Ticker

4/recent/ticker-posts

ବିଧାୟିକା ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଠକେଇ ଅଭିଯୋଗରେ ଗିରଫ

ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସ୍ୱେଚ୍ଛାସେବୀ ସଂଗଠନ ‘ବିଶ୍ୱ’ର ଅଧ୍ୟକ୍ଷ କ୍ଷୀରୋଦ ମଲ୍ଲିକ ଗିରଫ ହୋଇଛନ୍ତି। ଆର୍ଥୀକ ଅନିୟମିତତା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ସମ୍ବଲପୁରରୁ ଉଠାଇ ନେଇଛି। ତାଙ୍କ ସହ ତାଙ୍କର ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡିଛି। ସୂଚନା ଅନୁସାରେ ୨୦୧୨ ମସିହାରେ ମୁମ୍ବାଇଠାରେ ଥିବା ଏକ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ତାଙ୍କୁ ଏଠାରୁ ଗିରଫ କରିଥିବା ଜଣାପଡିଛି। 
ମୁମ୍ବାଇଠାରେ ନକଲି ଦସ୍ତାବେଜରେ ଋଣ ଆଣିଥିବା ଏବଂ ପରିଶୋଧ କରି ନ ଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରହିଥିବା ଜଣାପଡିଛି। 
ପୂର୍ବରୁ ଚିଟଫଣ୍ଡ ମାମଲାରେ ଜେଲ୍‍ରେ ଥିଲେ କ୍ଷୀରୋଦ ମଲ୍ଲିକ। ଏକଦା ହଜାର ହଜାର ଲୋକଙ୍କୁ ଜୀବିକା ଦେଇଥିବା ‘ବିଶ୍ୱ’(ଭାରତ ଇଣ୍ଟିଗ୍ରେଟେଡ ସୋସିଆଲ ୱେଲଫେୟାର ଏଜେନ୍ସି) ସଂଗଠନ ପରବର୍ତ୍ତୀ ସମୟରେ ଚିଟଫଣ୍ଡ ଏବଂ ଡାଲି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିଲା। ୧୯୯୪ରେ ବିଶ୍ୱ ଏନଜିଓ ଗଠନ ହେବା ପରଠାରୁ କ୍ଷୀରୋଦ ମଲ୍ଲିକ ଏହାର ଅଧ୍ୟକ୍ଷ ଥିଲେ। ରାଜନୈତିକ ପୃଷ୍ଠପୋଷକତାରେ ସେ ବହୁତ ଶୀଘ୍ର ଏକ ବିରାଟ ସଂଗଠନ ହୋଇ ପାରିଥିଲେ। 
ମାଇକ୍ରୋଫାଇନାନ୍ସ ଜରିଆରେ ବିଶ୍ୱ ଏକ ବୃହତ ସଂଗଠନ ହୋଇ ପାରିଥିଲା। ତେବେ ତାଙ୍କର ଭଉଣୀ ପ୍ରମିଲା ମଲ୍ଳିକ ଶାସକ ବିଜେଡି ଦଳର ବିଧାୟିକା ରହିଥିବାରୁ ଦୀର୍ଘ ଦିନ ହେଲା ତାଙ୍କର ଅନିୟମିତତାର ତଦନ୍ତ ହେଉ ନଥିଲା। ୨୦୧୨ ପରଠାରୁ ତଦନ୍ତ ଆରମ୍ଭ ହେବାରେ ବହୁ ଅନିୟମିତତାର ପର୍ଦ୍ଦାଫାସ ହୋଇଥିଲା। ତାଙ୍କ ଅପରାଧରେ ତାଲିକା ବହୁ ଲମ୍ବା ରହିଥିବା ଜଣାପଡିଥିଲା। କେବଳ ଓଡ଼ିଶା ନୁହେଁ ମୁମ୍ବାଇରେ ମଧ୍ୟ ବହୁ ଜାଲିଆତି ପଛରେ ତାଙ୍କର ହାତ ରହିଥିବା ସେ ସମୟରେ ଜଣାପଡିଥିଲା।

Post a Comment

0 Comments