ଯଦି ଆପଣ ଜଣେ ଓଡ଼ିଆ ଏବଂ ଆପଣ ଇଣ୍ଟରନେଟ୍ରେ ରୁଚି ରଖୁଥାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଏଣିକି ଗୁଗଲ ଆପ୍ଗୁଡିକ ଓଡ଼ିଆରେ ଉପଲବ୍ଧ ହେବ। ଗୁଗଲ ଟ୍ରାନ୍ସଲେସନ, ଗୁଗଲ ଡିସ୍କଭରି, ୟୁଟ୍ୟୁବ୍ ସମେତ ବିଭିନ୍ନ ଲୋକପ୍ରିୟ ଆପ୍ଲିକେସନଗୁଡିକରେ ଏଣିକି ଓଡିଆରେ ବିକଳ୍ପ ରହିବ।
ନୂଆଦିଲ୍ଲୀଠାରେ ଗୁଗଲ ଇଣ୍ଡିଆର ପଞ୍ଚମ ସଂସ୍କରଣ ବୈଠକରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି। ପୂର୍ବରୁ କେବଳ ହାତଗଣତି ହିନ୍ଦି, ବଙ୍ଗଲା, ତେଲୁଗୁ, ତାମିଲ, କନ୍ନଡ, ମଲୟାଲମ, ଗୁଜୁରାଟି ଓ ମରାଠୀ ଭାଷା ଗୁଗୁଲରେ ବ୍ୟବହାର ହେଉଥିବାବେଳେ ଏଣିକି ଓଡ଼ିଆ ସହ ଉର୍ଦ୍ଦୁ ଓ ପଞ୍ଜାବୀ ଭାଷା ମଧ୍ୟ ଏହି ତାଲିକାରେ ସାମିଲ ହେବ। ତେବେ କେବଠାରୁ ଓଡ଼ିଆ ଗୁଗଲରେ ସାମିଲ ହେବ ଏବଂ ମୁଖ୍ୟତଃ କେଉଁ କେଉଁ ସବୁ ଆପଗୁଡିକରେ ଏହା ବିଶେଷ ଉପଯୋଗୀ ହୋଇ ପାରିବ।ଗୁଗଲରେ ଓଡ଼ିଆ ଭାଷା ସାମିଲ ହେବା ଏକ ଯୁଗାନ୍ତକାରୀ ପଦକ୍ଷେପ କୁହାଯାଇ ପାରେ। ଏକଦା ଲୁପ୍ତପ୍ରାୟ ଭାଷା ତାଲିକାରେ ସାମିଲ ହୋଇ ଯାଇଥିବା ଓଡ଼ିଆ ଭାଷା ନିରନ୍ତର ନିଜକୁ ସମୃଦ୍ଧ କରି ଚାଲିଛି। ପୂର୍ବରୁ ଶାସ୍ତ୍ରୀୟ ମାନ୍ୟତା ପାଇ ସାରିଥିବା ଓଡ଼ିଆ ଏଣିକି ଇଣ୍ଟରନେଟ୍ ଭାଷା ହୋଇଯିବ। ଏଣିକି ଗୁଗଲ ଉପଯୋଗକାରୀ ବିଭିନ୍ନ ଆପ୍ଲିକେଶନରେ ଓଡିଆ ଭାଷାର ବିକଳ୍ପ ପାଇପାରିବେ। ସଂପ୍ରତି ଏହା ପରୀକ୍ଷାମୂଳକ ସ୍ଥିତିରେ ରହିଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ରହିପାରେ ମାତ୍ର ଖୁବ୍ ଶୀଘ୍ର ଏଥିରେ ମଧ୍ୟ ସୁଧାର ଆସିଯିବ। ସେହିପରି ଆପଣ ଯଦି ଗୁଗଲ ବ୍ଲଗ ପାଇଁ ଲେଖାଲେଖି କରୁଥାନ୍ତି ତେବେ ଗୁଗୁଲ ୟୁନିକୋଡ ଫଣ୍ଡରେ ଲେଖିବାକୁ ପଡିବ।
ଓଡ଼ିଆ ଭାଷାକୁ ଗୁଗଲରେ ଉପଲବ୍ଧ କରାଇବା ନେଇ ଦୀର୍ଘ ଦିନ ହେଲା ପ୍ରୟାସ ଚାଲିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଅନେକ ପ୍ରୟାସ କରିଛନ୍ତି। ପୂର୍ବରୁ ବହୁବାର ଗୁଗଲ ଇଣ୍ଡିଆ ସହିତ କଥାବାର୍ତ୍ତା ହୋଇ ସାରିଛି। ତେବେ ସେ ଯା ହେଉ ବିଳମ୍ବରେ ହେଉ ସୁଦ୍ଧା ଗୁଗୁଲରେ ଓଡ଼ିଆ ସାମିଲ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଖୁସି ଖବର।
କାହିଁକି ଓଡିଆ ସାମିଲ ହେଲା:-
ଓଡିଆ ଏକ ଆଞ୍ଚଳିକ ଭାଷା ହୋଇଥିବା ସତ୍ତ୍ବେ କ୍ରମାଗତ ଭାବେ ଏହା ଆଦୃତି ଲାଭ କରି ଚାଲିଛି। ଓଡ଼ିଆ ସରକାର ଏହାକୁ ସରକାରୀ ଭାଷାର ମଧ୍ୟ ମାନ୍ୟତା ଦେବା ସହ ପ୍ରତ୍ୟେକ ଅଫିସିଆଲ କାର୍ଯ୍ୟ ଓଡିଆରେ କରିବା ସହ ନିର୍ଦେଶ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ବ୍ୟବହାର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଅନ୍ୟ ଆଞ୍ଚଳିକ ଭାଷା ଗୁଡିକ ବିଭିନ୍ନ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଗୁରୁତ୍ୱ ଦେବାକୁ ଆରମ୍ଭ କରିଥିବାବେଳେ ଗୁଗଲ ମଧ୍ୟ ଓଡ଼ିଆ ଭାଷାକୁ ମାନ୍ୟତା ପ୍ରଦାନ କରିିଛି।କେବେଠାରୁ ଗୁଗଲରେ ଓଡ଼ିଆ ଉପଲବ୍ଧ ହେବ:-
ନୂଆଦିଲ୍ଲୀଠାରେ ଗୁଗଲ ଇଣ୍ଡିଆର ପଞ୍ଚମ ସଂସ୍କରଣ ବୈଠକରେ ଦିଆଯାଇଥିବା ସୂଚନା ଅନୁସାରେ ଚଳିତ ୨୦୧୯ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ। ତେବେ ଏବେ ନଭେମ୍ବର ମାସର ପ୍ରଥମ ସପ୍ତାହରୁ ଏହାର ପରୀକ୍ଷାମୂଳକ ପଦକ୍ଷେପ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି।ପ୍ରଥମ ପର୍ଯ୍ୟାୟରେ ଏହା ଗୁଗଲର ଲୋକପ୍ରିୟ ନ୍ୟୁଜ୍ ଫିଡ ‘ଗୁଗଲ ଡିସକଭରି’ରେ ଉପଲବ୍ଧ ହେବ। ଏହା ଦ୍ୱାରା ଇଂରାଜୀ ଓ ହିନ୍ଦି ପରି ଭାଷା ଜାଣି ନଥିବା ଇଣ୍ଟରନେଟ୍ ବ୍ୟବହାରକାରୀ ସହଜରେ ନ୍ୟୁଜ ଏବଂ ଆର୍ଟିକିଲ ଫିଡ ପାଇପାରିବେ। ଏହା ସହ ଗୁଗଲ ଟ୍ରାନ୍ସଲେସନରେ ମଧ୍ୟ ଏହାକୁ ଲାଗୁ କରି ଦିଆଯିବ। ଏହା ଦ୍ୱାରା ଯେ କୌଣସି ଭାଷାର ଶବ୍ଦ ଏବଂ ବାକ୍ୟକୁ ଓଡ଼ିଆରେ ଭାଷାନ୍ତର କରାଯାଇ ପାରିବ। ଏହାର ବିପରିତ ଓଡ଼ିଆ ଭାଷାର ଶବ୍ଦ ଏବଂ ବାକ୍ୟକୁ ଅନ୍ୟ ବିଦେଶୀ ଭାଷାରେ ମଧ୍ୟ ଭାଷାନ୍ତର କରାଯାଇ ପାରିବ। ପରବର୍ତ୍ତୀ ସମୟରେ ଗୁଗଲ ଲେନ୍ସ, ଗୁଗଲ ଆନାଲେଟିକ୍ସ, ଗୁଗଲ ବୋଲୋ, ଗୁଗଲ ଆଡସେନ୍ସ, ୟୁଟ୍ୟୁବ ଆଦିରେ ମଧ୍ୟ ଓଡ଼ିଆ ବିକଳ୍ପ ରହିବ। ଓଡ଼ିଆ, ପଞ୍ଜାବୀ ଏବଂ ଉର୍ଦ୍ଦୁ ଯଦି ଗୁଗୁଲରେ ସାମିଲ ହୁଏ ତେବେ ଗୁଗଲରେ ଭାରତୀୟ ଭାଷା ସଂଖ୍ୟା ୧୨କୁ ବୃଦ୍ଧି ପାଇବ।
2 Comments
must read. helpful
ReplyDeletewow! what an good news. informative articles
ReplyDelete