ୟୁ-ଟ୍ୟୁବ୍ରୁ ହେଉଛି କୋଟି ଟଙ୍କାର ଆୟ
କିଏ କେତେ ପାଆନ୍ତି
୧) ପିଉ ଡାଇପାଇ:
ପିଉ ଡାଇପାଇ ମୁଖ୍ୟତଃ ଏକ ଭିଡ଼ିଓ ଗେମ୍ ଚ୍ୟାନେଲ। ଏହା ଅନୁଗାମୀଙ୍କୁ ନୂଆନୂଆ ଭିଡ଼ିଓ ଗେମ୍ ଖେଳିବାର ସୁଯୋଗ ଦେବା ସହ ମତାମତ ଦେଇଥାଏ। ୨୦୧୩ ମସିହାରୁ ଏହି ଚ୍ୟାନେଲରେ ସର୍ବାଧିକ ଅନୁଗାମୀ ରହି ଆସିଛନ୍ତି। ଦ୍ୱିତୀୟ ସର୍ବାଧିକ ଲୋକପ୍ରୀୟ ୟୁଟ୍ୟୁବ୍ ଚ୍ୟାନେଲର ଅନୁଗାମୀଙ୍କଠାରୁ ଏହାର ଅନୁଗାମୀ ସଂଖ୍ୟା ପ୍ରାୟ ଦୁଇଗୁଣ। ନିକଟରେ ଏହି ଚ୍ୟାନେଲ୍ ଭିଡିଓ ଗେମ୍ ସହ ଅନ୍ୟାନ୍ୟ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରୁଛି।
୨୦୧୫ରେ ଆୟ: ୧୨ ମିଲିୟନ ଡଲାରଅନୁଗାମୀ ସଂଖ୍ୟା: ୪୧ ମିଲିୟନ
୨)ସ୍ମସ୍:
ସ୍ମସ୍ ପ୍ରକୃତରେ ଏକ ଦୁଇଜଣିଆ ଦଳ। ଏମାନେ ମୁଖ୍ୟତଃ ୱେବ୍ରେ ହାସ୍ୟବ୍ୟଙ୍ଗ ଭିଡ଼ିଓ ପ୍ରସ୍ତୁତ କରିଥାନ୍ତି। ୨୦୦୫ ମସିହାରୁ ଏହା ୟୁଟ୍ୟୁବ୍ ସହ ଜଡ଼ିତ ହୋଇ ରହିଛି। ୨୦୧୩ ମସିହାରେ ପିଉ ଡାଇପାଇ ଏହି କଂପାନୀକୁ ଅଧିଗ୍ରହଣ କରିବା ପୂର୍ବରୁ ଏହାର ଅନୁଗାମୀଙ୍କ ସଂଖ୍ୟା ସର୍ବାଧିକ ରହିଥିଲା। ସଂପ୍ରତି ଏହି ଚ୍ୟାନେଲ୍ ୧୦ଟି ଭାଗରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଭିଡ଼ିଓ ପ୍ରସ୍ତୁତ କରୁଛି।୨୦୧୫ରେ ଆୟ: ୮.୫ ମିଲିୟନ ଡଲାର
ଅନୁଗାମୀ ସଂଖ୍ୟା: ୨୧ ମିଲିୟନ
୩)ଫାଇନ ବ୍ରଦର୍ସ୍:
ପ୍ରକୃତ ଦୁଇ ଭାଇ ବେନି ଓ ରାଫି ଏହି ଚ୍ୟାନେଲର ମୁଖ୍ୟ। ସେମାନେ ମୁଖତଃ ଶିଶୁଙ୍କୁ ଆକର୍ଷିତ କରିବା ଭଳି ଚଳଚ୍ଚିତ୍ରର ଭିଡ଼ିଓ ପ୍ରସ୍ତୁତ କରିଥାନ୍ତି। ମୌଳିକ ଆଇଡିଆ ନେଇ ପ୍ରସ୍ତୁତ ଭିଡ଼ିଓ ଯୋଗୁଁ ଏହା ଲୋକପ୍ରୀୟ ହୋଇ ପାରିଛି।୨୦୧୫ରେ ଆୟ: ୮.୫ ମିଲିୟନ ଡଲାର
ଅନୁଗାମୀ ସଂଖ୍ୟା: ୧୪ ମିଲିୟନ
୪)ଲିନ୍ସେ ଷ୍ଟିର୍ଲିଂ:
ଲିନ୍ସେ ଷ୍ଟିର୍ଲିଂ ଜଣେ ଭାଓଲିନ୍ ବାଦକ। ସେ ଏହି ଚ୍ୟାନେଲ୍ରେ ଭାଓଲିନ୍ ବଜାଇବା ସହ ବିଭିନ୍ନ ପ୍ରକାର ନୃତ୍ୟ କରିଥାନ୍ତି। ମାତ୍ର ଅନ୍ୟ ଭାଓଲିନ୍ ବାଦକଙ୍କ ଭଳି କେବଳ ଶାସ୍ତ୍ରୀୟ ବାଦ୍ୟ ବଦଳରେ ପପ୍, ରକ୍ ଏବଂ ଇଲେ୍କଟ୍ରୋନିକ୍ସ ଡ୍ୟାନ୍ସକୁ ମିଶ୍ରିତ ଭାବେ ବ୍ୟବହାର କରିଥାନ୍ତି। ଆମେରିକା ଟିଭିରେ ପ୍ରସାରିତ ଏକ ଲୋକପ୍ରୀୟ କାର୍ଯ୍ୟକ୍ରମ ‘ଆମେରିଆ ଗଟ୍ ଇଟ୍ ଟ୍ୟାଲେଣ୍ଟ‘ର କ୍ୱାଟର ଫାଇନାଲକୁ ଉନ୍ନିତ ହୋଇଥିବା ଲିନ୍ସେ ପରବର୍ତ୍ତୀ ସମୟରେ ତାଙ୍କ ଭିଡ଼ିଓକୁ ୟୁଟ୍ୟୁବ୍ରେ ପ୍ରସାରିତ କରିବା ପରେ ଏହା ଖୁବ୍ ଲୋକପ୍ରୀୟତା ହାସଲ କରିଥିଲା।୨୦୧୫ରେ ଆୟ: ୬ ମିଲିୟନ ଡଲାର
ଅନୁଗାମୀ ସଂଖ୍ୟା: ୭ ମିଲିୟନ
୫)ରେଠ୍ ଏଣ୍ଡ ଲିଙ୍କ:
ଦୁଇ ପୂର୍ବତନ ଇଞ୍ଜିନିୟରିଂ ବନ୍ଧୁ ରେଠ୍ ଏବଂ ଲିଙ୍କ ଏହି ଚ୍ୟାନେଲ୍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହାସ୍ୟବ୍ୟଙ୍ଗ ଭିଡ଼ିଓ ପ୍ରସ୍ତୁତ କରିଥାନ୍ତି। ଅଙ୍ଗଭଙ୍ଗୀ ସହ ସେମାନେ ବିଭିନ୍ନ ପ୍ରସଙ୍ଗକୁ ଯେଭଳି ଭାବେ ପ୍ରସ୍ତୁତ କରିଥାନ୍ତି ତାକୁ ଥରେ ଦେଖିଲା ପରେ ଶେଷ ନ କରିବା ପର୍ଯ୍ୟନ୍ତ ଉଠିବାକୁ ମନ ହୁଏ ନାହିଁ।୨୦୧୫ରେ ଆୟ: ୪.୫ ମିଲିୟନ ଡଲାର
ଅନୁଗାମୀ ସଂଖ୍ୟା: ୪ ମିଲିୟନ
୬)କେଏସଆଇ:
ଏହି ଚ୍ୟାନେଲ୍ରେ ମୁଖ୍ୟତଃ ଫୁଟବଲ ଖେଳରେ କମେଣ୍ଟ୍ରି ଓ ଗେମ୍ ପ୍ଲାନ ଦିଆଯାଇଥାଏ। ଫିଫା ଖେଳ ଚାଲିଥିବା ସମୟରେ ଏହାର ଦର୍ଶକ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥାଏ। ଏହାସହ ଚ୍ୟାନେଲର ଜକି ଫୁଟବଲ୍କୁ ନେଇ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରିଥାନ୍ତି। କୌଶଳ ପ୍ରଦର୍ଶନବେଳେ ବହୁ ସମୟରେ ସେ ଆଘାତପ୍ରାପ୍ତ ମଧ୍ୟ ହୋଇଥାନ୍ତି।୨୦୧୫ରେ ଆୟ: ୪.୫ ମିଲିୟନ ଡଲାର
ଅନୁଗାମୀ ସଂଖ୍ୟା: ୧୧ ମିଲିୟନ
୭)ମାଇକେଲ୍ ଫାନ:
ମାଇକେଲ୍ ଫାନ ମୁଖ୍ୟତଃ ଜଣେ ମେକ୍ଅପ୍ ଆର୍ଟିଷ୍ଟ। ଫେସନ, ମେକ୍ଅପ୍ ପାଇଁ ଏହି ଚ୍ୟାନେଲ୍ର ବେଶ୍ ଲୋକପ୍ରୀୟତା ରହିଛି।୨୦୧୫ରେ ଆୟ: ୩ ମିଲିୟନ ଡଲାର
ଅନୁଗାମୀ ସଂଖ୍ୟା: ୮ ମିଲିୟନ
1 Comments
helpful article in odia language.
ReplyDelete