Ticker

4/recent/ticker-posts

ଭୁବନେଶ୍ୱର ପହଞ୍ଚିଲେ ଉପରାଷ୍ଟ୍ରପତି, ‘ସମାଜ’ ଶତବାର୍ଷିକୀ ସମାରୋହରେ ଯୋଗ ଦେବେ

ଓଡ଼ିଶାର ଜନମାନସ ସହ ଶହେ ବର୍ଷ ଧରି ଅସ୍ଥିମଜ୍ଜାଗତ ସର୍ବପୁରାତନ ଖବରକାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗ ଦେବା ପାଇଁ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। 
ଉପରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନଯୋଗ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀଙ୍କ ସମେତ ବହୁ ପଦାଧିକାରୀ ତାଙ୍କର ସ୍ୱାଗତ କରିଛନ୍ତି।
ଉପରାଷ୍ଟ୍ରପତି ପୂର୍ବାହ୍ନରେ କିଟ୍‍ ପରିସରରେ ଆୟୋଜିତ ବିଶ୍ୱ କବି ସମ୍ମିଳନୀରେ ଯୋଗ ଦେବେ। 
ସେହିପରି ରାଜଭବନରେ ମଧ୍ୟାହ୍ନ ଭୋଜନ ସହ ଅପରାହ୍ନ ପ୍ରାୟ ୪ଟାରେ କଟକ ସ୍ଥିତ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ। ସମାରୋହରେ ଶ୍ରୀ ନାଇଡୁଙ୍କ ସମେତ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଡ. ଅଚ୍ୟୁତ ସାମନ୍ତ, ଲୋକସେବକ ମଣ୍ଡଳ ସଭାପତି ତଥା ‘ସମାଜ’ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକ ସେବକ ମଣ୍ଡଳ ଟ୍ରଷ୍ଟି ତଥା ରାଷ୍ଟ୍ରୀୟ ଯୁବ ପ୍ରକଳ୍ପ ପ୍ରତିଷ୍ଠାତା ଡା. ଏସ.ଏନ ସୁବ୍‍ବା ରାଓ, ଲୋକସେବକ ମଣ୍ଡଳ କୋଷାଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀ କାର୍ଯ୍ୟନିର୍ବାହୀ ସଂପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଂପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ନନ୍ଦ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Post a Comment

0 Comments