Ticker

4/recent/ticker-posts

Recover delete message from android phone

 ଆଣ୍ଡ୍ରଏଡରୁ ଡିଲିଟ୍‌ ମେସେଜ ଉଦ୍ଧାର ପାଇଁ

 

ବହୁ ସମୟରେ ଅସାବଧାନତାବଶତଃ ଆଣ୍ଡ୍ରଏଡ୍‌ ମୋବାଇଲ୍‌ରୁ ଗୁରୁତ୍ୱପୂର୍ଣ୍ଣ ମେସେଜ ଡିଲିଟ୍‌ ହୋଇଯାଏ । ତେବେ ଥରେ ଡିଲିଟ୍‌ ହୋଇଗଲା ପରେ କମ୍ପୁ୍ୟଟରର ରିସାଇକିଲ୍‌ ବିନ୍‌ ପରି ଏହାକୁ ଉଦ୍ଧାର କରିବାପାଇଁ ମୋବାଇଲ୍‌ରେ କୌଣସି ବ୍ୟବସ୍ଥା ନାହିଁ । ଏଥିପାଇଁ ପ୍ରଥମେ ଆଣ୍ଡ୍ରଏଡ଼ ରିକଭରି ମ୍ୟାନେଜର ସଫ୍ଟୱେର ଡାଉନଲୋଡ଼ କରିବାକୁ ପଡିବ । ଏହାକୁ ମୋବାଇଲ୍‌ରେ ଚାଲୁ କରିବା ପରେ ମୋବାଇଲ୍‌କୁ କମ୍ପୁ୍ୟଟର ସହ ସଂଯୋଗ କରିବାକୁ ପଡିବ । ଫୋନର ସିଷ୍ଟମ ମେନୁ୍ୟର ୟୁଏସବି ମେନୁ୍ୟର ୟୁଏସବି ଡିବ୍‌ଗିଙ୍ଗ ବିକଳ୍ପକୁ ଅନ୍‌ କରନ୍ତୁ । ଏବେ ଆପଣଙ୍କୁ ଆପଣଙ୍କ ଡିଲିଟ୍‌ ହୋଇଯାଇଥିବା ଫାଇଲ୍‌ ଦେଖିବାକୁ ମିଳିବ । ଆବଶ୍ୟକ ଫାଇଲ୍‌କୁ ସିଲେକ୍ଟ କରି ଫାଇଲ୍‌ ସ୍କାନ କରନ୍ତୁ । ଏହି ସଫ୍ଟୱେର ମୋବାଇଲ୍‌ର ରୁଟ୍‌କୁ ବ୍ୟବହାର କରିବା ପାଇଁ ଅନୁମତି ମାଗିବ । କମ୍ପୁ୍ୟଟର ସ୍କି୍ରନ୍‌ରେ ଏହା ଥରେ ଖୋଲିଯିବା ପରେ ଏହାକୁ ବ୍ୟବହାର ପାଇଁ ନିର୍ଦେଶ ଦିଅନ୍ତୁ । କମ୍ପୁ୍ୟଟର ସ୍କ୍ରିନ୍‌ରେ ଲାଲ ଓ କଳା ରଙ୍ଗର ଦୁଇ ପ୍ରକାର ଫାଇଲ୍‌ ଦେଖିବାକୁ ମିଳିବ । ଡିଲିଟ୍‌ ହୋଇଥିବା ସମସ୍ତ ଫାଇଲ୍‌ ଲାଲ ରଙ୍ଗର ଦିଶିବ । ଆପଣ ଇଚ୍ଛାନୁସାରେ ଡିଲିଟ୍‌ ଫାଇଲ୍‌ ବାଛି ଏହାକୁ ପୁଣି ଥରେ ମୋବାଇଲ୍‌କୁ ଫେରାଇ ଆଣି ପାରିବେ ।



https://www.blogger.com/blogger.g?blogID=654445416190115646#editor/target=post;postID=3212638712923311553;onPublishedMenu=allposts;onClosedMenu=allposts;postNum=0;src=postname

Post a Comment

3 Comments