରେ ମୋବାଇଲ୍ ଗରମ ହୋଇଯାଉଛି ତେବେ ଏହା ଚିନ୍ତାର ବିଷୟ । ସେହିପରି ଚାର୍ଜ ସମୟରେ ଆବଶ୍ୟକତାଠାରୁ ଅଧିକ ଗରମ ହେବା ମଧ୍ୟ ମୋବାଇଲ୍ ପାଇଁ କ୍ଷତିକାରକ ।କାରଣ ମୋବାଇଲ୍ରେ ଲାଗିଥିବା ବିଭିନ୍ନ ଯନ୍ତ୍ରାଂଶଗୁଡିକ ଅତ୍ୟଧିକ ଗରମରେ ପୋଡିଯିବାର ଆଶଙ୍କା ରହିଥାଏ । ତେଣୁ ମୋବାଇଲ୍ ଆବଶ୍ୟକତାଠାରୁ ବେଶୀ ଗରମ ହେଉଥିଲେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡିବ ।
1 ଯଦି କାମ ନାହିଁ ତେବେ ଜିପିଏସ, ବ୍ଲୁଟୁଥ ଏବଂ ୱାଇଫାଇ ସଂଯୋଗକୁ ବିଚ୍ଛିନ୍ନ କରନ୍ତୁ ।
2 ମୋବାଲଇ୍ ସହ ଦିଆଯାଇଥିବା ଚାର୍ଜର କିମ୍ବା ଉତ୍ତମ ମାନର ଚାର୍ଜରେ ମୋବାଇଲ୍କୁ ଚାର୍ଜ କରନ୍ତୁ ।
3 ପ୍ରଥମେ ବ୍ୟାଙ୍କଗ୍ରାଉଣ୍ଡରେ ଚାଲୁଥିବା ଅବ୍ୟବହୃତ ଆପ୍ଲିକେସନଗୁଡିକୁ ହଟାଇ ଦିଅନ୍ତୁ ।
4 ଚାର୍ଜ ସମୟରେ କିମ୍ବା ଅତ୍ୟଧିକ ବ୍ୟବହାର ପରେ ମୋବାଇଲ୍ର କଭରକୁ ହଟାଇ ଦିଅନ୍ତୁ ।
5 ବ୍ୟାଟେରୀ ସଂଯୋଗ ସ୍ଥାନ ଢ଼ିଲା ରହିଲେ ମଧ୍ୟ ଅନେକ ସମୟରେ ମୋବାଲଇ୍ ଗରମ ହୋଇଯାଏ । ତେଣୁ ଏହାକୁ ଯାଞ୍ଚ କରନ୍ତୁ।
2 Comments
really good
ReplyDeletehelpful article
ReplyDelete