ଅବି ଅହମଦ ଅଲିଙ୍କ କଣ ରହିଛି ଗାନ୍ଧୀଙ୍କ ସହ ସଂପର୍କ:
ଆଫ୍ରିକା ମହାଦେଶ ଅନ୍ତର୍ଗତ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲିଙ୍କୁ ବର୍ଷ ୨୦୧୯ ପାଇଁ ପ୍ରତିଷ୍ଠିତ ଶାନ୍ତି ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତର ଜାତିର ପିତା ମହାତ୍ମା ଗାନ୍ଧୀ ହେଉଛନ୍ତି ଅବି ଅହମ୍ମଦ ଅଲିଙ୍କ ପଥ ପ୍ରଦର୍ଶକ। ପାଞ୍ଚ ଥର ନୋବେଲ ପୁରସ୍କାର ପାଇଁ ନାମାଙ୍କନ ହୋଇଥିବା ସତ୍ତ୍ବେ ନୋବେଲ ପାଇ ପାରି ନ ଥିବା ମହାତ୍ମା ଗାନ୍ଧୀ କିଭଳି ଭାବେ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲିଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମୁଖ୍ୟ କାରକ ହୋଇ ପାରିଲେ ତାହା ଜାଣିବା ପାଇଁ ସମ୍ପୂର୍ଣ୍ଣ ଖବରକୁ ପଢ଼ନ୍ତୁ। ପ୍ରତିଦିନ ରୋଚକ ଖବର ପଢ଼ିବା ପାଇଁ ଆମର ସାଇଟ୍କୁ ଫଲୋ କରନ୍ତୁ।
Nobel Peace Prize-2019 awarded to Ethiopian Prime Minister Abiy Ahmed Ali |
ମୁଖ୍ୟାଂଶ:
- ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲୀଙ୍କୁ ୨୦୧୯ ପାଇଁ ମିଳିବ ଶାନ୍ତି ନୋବେଲ ପୁରସ୍କାର
- ପଡୋଶୀ ରାଷ୍ଟ୍ର ଇରିଟ୍ରିୟା ସହ ଦୁଇ ଦଶନ୍ଧୀ ଧରି ଚାଲିଥିବା ସଂଘର୍ଷକୁ ନିଜର ନିଷ୍ପତ୍ତିମୂଳକ ପଦକ୍ଷେପ ଯୋଗୁଁ ଶେଷ କରି ପାରିଥିବାରୁ ଅବି ଅହମ୍ମଦଙ୍କୁ ମିଳିବ ନୋବେଲ
- ଅପ୍ରେଲ ୨୦୧୮ରେ ହୋଇଥିଲେ ପ୍ରଧାନମନ୍ତ୍ରୀ
- କାର୍ଯ୍ୟକାଳର ୧୦୦ ଦିନରେ ଜରୁରୀକାଳୀନ ପରିସ୍ଥିତି ଉଠାଇ ଦେଲେ, ରାଜନୈତିକ ବନ୍ଧୀଙ୍କୁ ମୁକ୍ତ କଲେ
- ସେପ୍ଟେମ୍ବର ୨୦୧୮ରେ ଇରିଟ୍ରି୍ରଆ ସହ ଐତିହାସିକ ଶାନ୍ତି ବୁଝାମଣା କରିଛନ୍ତି।
ରିପୋର୍ଟ: ଦେବେନ ପଟେଲ
ଆଫ୍ରିକା ମହାଦେଶ ଅନ୍ତର୍ଗତ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲୀଙ୍କୁ ଚଳିତ ବର୍ଷର ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ ଘୋଷଣା ପରେ ଅବି ଅହମ୍ମଦଙ୍କ ଉପରେ ଏବେ ସାରା ବିଶ୍ୱର ନଜର। ପୁରସ୍କାର ଘୋଷଣାର ୨୪ ଘଣ୍ଟା ମଧ୍ୟରେ ତାଙ୍କର ଜୀବନ ଓ କାର୍ଯ୍ୟଶୈଳୀ ଉପରେ ଗୁଗଲରେ ସର୍ଚ୍ଚ ହଠାତ୍ ଭାବେ ବୃଦ୍ଧି ପାଇଯାଇଥିଲା। ବହୁ ଲୋକ ଅବିଙ୍କ ବାବଦରେ କିଛି ମଧ୍ୟ ଜାଣି ନ ଥିଲେ। ଶାନ୍ତି ନୋବେଲ ପୁରସ୍କାର ପାଇଁ ୭୮ଟି ସଂଗଠନ ସହ ମୋଟ୍ ୩୦୧ ଆବେଦନ ଆସିଥିବାବେଳେ ସମସ୍ତଙ୍କୁ ପଛରେ ପକାଇ ଅବି ଅହମ୍ମଦ ନୋବେଲ ପାଇବା ପାଇଁ ନୋବେଲ କମିଟି ଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଡିସେମ୍ବର ୨୦୧୯ରେ ଅବି ଅହମ୍ମଦଙ୍କୁ ସମ୍ମାନ ଓ ପୁରସ୍କାର ରାଶି ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୯ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରାଯିବ। ୪୩ ବର୍ଷିୟ ଅବି ଅହମ୍ମଦ ହେଉଛନ୍ତି ୧୦୦ତମ ନୋବେଲ ଶାନ୍ତି ପୁରସ୍କାର ବିଜେତା।
ଅପ୍ରେଲ ୨୦୧୮ରେ ହେଲେ ଇଥିଓପିଆର ପ୍ରଧାନମନ୍ତ୍ରୀ:
ଅପ୍ରେଲ ୨୦୧୮ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ସହ ଇଥିଓପିଆର ସର୍ବପେକ୍ଷା ଯୁବ ରାଷ୍ଟ୍ର ଅଧ୍ୟକ୍ଷ ହୋଇ ପାରିଛନ୍ତି ଅବି ଅହମ୍ମଦ ଅଲୀ। ବେଶାଶାର ଏକ ଆର୍ଥିକ ଅନଗ୍ରସର ପରିବାରରେ ଆବିଙ୍କ ଜନ୍ମ। ବିଜୁଳି ଆଲୁଅ ଠାରୁ ବହୁ ଦୂରରେ ଥିବା ଏକ ଗ୍ରାମର ଭଙ୍ଗା କୁଡ଼ିଆରେ ଆବି ପ୍ରତିପାଳିତ ହୋଇଥିଲେ। ଅଧ୍ୟୟନ ସମାପ୍ତ କରିବା ପରେ ରାଜନୀତି ଆଡ଼କୁ ସେ ଆକର୍ଷିତ ହୋଇଥିଲେ। ୨୦୧୮ରେ ଇଥିଓପିଆର ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କଲାପରେ ଆଫ୍ରିକୀୟ ଦେଶସମୂହର ଯୁବ ରାଷ୍ଟ୍ରାଧ୍ୟକ୍ଷ ହୋଇ ପାରିଥିଲେ। ୧୯୯୧ରେ ଡେର୍ଗ ମିଲିଟାରି ଜୁଣ୍ଟା ଦେଶରେ କ୍ଷମତା ହରାଇଥିଲା। ଏହାପରେ ଇଥିଓପିଆନ ପିପୁଲ୍ସ ରିଭୋଲ୍ୟୁସନାରୀ ଡେମୋକ୍ରାଟିକ ଫ୍ରଣ୍ଟ (ଇପିଆରଡିଏଫ)ର କ୍ଷମତା ସରଂଚନାରେ ଆବି ଖୁବଶୀଘ୍ର ଅଗ୍ରଗତି କରିଥିଲେ। ଏହା ପୂର୍ବରୁ ସେ ଜଣେ ରେଡିଓ ଅପରେଟର ଭାବେ ସେନାରେ ସାମିଲ ହୋଇଥିଲେ। ସରକାରରେ ସାମିଲ ହେବା ପୂର୍ବରୁ ସେ ଲେପ୍ଟନାଣ୍ଟ କେର୍ଣ୍ଣଲ ପଦରେ ଅବସ୍ଥାପିତ ଥିଲେ। ଇଥିଓପିଆ ସାଇବର ଗୁଇନ୍ଦା ନେଟ୍ୱର୍କ ସୁକ୍ୟୁରିଟି ଏଜେନ୍ସିର ସେ ପ୍ରତିଷ୍ଠାତା ମୁଖ୍ୟ ମଧ୍ୟ ଅଟନ୍ତି। ସେ ଆଦିସ ଆବାବର ମନ୍ତ୍ରୀ ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୦୦ ଦିନ ମଧ୍ୟରେ ଇଥିଓପିଆରୁ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରିବାରେ ସଫଳ ହୋଇଥିଲେ। ଇଥିଓପିଆର ନେଲ୍ସନ୍ ମଣ୍ଡେଲା ଭାବେ ସେ ପରିଚିତ।
ପ୍ରଧାନମନ୍ତ୍ରୀ ହେବା ସହ ଅବି ଅହମ୍ମଦ ତାଙ୍କର ଉଦାରବାଦୀ ନୀତି ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବାର ୧୦୦ ଦିନ ମଧ୍ୟରେ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ଉଠାଇ ଦେଇଥିଲେ। ଗଣମାଧ୍ୟମ ଉପରେ ରହିଥିବା କଟକଣାକୁ ହଟାଇ ଦେଇଥିଲେ। ସେ ହଜାର ହଜାର ବିପକ୍ଷ ନେତାଙ୍କୁ ଜେଲରୁ ମୁକ୍ତ କରିଥିଲେ। ଯେଉଁ ଅସନ୍ତୁଷ୍ଟ ନେତାଙ୍କୁ ଦେଶରୁ ନିର୍ବାସିତ କରି ଦିଆଯାଇଥିଲା ତାଙ୍କୁ ଦେଶକୁ ଫେରି ଆସିବା ପାଇଁ ଅନୁମତି ଦେଇଥିଲେ।
ପ୍ରଧାନମନ୍ତ୍ରୀ ହେବାର ୫ ମାସ ମଧ୍ୟରେ ଇରିଟ୍ରିଆ ସହ ସୀମା ବିବାଦ ନେଇ ଶାନ୍ତି ବୁଝାମଣା:
ପ୍ରଧାନମନ୍ତ୍ରୀ ହେବା ସହ ଅବି ଅହମ୍ମଦ କେବଳ ଦେଶରେ ଉଦାରନୀତି ଆରମ୍ଭ କରି ନଥିଲେ ବରଂ ପଡୋଶୀ ରାଷ୍ଟ୍ରଙ୍କ ସହ ଯେଭଳି ଶନ୍ତି ବଜାୟ ରହିବ ସେ ନେଇ ପ୍ରୟାସ ଆରମ୍ଭ କରି ଦେଇଥିଲେ। ଇଥିଓପିଆର ଚିର ଶତ୍ରୁ ରାଷ୍ଟ୍ର ଇରିଟ୍ରିଆ ସହ ରକ୍ତାକ୍ତ ସଂଘର୍ଷକୁ ବନ୍ଦ କରିବା ପାଇଁ ସେ ତାଙ୍କର ପ୍ରୟାସ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ସହ ସେ ଇରିଟ୍ରିଆ ସହ ରହିଥିବା ତୀକ୍ତକାକୁ ଦୂର କରିବେ ବୋଲି ସ୍ପଷ୍ଟ କରି ସାରିଥିଲେ। ସେ ଇରିଟ୍ରିଆର ରାଷ୍ଟ୍ରପତି ଇସୈଅସ ସହ ଏ ଦିଗରେ କଥାବାର୍ତ୍ତା ସହ ପ୍ରୟାସ ଆରମ୍ଭ କରି ଦେଇଥିଲେ। ତାଙ୍କରି ଉଦ୍ୟମ ଫଳରେ ଦୀର୍ଘ ୨୦ ବର୍ଷ ଧରି ଏହି ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ରହିଥିବା ତୀକ୍ତତା ଦୂର ହୋଇ ପାରିଥିଲା। ଶାସନରେ ଆସିବାର ୫ମାସ ମଧ୍ୟରେ ସେ ଇରିଟ୍ରିଆ ସହ ସୀମା ବିବାଦ ନେଇ ଶାନ୍ତି ବୁଝାମଣା ସ୍ୱାକ୍ଷର କରିଛନ୍ତି। ସୂଚନା ଯୋଗ୍ୟ ଯେ ୧୯୯୮ରୁ ୨୦୦୦ ମଧ୍ୟରେ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। କେବଳ ନିଜର ନୁହେଁ ଇରିଟ୍ରିଆ ଓ ଜିବୁ୍ତି ମଧ୍ୟରେ ରହିଥିବା ତୀକ୍ତତାକୁ ଶେଷ କରିବା ପାଇଁ ସେ କୁଟନୈତିକ ପ୍ରୟାସ କରିଥିଲେ। ଏହିପରି ଭାବେ ଅର୍ନ୍ତଜାତୀକ ସ୍ତରରେ ବିବାଦ ସମାଧାନ ଦିଗରେ ତାଙ୍କର ଭୂମିକା ରହିଛି। ଏହାସହିତ ଅବି ଅହମ୍ମଦ କେନିଆ ଓ ସୋମାଲିଆ ମଧ୍ୟରେ ସାମୁଦ୍ରିକ ସୀମାକୁ ନେଇ ରହିଥିବା ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିଥିଲେ।
Nobel Peace Prize-2019 awarded to Ethiopian Prime Minister Abiy Ahmed Ali |
ନେଲସନ ମଣ୍ଡେଲାଙ୍କ ଥିଲେ ବଡ ପ୍ରଶଂସକ:
ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ ଦକ୍ଷିଣ ଆଫ୍ରିକାର ଗାନ୍ଧୀ ଭାବେ ପରିଚିତ ନେଲସନ ମଣ୍ଡେଲାଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ। ନେଲସନ ମଣ୍ଡେଲାଙ୍କ ଛବି ଛପା ହୋଇ୍ଥିବା ଟି-ସାର୍ଟ ସେ ପିନ୍ଧିବାକୁ ବେଶ୍ ପସନ୍ଦ କରୁଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନେଲସନ ମଣ୍ଡେଲା ଜେଲରୁ ମୁକ୍ତି ପାଇଲା ସମୟରେ ଅବି ଅହମ୍ମଦଙ୍କ ବୟସ ମାତ୍ର ୧୩ ବର୍ଷ ଥିଲା। ମାତ୍ର ସେ ଯେବେ ପ୍ରଧାନମନ୍ତ୍ରୀ ହେଲେ ସେ ନେଲସନଙ୍କ ଜୀବନାଦର୍ଶକୁ ପାଥେୟ କରି ଶାସନ ଆରମ୍ଭ କରିଥିଲେ। ପଡୋଶୀ ରାଷ୍ଟ୍ର ସହ ଦୀର୍ଘ ଦୁଇ ଦଶନ୍ଧୀର ତିକ୍ତତାକୁ ଶେଷ କରିବା ପାଇଁ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ। ଶାନ୍ତି ପ୍ରତିଷ୍ଠା ଓ ଅନ୍ତର୍ଜାତୀୟ ସହଯୋଗିତା ପାଇଁ ଅବିଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଛି।
ନେଲସନଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିବା ଅବି ଅହମ୍ମଦ ପ୍ରକାଶ କରିଥିବାବେଳେ ନେଲସନ ନିଜେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିବା ବାରମ୍ବାର କହି ଆସୁଥିଲେ। ସେଥିପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକାର ଗାନ୍ଧୀ ବୋଲି ମଧ୍ୟ ପ୍ରକାଶ କରାଯାଏ। ଅବି ଅହମ୍ମଦ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ପଢ଼ିଥିବା ଏବଂ ତାଙ୍କ ଜୀବନୀ ତାଙ୍କୁ ବେଶ୍ ପ୍ରଭାବିତ କରିଥିବା ପ୍ରକାଶ କରିଛନ୍ତି। ଏହି ପରି ଭାବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅବିଙ୍କ ନୋବେଲ ଯାତ୍ରାରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ହିଁ କାମକୁ ଆସିଥିଲା।
Viewers also read: କାହିଁକି ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ, କହିଲେ ଏହି କାରଣ
Viewers also read: କାହିଁକି ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ, କହିଲେ ଏହି କାରଣ
0 Comments