ଗୁଗଲ ସର୍ଚ୍ଚରେ ଆସିଯିବ ଆପଣଙ୍କ ଫଟୋ
ନୂଆ କୌଶଳ, ଆପଣଙ୍କୁ କେହି କେବେ କହି ନ ଥିବେ
ସମସ୍ତଙ୍କ ମନରେ ଏକ ଆଗ୍ରହ ରହିଥାଏ ଯେ ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ନିଜର ଫଟୋକୁ ଦେଖିବା। କିନ୍ତୁ ଏହାକୁ କିଭଳି ଭାବେ କରାଯାଇ ପାରିବ ସେ ନେଇ ଅନେକ ଜାଣି ପାରନ୍ତି ନାହିଁ। ଆଜିର ଏହି ଲେଖା ମାଧ୍ୟମରେ ଆପଣ ଜାଣି ପାରିବେ କିଭଳି ଭାବେ ଖୁବ୍ ସହଜରେ ଆପଣ ନିଜର ଫଟୋକୁ ଗୁଗଲ ସର୍ଚ୍ଚରେ ଆଣିପାରିବେ। ଲେଖାଟି ଭଲ ଲାଗିଲେ ଏହାକୁ ଲାଇକ କରିବା ସହିତ ଆମକୁ ଫଲୋ କରିନିଅନ୍ତୁ।
ଗୁଗଲ ସର୍ଚ୍ଚରେ ନିଜର ଫଟୋ ଆଣିବା ଖୁବ୍ ସହଜ। ଏଥିପାଇଁ ପ୍ରଥମେ ବୁଝିବାକୁ ପଡିବ କିଭଳି ଭାବେ ଗୁଗଲ ସର୍ଚ୍ଚ ଫଟୋ, ଭିଡ଼ିଓ ଏବଂ ପାଠକୁ ଖୋଜିଥାଏ। ଏଠି ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ଗୁଗଲ କେବେ ମଧ୍ୟ ସିଧାସଳଖ କୌଣସି ଫଟୋ, ଭିଡ଼ିଓ କିମ୍ବା ପାଠକୁ ଖୋଜି ନଥାଏ। ବରଂ ଏହା ୱେବସାଇଟ୍କୁ ଖୋଜିଥାଏ। ତେଣୁ ଆପଣଙ୍କ ପଟୋ ଯଦି ଗୁଗଲ ସର୍ଚ୍ଚରେ ଆଣିବାକୁ ଚାହୁଥାନ୍ତି ତେବେ ଆପଣଙ୍କୁ କୌଣସି ହିସାବରେ ୱେବ୍ସାଇଟ୍ରେ ଆପଣଙ୍କ ଫଟୋକୁ ସଂଯୋଗ କରିବାକୁ ପଡିବ। ତେବେ ୱେବ୍ସାଇଟ୍ କହିଲେ ବହୁ ଲୋକ ବହୁ ଅର୍ଥର ଆବଶ୍ୟକତ ପଡିବ ବୋଲି କହିଥାନ୍ତି। ଆପଣ ବି ଯଦି ଏଭଳି ଭାବୁଥାନ୍ତି ତେବେ ଏହା ଭୁଲ ଅଟେ। ବ୍ଲଗର, ସୋସିଆଲ୍ ସାଇଟ୍ ଆଦି ମଧ୍ୟ ଗୋଟିଏ ଗୋଟିଏ ୱେବସାଇଟ୍। ଏହାସହିତ କେତେକ ଫ୍ରି ସାଇଟ୍ ମଧ୍ୟ ରହିଛି ଯେଉଁମାନେ ଆପଣଙ୍କୁ ୱେବ୍ସାଇଟ୍ ଡିଜାଇନ କରି ଉପଲବ୍ଧ କରାଇଥାନ୍ତି। ତେବେ ସବୁଠାରୁ ଯେଉଁ ୱେବ୍ସାଇଟ୍କୁ ଗୁଗୁଲ୍ ସର୍ଚ୍ଚ ସର୍ବାଧିକ ଚିହ୍ନଟ କରିଥାଏ ତାହା ମଧ୍ୟରେ ବ୍ଲଗକୁ ବ୍ୟବହାର କରିବା ମୋ ମତରେ ସର୍ବାଧିକ ଶ୍ରେୟସ୍କର। କାରଣ ବ୍ଲକସ୍ପଟ୍କୁ ଗୁଗଲ ନିଜେ ଚଳାଇଥାଏ। ତେଣୁ ଆପଣ ବ୍ଲକ ଆକାଉଣ୍ଟ ଖୋଲି ଆପଣଙ୍କ ଫଟୋକୁ ବିଭିନ୍ନ ଲେଖା ଆଳରେ ପୋଷ୍ଟ କରନ୍ତୁ। ଏବଂ ସବୁଠାରୁ ବଡ଼ କଥା ହେଲା ଆପଣ ଏହି ବ୍ଲକର ଲିଙ୍କକୁ ଆପଣଙ୍କ ବିଭିନ୍ନ ସୋସିଆଲ ମିଡିଆର ଗ୍ରୁପ୍ରେ ସେୟାର କରନ୍ତୁ। ଏହା ଦ୍ୱାରା ଆପଣଙ୍କ ବ୍ଲଗ୍ର ଭିଉ ବଢ଼ିବା ସହ ଫଟୋର ଏସଇଓ ବଢ଼ିବ। ଏସଇଓ ସେହି ବ୍ୟବସ୍ଥା ଯାହା ଦ୍ୱାରା ଗୁଗଲ ସର୍ଚ୍ଚରେ ଆପଣଙ୍କ ଫଟୋ ଅଗ୍ରାଧିକାର ଭିତ୍ତିରେ ଆସିଯିବ।
0 Comments