Ticker

4/recent/ticker-posts

ଡିଲିଟ୍‍ ଫଟୋକୁ ଉଦ୍ଧାର କରିହେବ

କିପରି ରଖିବେ ଫଟୋ ସୁରକ୍ଷିତ


ଏମିତି ହୁଏ କି ହଠାତ୍‍ ହାତ ବାଜି ଆପଣଙ୍କ ଆଣ୍ଡ୍ରଏଡ଼ ଫୋନର ଫଟୋ ଡିଲିଟି ହୋଇଯାଏ। ସେହିପରି ଏକଦା ଅଦରକାରୀ ମନେ ହେଉଥିବା ଫଟୋ ପରବର୍ତ୍ତୀ ସମୟରେ ଦରକାରୀ ମନେ ହୁଏ। ବହୁ ସମୟରେ ପୁରୁଣା ସ୍ମୃତିକୁ ମନେ ପକାଇଲେ ଭାରି ଖୁସି ଲାଗେ।  ପୂର୍ବରୁ ଲୋକେ ଷ୍ଟୁଡିଓ ଫଟୋରେ ଏହାକୁ ସୁରକ୍ଷିତ ରଖୁଥିଲେ। ତେଣୁ ବିଶେଷ କିଛି ଅସୁବିଧା ହେଉ ନ ଥିଲା। ମାତ୍ର ଏବେ ଡିଜିଟାଲ କ୍ୟାମେରା, ମୋବାଇଲ୍‍ରେ ଫଟୋ ଉଠାଯାଉଥିବାରୁ ଡିଲିଟ୍‍ କ୍ଷେତ୍ରରେ ନାନା ଅସୁବିଧା ହୋଇଥାଏ। ଏଭଳି କ୍ଷେତ୍ରରେ କିଭଳି ଭାବେ ଫଟୋକୁ ଆପଣ ସୁରକ୍ଷିତ ରଖିପାରିବେ କିମ୍ବା ତାକୁ ଉଦ୍ଧାର କରିପାରିବେ ତାହା ଅନେକଙ୍କ ପାଇଁ ଚିନ୍ତାଜନକ ହୋଇଥାଏ। ଏଥିପାଇଁ ଏକ ଅଭ୍ୟାସ କରନ୍ତୁ। ସମସ୍ତ ଫଟୋକୁ ଗୁଗୁଲ୍‍ ଫଟୋ ଆପ୍‍ରେ ଅପଲୋଡ଼ କରି ରଖନ୍ତୁ। ଦରକାର ସମୟରେ ସେଥିରୁ ଫଟୋ ଡାଉନଲୋଡ଼ କରି ପାରିବେ। ସେହିପରି ଗୁଗୁଲ୍‍ ପ୍ଲେରେ ଏକ ଆପ୍‍ ଅଛି; ଯାହାକି ଆପଣଙ୍କୁ ଫଟୋ ରିକଭରି ପାଇଁ ସହାୟତା କରିବ। ଏହି ଆପ୍‍ଟି ହେଲା ‘ଡିସ୍କ ଡିଗର ଫଟୋ ରିକଭରି’। ଏହାକୁ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନ୍‍ଲୋଡ଼ କରିହେବ। 

Post a Comment

0 Comments