ଇସ୍ରୋର ବୈଜ୍ଞାନିକଙ୍କୁ ହତ୍ୟା
ହତ୍ୟା ପୂର୍ବରୁ ଦିଆଯାଇଥିଲା ଯାତନା
ତା 2 | 10|2019:
ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ(ଇସ୍ରୋ)ର ନ୍ୟାସନାଲ ରିମୋଟସେନସିଂ ସେଣ୍ଟରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଏସ ସୁରେଶ କୁମାରଙ୍କୁ ହତ୍ୟା କରାଯାଇଛି ।
ଗତକାଲି ବିଳମ୍ବିତ ସଂଧ୍ୟାରେ ସୁରେଶ କୁମାରଙ୍କ ମୃତ ଦେହ ହାଇଦ୍ରାବାଦ ଆମୀରପେଟ ଅଂଚଳରେ ଥିବା ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଛି । ଇସ୍ରୋର ଗୁପ୍ତ ତଥ୍ୟ ଆଦାୟ ପାଇଁ ତାଙ୍କୁ କେହି ବୈଦିଶିକ ଶତ୍ରୁ ହତ୍ୟା କରିଥାଇ ପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ଇସ୍ରୋର ବହୁ ବୈଜ୍ଞାନିକଙ୍କୁ ରହସ୍ୟ ଜନକ ଭାବେ ହତ୍ୟା କରାଯାଇଛି। କୌଣସି ବ୍ୟକ୍ତିଗତ କାରଣ ବା ପୂର୍ବ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତ ପରେ କହିଥିବା ବେଳେ ଇସ୍ରୋ ସହ ଜଡିତ ଅଧିକାରୀ ମାନେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି।
ନ୍ୟାସନାଲ ରିମୋଟସେନସିଂ ସେଣ୍ଟରର ଫଟୋ ବିଭାଗରେ କାର୍ଯ୍ୟରତ ୫୬ ବର୍ଷ ବୟସ୍କ ବୈଜ୍ଞାନିକ ଏସ ସୁରେଶ କୁମାରଙ୍କ ନିଜ ଘର କେରଳରେ । ତେବେ ଗତ ୨୦ ବର୍ଷ ହେଲା ସେ ତାଙ୍କ ପତ୍ନୀ ଓ ପରିବାର ସହ ହାଇଦ୍ରାବାଦରେ ରହିଆସୁଛନ୍ତି । ମୃତ ବୈଜ୍ଞାନିକ ସୁରେଶଙ୍କ ପତ୍ନୀ ଇନ୍ଦିରା ଇଣ୍ଡିଆନ ବ୍ୟାଙ୍କରେ ସଂପ୍ରତି ମ୍ୟାନେଜରଭାବେ କାମ କରୁଛନ୍ତି । ଘଟଣା ଘଟିବା ଦିନ ସୁରେଶ ଫ୍ଲାଟରେ ଏକୁଟିଆ ରହୁଥିଲେ । ମଙ୍ଗଳବାରଠାରୁ ସୁରେଶଙ୍କ ଫୋନ ବନ୍ଦ ରହିଛି ଓ ଫୋନ ଗାୟବ ମଧ୍ୟ ରହିଥିବା ପୋଲିସ କହିଛି ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଅପରାହ୍ନରେ ସୁରେଶ ବର୍ଷାରେ ଭିଜି ଭିଜି ଘରକୁ ପେରିଥିଲେ । ସୋମବାର ରାତିରେ ସେ ଫୋନଯୋଗେ ନିଜ ପତ୍ନୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଓ ୱାଟ୍ସଆପ୍ରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଚାଟ ମଧ୍ୟ ତକିଛନ୍ତି । କିନ୍ତୁ ମଙ୍ଗଳବାର ସକାଳୁ ତାଙ୍କ ଫୋନ ବନ୍ଦ ରହିଥିଲା । ଚ୍ନ୍ନେଇରେ ରହୁଥିବା ପତ୍ନୀ ବାରମ୍ବାର ଫୋନ କରିବା ସତ୍ତ୍ବେ ସୁରେଶଙ୍କ ସହ ତାଙ୍କର ଯୋଗାଯୋଗ ହୋଇପାରିନଥିଲା । ଅପରପକ୍ଷରେ ମଙ୍ଗଳବାର ସକାଳୁ କାମ କରିବା ପାଇଁ ଆସିଥିବା ମହିଳା ସହାୟିକା ମଧ୍ୟ ସୁରେଶଙ୍କ ଫ୍ଲାଟ ଭିତରପଟୁ ବନ୍ଦ ଥିବା ଦେଖିଥିଲେ ।
ଦିନ ପ୍ରାୟ ୧୧ଟା ବେଳକୁ ଇନ୍ଦିରା ଇସ୍ରୋରେ କାର୍ଯ୍ୟରତ ସୁରେଶଙ୍କ ଜଣେ ବନ୍ଧୁଙ୍କ ନିକଟକୁ ଫୋନ କରି ସୁରେଶ ଅଫିସ ଯାଇଛନ୍ତି କି ନାହିଁ ପଚାରିଥିଲେ । ତେବେ ସୁରେଶ ଅଫିସ ଯାଇନଥିବା ଜାଣିବାପରେ ତାଙ୍କ ଚିନ୍ତା ବଢିଯାଇଥିଲା । ସୁରେଶ ରହୁଥିବା ଫ୍ଲାଟରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ଫ୍ଲାଟକୁ ଯାଇ ସୁରେଶଙ୍କ ସମ୍ପର୍କରେ ବୁଝିବା ଲାଗି ଫଠାଇଥିଲେ । ସମ୍ପର୍କୀୟ ମଧ୍ୟ ଦେଖିଥିଲେ ଯେ, ଭିତରପଟୁ ସୁରେଶଙ୍କ ଘର ବନ୍ଦ ରହିଛି ଓ ଯେତେ ଡାକିଲେ ମଧ୍ୟ କେହି କବାଟ ଖୋଲୁନାହାନ୍ତି ।
ସୁରେଶଙ୍କ ପତ୍ନୀ ଚେନ୍ନାଇରୁ ବାହାରି ହାଇଦ୍ରାବାଦରେ ସଂଧ୍ୟାରେ ପହଞ୍ଚିଥିଲେ ଓ ପୋଲିସ ସହାୟତାରେ ଫ୍ଲାଟର କବାଟ ଭାଙ୍ଗାଯାଇଥିଲା । ଫ୍ଲାଟରେ ସୁରେଶଙ୍କ ମୃତ ଦେହ ଫଡିଥିଲା । ପ୍ରାଖମିକ ତଦନ୍ତରୁ ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି । ଫ୍ଲାଟରେ ସିସିଟିଭି ନଥିବାରୁ ପୋଲିସ ଆଖପାଖର ସିସିଟିଭି ଯାଂଚକରି କିଛି ସନ୍ଦିଗ୍ଧ ଲୋକଙ୍କୁ ଠାବ କରିଛି । ପୂର୍ବରୁ ବହୁ ବୈଜ୍ଞାନିକ ଙ୍କୁ ଏଭଳି ଭାବେ ହତ୍ୟା କରା ଯାଇଥିବାରୁ ସୁରେଶଙ୍କ ହତ୍ୟା ପଛରେ ବାହ୍ୟ ଶତୃଙ୍କ ହାତ ଥିବା କୁହ ଯାଉଛି।
0 Comments