Ticker

4/recent/ticker-posts

କିଭଳି ଅଧିକ ଦିନ ରହିବ କେଶର ରଙ୍ଗ

କିଭଳି ଅଧିକ ଦିନ ରହିବ କେଶର ରଙ୍ଗ

ଆପଣ ଯଦି କେଶ ରଙ୍ଗ କରୁଛନ୍ତି ତେବେ କେତେକ ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ଯେତେ ଦାମୀ ରଙ୍ଗ ବ୍ୟବହାର କଲେ ସୁଦ୍ଧା ଏହାର କେଶ ଉପରେ କୁପ୍ରଭାବ ରହିଥାଏ। ସେହିପରି ଦାମୀ ରଙ୍ଗ ବ୍ୟବହାର ସତ୍ତ୍ବେ ରଙ୍ଗ କରିବାର କିଛି ଦିନ ପରେ ଏହା ଫିକା ପଡିଯାଇଥାଏ। ତେବେ କେତେକ ପଦକ୍ଷେପ ଦ୍ୱାରା କେଶର ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ରହି ପାରିବ। ଏ ବାବଦରେ ସମ୍ପୂର୍ଣ୍ଣ ଜାଣିବାପାଇଁ ଆର୍ଟିକିଲର ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଟିପସ୍‍ ପାଇଁ ଆମକୁ ଫଲୋ କରନ୍ତୁ। 
hair tips

ଏଥିରେ କୌଣସି ଦ୍ୱିମତ ନାହିଁ ଯେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସତ୍ତ୍ବେ ଆମ କେଶର ରଙ୍ଗ ଆମେ ଚାହିଁବା ପରି ଅଧିକ ଦିନ ରହେ ନାହିଁ। ରଙ୍ଗ କରିବାର ମାତ୍ର କେଇ ସପ୍ତାହ ମଧ୍ୟରେ କେଶର ରଙ୍ଗ ଫିକା ପଡିବାକୁ ଲାଗିଥାଏ। ତେବେ କିଛି ସତର୍କତା ଦ୍ୱାରା ଆପଣଙ୍କ କେଶର ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ। 

୩ ଦିନ ପରେ କରନ୍ତୁ ଶାମ୍ପୁ: 

କେଶ ରଙ୍ଗ କରିବାର ୭୨ ଘଣ୍ଟା ବା ୩ ଦିନ ପର୍ଯ୍ୟନ୍ତ ଶାମ୍ପୁ କରନ୍ତୁ ନାହିଁ। ଏହା ଦ୍ୱାରା କେଶରେ ରଙ୍ଗ ଧରି ରଖିବା ପାଇଁ ସମୟ ମିଳିଥାଏ ଏବଂ ଏହା ଶୀଘ୍ର ଫିକା ପଡେ ନାହିଁ। ସେହିପରି ଯଥା ସମ୍ଭବ ଅଧିକ ଦିନ ବ୍ୟବଧାନରେ ଶାମ୍ପୁ ଲଗାନ୍ତୁ। ଏହା ଦ୍ୱାରା ରଙ୍ଗ ଶୀଘ୍ର ଫିକା ପଡିବ ନାହିଁ। ମାତ୍ର ଏହା ସତ୍ତ୍ବେ ଯଦି ବେଶୀ ଶାମ୍ପୁ କରିବାକୁ ପଡୁଥାଏ ତେବେ କେଶ ମୂଳରେ ଡ୍ରାଇ ଶାମ୍ପୁ ବ୍ୟବହାର କରନ୍ତୁ।
hair tips

ବ୍ୟବହାର କରନ୍ତୁ ଭଲ ଶାମ୍ପୁ: 

କେଶକୁ ପୂର୍ବରୁ ଯେଉଁ ଶାମ୍ପୁ ବ୍ୟବହାର କରୁଥିଲେ ମଧ୍ୟ ଚଳିବ ମାତ୍ର ଏହାକୁ ରଙ୍ଗ କରିବା ପରେ ଭଲ ଶାମ୍ପୁ ବ୍ୟବହାର କରିବା ଉଚିତ। ବ୍ୟୁଟିସିଆନଙ୍କ ପରାମର୍ଶକ୍ରମେ ଯଦି ଶାମ୍ପୁ ବ୍ୟବହାର କରିବେ ତେବେ ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ରହିବ। 
ଫିଲଟର ପାଣିରେ କେଶ ଧୁଅନ୍ତୁ: ରଙ୍ଗ କରିବା ପରେ ଅନ୍ତତ ପକ୍ଷେ ପ୍ରଥମ ଥର ଫିଲଟର ପାଣିରେ ମୁଣ୍ଡ ଧୋଇବା ଉଚିତ। ଏହା ଦ୍ୱାରା ହାନିକାରକ କ୍ଲୋରିନ ଓ ଅନ୍ୟ କେମିକାଲ ବାଳକୁ କ୍ଷତି ପହଞ୍ଚାଇ ପାରିବ ନାହିଁ।

ଗରମ ପାଣିରେ ଧୁଅନ୍ତୁ ନାହିଁ: 

କେଶକୁ ରଙ୍ଗ କରିବା ପରେ ଗରମ ପାଣିରେ ଆଦୌ ମୁଣ୍ଡ ଧୋଇବା ଉଚିତ ନୁହେଁ। ଏହା ଦ୍ୱାରା ରଙ୍ଗ ଶୀଘ୍ର ଫିକା ପଡୁଥିବାବେଳେ ବାଳର ଆଦ୍ରତା ମଧ୍ୟ ପ୍ରଭାବିତ ହେବ। 
hair tips

ଶାମ୍ପୁ ପୂର୍ବରୁ କଣ୍ଡିସନର ବ୍ୟବହାର: 

ସାଧାରଣତଃ ଶାମ୍ପୁ କରିବା ପରେ କଣ୍ଡିସନର ବ୍ୟବହାର କରିଥାନ୍ତି। ମାତ୍ର ଆପଣ ଯଦି କେଶର ରଙ୍ଗ କରୁଛନ୍ତି ତେବେ ପ୍ରଥମେ କଣ୍ଡିସନର ଲଗାଇବା ପରେ ତାକୁ ସାଧା ପାଣିରେ ଧୁଅନ୍ତୁ ଏବଂ ଏହା ପରେ ଶାମ୍ପୁ ଲଗାନ୍ତୁ। ଏହାଦ୍ୱାରା କଣ୍ଡିସନରର ଏକ ଆବରଣ ଏହାକୁ ଅଧିକ ଦିନ ପାଇଁ ସୁରକ୍ଷିତ ରଖିଥାଏ।

କେଶକୁ ଖରାରୁ ବଞ୍ଚନ୍ତୁ: 

ଯେତେବେଳେ ମଧ୍ୟ ଘରୁ ବାହାରକୁ ଯିବେ ତେବେ ରଙ୍ଗ ହୋଇଥିବା କେଶକୁ ଏଥିରୁ ବଞ୍ଚାନ୍ତୁ। ଏଥିପାଇଁ ମୁଣ୍ଡରେ ଟୋପି କିମ୍ବା ସ୍କ୍ରାପ୍‍ ବାନ୍ଧନ୍ତୁ। ଏହା ଦ୍ୱାରା ରଙ୍ଗ ଶୀଘ୍ର ଫିକା ପଡେ ନାହିଁ। ଏହାସହ କେଶକୁ ଷ୍ଟାଇଲ୍‍ କରିବା ସମୟରେ କେଶକୁ ଅଧିକ ଗରମ ଦେବାରୁ ଦୂରେଇ ରହନ୍ତୁ। ଅନ୍ୟଥା କେଶ ଶୀଘ୍ର ଫିକା ପଡିଯିବ। 
hair tips

ମୁଣ୍ଡ ଭିଜାଇବା ପୂର୍ବରୁ ଲଗାନ୍ତୁ ନଡିଆ ତେଲ: 

ରଙ୍ଗକୁ ବେଶୀ ଦିନ ଧରି ରଖିବା ପାଇଁ ନଡିଆ ତେଲ ହେଉଛି ପ୍ରାକୃତିକ ଉପାୟ। କେଶକୁ ଭିଜାଇବା କିମ୍ବା ଶାମ୍ପୁ କରିବା ପୂର୍ବରୁ ରାତିରେ ନଡିଆ ତେଲ ନିହାତି ଭାବେ ଲଗାନ୍ତୁ। ଏହା ଦ୍ୱାରା କେଶର ରଙ୍ଗ ଶୀଘ୍ର ଫିକା ପଡିବ ନାହିଁ। 

Post a Comment

0 Comments