Ticker

4/recent/ticker-posts

ଅଯୋଧ୍ୟା ରାୟର ସମୀକ୍ଷା ଆବେଦନ କରିବ ମୁସଲିମ୍‌ ଲ’ ବୋର୍ଡ // Ayodhya dispute

ଅଯୋଧ୍ୟା ରାୟର ସମୀକ୍ଷା ଆବେଦନ କରିବ ମୁସଲିମ୍‌ ଲ’ ବୋର୍ଡ

ରାମ ଜନ୍ମଭୂମି ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲବି) ଚାଲେଞ୍ଜ କରି ସମୀକ୍ଷା ଆବେଦନ କରିବ ବୋଲି ବୁଧବାର କହିଛି। ଏଆଇଏମ୍‌ପିଏଲ୍‌ବି ସଚିବ ଜାଫରୟାବ ଜିଲାନି କହିଛନ୍ତି ଯେ ସୁପ୍ରିମକୋର୍ଟରେ ସମୀକ୍ଷା ଆବେଦନ କରିବା ଲାଗି ବୋର୍ଡ ଦୃଢ ନିଶ୍ଚିତ। ସମୀକ୍ଷା ଆବେଦନ କରିବା ଲାଗି ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆମ ପାଖରେ ସମୟ ରହିଛି। ତେବେ ଅଯୋଧ୍ୟା ମାମଲାର ମୁଖ୍ୟ ପକ୍ଷ ସୁନ୍ନି ୱାକଫ ବୋର୍ଡ ଅଯୋଧ୍ୟା ମାମଲା ଉପରେ କୌଣସି ସମୀକ୍ଷା ଆବେଦନ କରିବ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛି। ତେବେ ମସଜିଦ ନିର୍ମାଣ ନିମନ୍ତେ ୱାକଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବା ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ସେ ବାବଦରେ କୌଣସି ନିଷ୍ପତ୍ତି ହୋଇ ନାହିଁ।


ମସଜିଦ ନିର୍ମାଣ ନିମନ୍ତେ ଅନ୍ୟତ୍ର ଜମି ଗ୍ରହଣ ଉପରେ ୱାକଫ ବୋର୍ଡରେ ମତପାର୍ଥକ୍ୟ ରହିଛି। ସମୀକ୍ଷା ଆବେଦନ ପ୍ରସଙ୍ଗରେ ସୁନ୍ନି ୱାକଫ ବୋର୍ଡର ନିଷ୍ପତ୍ତି ପ୍ରସଙ୍ଗରେ ଏଆଇଏମ୍‌ପିଏଲ୍‌ବି ସଚିବ ଜିଲାନି କହିଛନ୍ତି ୱାକଫ ବୋର୍ଡର ନିଷ୍ପତ୍ତି ଅାମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ନଭେମ୍ବର ୧୭ରେ ହୋଇଥିବା ବୈଠକରେ ଅଯୋଧ୍ୟା ରାୟକୁ ଚାଲେଞ୍ଜ କରି ସମୀକ୍ଷା ଆବେଦନ କରାଯିବାକୁ ଏଆଇଏମ୍‌ପିଏଲ୍‌ବି ନିଷ୍ପତ୍ତି ନେଇ ସାରିଛି। ତେଣୁ ଏହି ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବାର ନାହିଁ। ଆମର ସାମ୍ବିଧାନିକ ଅଧିକାର ବଳରେ ଆମେ ସମୀକ୍ଷା ଆବେଦନ କରିବୁ ବୋଲି ଜିଲାନି କହିଛନ୍ତି। ସମସ୍ତ ମୁସଲମାନ ସଂଗଠନ ସମୀକ୍ଷା ଆବେଦନ ସପକ୍ଷରେ ରହିଥିବା ସେ କହିଛନ୍ତି। 
ସୁପ୍ରିମକୋର୍ଟରେ କେବେ ସମୀକ୍ଷା ଆବେଦନ କରାଯିବ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇ ନାହିଁ। ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଦେଇଥିବା ସର୍ବସମ୍ମତ ରାୟରେ ଅଯୋଧ୍ୟାର ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ରାମଲାଲାଙ୍କୁ ପ୍ରଦାନ କରିଥିବାବେଳେ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ନିମନ୍ତେ ଅନ୍ୟତ୍ର ୫ ଏକର ଜମି ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

Post a Comment

0 Comments