ଚନ୍ଦ୍ର ପୃଷ୍ଠର ବିନ୍ୟାସ ଏବଂ ରହସ୍ୟ ଉନ୍ମୋଚନ କରିବାକୁ ବ୍ରିଟେନ୍ (ୟୁନାଇଟେଡ୍ କିଙ୍ଗଡମ୍) ଯୋଜନା ଆରମ୍ଭ କରିଛି। ଏହି ରାଷ୍ଟ୍ର ୨୦୨୧ରେ ଚନ୍ଦ୍ର ପୃଷ୍ଠକୁ ସ୍ପାଇଡର୍ ରୋବୋଟ ପଠାଇବ।
ଚାଲିବାକୁ ସକ୍ଷମ ଏହି ରୋବୋଟ୍ ଚନ୍ଦ୍ରପୃଷ୍ଠ ଭ୍ରମଣ କରି ଫଟୋ ପ୍ରେରଣ କରିବ। ଆମେରିକାର ‘ଆଷ୍ଟ୍ରୋବୋଟିକ୍’ କମ୍ପାନୀର ସହାୟତାରେ ବ୍ରିଟେନ୍ ଏହି ରୋବୋଟ ବିକଶିତ କରିଛି। ଆଷ୍ଟ୍ରୋବୋଟିକ୍ ପେରେଗ୍ରାଇନ୍ ଲ୍ୟାଣ୍ଡର ପ୍ରଥମେ ଚନ୍ଦ୍ରରେ ଅବତରଣ କରିବା ପରେ ଚଳତ୍କ୍ଷମ ସ୍ପାଇଡର୍ ରୋବୋଟ୍ ତା’ର ଅନୁଧ୍ୟାନ ଆରମ୍ଭ କରିବ। ଚନ୍ଦ୍ର ପୃଷ୍ଠରେ ଚାଲିବା ବେଳେ ଏହି ରୋବୋଟ୍ ଅନେକ ତଥ୍ୟ ପୃଥିବୀକୁ ପ୍ରେରଣ କରିବ ବୋଲି ସୂଚନା ମିଳିଛି।
0 Comments