୧୦ ମିନିଟ୍ରେ ମିଳିଯିବ ଇ-ପାନକାର୍ଡ
ଏଣିକି ପାନକାର୍ଡ ପାଇବା ପାଇଁ ଆଉ ହଇରାଣ ହେବାକୁ ପଡିବନି। ଅନ୍ଲାଇନ ଜରିଆରେ ଆବେଦନ କରିବାର ତୁରନ୍ତ ବାଦ୍ ପାନ ନମ୍ବର ମିଳିଯିବ। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି। ମାତ୍ର ୧୦ ମିନିଟ୍ ମଧ୍ୟରେ ହିତାଧିକାରୀ ପାନ ନମ୍ବର ପାଇଯାଇ ପାରିବ। ସବୁଠାରୁ ବଡ଼ କଥା ହେଲା ଅନ୍ଲାଇନ ଜରିଆରେ ଏହି ପାନ ନମ୍ବର ପାଇବା ପାଇଁ ହିତାଧିକାରୀଙ୍କୁ ଆଉ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।
pan card |
ଏଭଳି ମିଳିବ ପାନ ନମ୍ବର:
- ପାନ ନମ୍ବର ପାଇବାକୁ ହେଲେ ଅନ୍ଲାଇନରେ ଆବେଦନ କରିବାକୁ ହେବ।
- କୌଣସି ପ୍ରକାର ଦସ୍ତାବେଜ୍ ଲାଗିବ ନାହିଁ।
- କେବଳ ଦେବାକୁ ପଡିବ ଆଧାର ନମ୍ବର।
- ପାନ ନମ୍ବର ଆବେଦନ ମାତ୍ରେ ମିଳିବ ଓଟିପି
- ଓଟିପି ଭେରିଫିକେସହ ସହ ଇ-ପାନ କାର୍ଡ ମିଳିଯିବ
- ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ
- ଇ-ପାନ କାର୍ଡରେ କ୍ୟୁଆର କୋର୍ଡ ମିଳିବ
- କ୍ୟୁଆର କୋର୍ଡ ସ୍କାନ କଲେ ସମ୍ପୂର୍ଣ୍ଣ ବିବରଣୀ ମିଳିଯିବ
- ଇ-ପାନକାର୍ଡର ପ୍ରିଣ୍ଟ ମଧ୍ୟ କଢ଼ା ଯାଇ ପାରିବ।
ଅନ୍ଲାଇନରେ ଇ-ପାନକାର୍ଡ ଦ୍ୱାରା ହିତାଧିକାରୀଙ୍କ ବହୁ ସମୟ ବଞ୍ଚିଯିବ ବୋଲି ଆଶା କରାଯାଉଛି।
ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିଲା ଘୋଷଣା:
ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଜୁଲାଇ ମାସରେ ଏହି ବାବଦରେ ଘୋଷଣା କରିଥିଲେ। ସେ ସମୟରେ ଶ୍ରୀ ଠାକୁର କହିଥିଲେ ଯେ ‘ସରକାର ରିୟଲ ଟାଇମ ପାନ/ଟାନ୍ ପ୍ରୋସୋସିଂ ସେଣ୍ଟର(ଆରଟିପିସି)’ ପାଇଁ ବିଚାର କରୁଛନ୍ତି। ଏହାସହ ସେ କହିଥିଲେ ଯେ ‘ସରକାର ଆୟକର ବିଭାଗକୁ ଆହୁରୀ ମଜଭୁତ କରିବା ପାଇଁ ଟେକ୍ନୋଲୋଜିରେ ସୁଧାର ସହ ଆହୁରି ଅନେକ ପ୍ରସ୍ତାବ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଭାଗ ପାନକାର୍ଡ ପାଇବା ପାଇଁ ଲାଗୁଥିବା ସମୟକୁ କମ୍ କରିବା ପାଇଁ ଏକ ରିୟଲ ଟାଇମ ପାନ-ଟ୍ୟାକ୍ସ ଡିଡକସନ ଏଣ୍ଡ କଲେକସନ ଆକାଉଣ୍ଟ ନମ୍ବର (ଟାନ) ସେଣ୍ଟର ଉପରେ କାର୍ଯ୍ୟ କରୁଛି।’
ପାଇଲଟ୍ ପ୍ରୋଜେକ୍ଟରେ ବଣ୍ଟା ସରିଲାଣି ୬୨ହଜାର ଇ-ପାନ୍:
ଆୟକର ବିଭାଗ ପାଇଲଟ୍ ପ୍ରକଳ୍ପ ପରିପ୍ରେକ୍ଷୀରେ ଗତ ୮ଦିନରେ ୬୨,୦୦୦ ଇ-ପାନ କାର୍ଡ ବଣ୍ଟନ କରି ସାରିଲାଣି। ସୂଚନା ଅନୁସାରେ ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୋଇଥିବା ଜଣାପଡିଛି। ତେଣୁ ଏହାକୁ ଦେଶସାରା ଲାଗୁ କରିବା ପାଇଁ ଚିନ୍ତା କରାଯାଉଛି। ଏହା ଦ୍ୱାରା ଆବେଦକଙ୍କୁ କୌଣସି ସ୍ଥାନରୁ ମଧ୍ୟ ଅନ୍ଲାଇନ ଜରିଆରେ ଇ-ପାନ କାର୍ଡ ମିଳିପାରିବ।
0 Comments