Ticker

4/recent/ticker-posts

ଚେନ୍ନଇ ଇଞ୍ଜିନିୟର କିଭଳି ଠାବ କଲେ ବିକ୍ରମର ଭଗ୍ନାବଶେଷ

ଚେନ୍ନଇ ଇଞ୍ଜିନିୟର କିଭଳି ଠାବ କଲେ ବିକ୍ରମର ଭଗ୍ନାବଶେଷ

ନାସା ପକ୍ଷରୁ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷକୁ ଠାବ କରାଯିବାର ଘୋଷଣା ପରେ ଜଣେ ଭାରତୀୟଙ୍କ ନାମ ଆଲୋଚନାର ପରିସରକୁ ଆସିଛି। ସେ ହେଉଛନ୍ତି ଚେନ୍ନଇର ଇଞ୍ଜିନିୟର ଷଣମୁଗା ସୁବ୍ରମଣ୍ୟମ୍ (ଶାନ୍‌)। ପ୍ରକୃତରେ ନାସା ନୁହେଁ ପ୍ରଥମେ ଏହି ଯୁବ ବୈଜ୍ଞାନିକ ବିକ୍ରମକୁ ଠାବ କରିବାରେ ସକ୍ଷମ ହୋଇଥିଲେ। ଦୀର୍ଘ ଦିନର ନିରନ୍ତର ପ୍ରଚେଷ୍ଟା ପରେ ସେ ଏହି ସପଳତା ପାଇଛନ୍ତି। ନାସା ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ ଫଟୋଚିତ୍ର ଆଧାରରେ ଶାନ୍‌ ବିକ୍ରମର ଭଗ୍ନାବଶେଷକୁ ଠାବ କରିଛନ୍ତି। ନାସା କେବଳ ଏହାକୁ ସ୍ପଷ୍ଟ କରିଛି।
vikram-lander-found

ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମକୁ ଅବତରଣ କରାଇବା ଲାଗି ଇସ୍ରୋ ବୈଜ୍ଞାନିକମାନେ ଚେଷ୍ଟା କରି ବିଫଳ ହୋଇଥିଲେ। ବିକ୍ରମର କ୍ରାସ ଲ୍ୟାଣ୍ଡିଂ ପରେ ଏହାର ଭଗ୍ନାବଶେଷକୁ ଠାବ କରିବାରେ ବୈଜ୍ଞାନିକମାନେ ବିଫଳ ହୋଇଥିଲେ।। ଦୀର୍ଘ ତିନି ମାସ ଧରି ମହାକାଶ ବିଜ୍ଞାନୀ ଓ ମହାକାଶ ଏଜେନ୍ସିମାନେ  ବିକ୍ରମକୁ ଠାବ କରିବା ଲାଗି ଚେଷ୍ଟା କରି ବିଫଳ ହୋଇଥିବାବେଳେ ଶାନ ଏହାକୁ କରି ଦେଖାଇଛନ୍ତି। ଏଥିପାଇଁ ଶାନଙ୍କୁ ନାସା ସମେତ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଶାନ ଜଣେ ମେକାନିକାଲ ଇଞ୍ଜିନିୟର। ସେ ଲେନୋକ୍ସ ଇଣ୍ଡିଆ ଟେକ୍ନୋଲୋଜି ସେଣ୍ଟରରେ କମ୍ପୁଟର ପ୍ରୋଗ୍ରାମର ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ କଗନିଜାଣ୍ଟ ପ୍ରୋଗ୍ରାମ ଆନାଲିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ଶାନ ନାସାର ଏଲଆରଓ ଦ୍ବାରା ଉତ୍ତୋଳନ କରାଯାଇଥିବା ବିଭିନ୍ନ ଫଟୋକୁ ସଂଗ୍ରହ କରିଥିଲେ। କିଛି ସପ୍ତାହ ଧରି ଏହି ଫଟୋସବୁକୁ ଅନୁଧ୍ୟାନ କରିବା ପରେ ବିକ୍ରମର ଭଗ୍ନାବଶେଷକୁ ଚିହ୍ନଟ କରିଥିଲେ। ବିକ୍ରମର ଭଗ୍ନାବଶେଷକୁ ଠାବ କରିବା ପରେ ଶାନ ନାସାକୁ ସୂଚନା ଦେଇଥିଲେ। ଶନମୁଗା, ମଦୁରାଇର ମୂଳନିବାସୀ ଶାନ୍‌ ୧୨ ବର୍ଷ ହେଲା ଚେନ୍ନଇରେ ରହି ଆସୁଛନ୍ତି। 
vikram-lander-found

ଶାନଙ୍କ ସୂଚନା ଆଧାରରେ ନାସା ସନ୍ଧାନ କରିବା ପରେ ଏହାକୁ ସ୍ପଷ୍ଟ କରିଥିଲା। ଶାନଙ୍କ ଏହି ସଫଳତା ପାଇଁ ନାସା ତାଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛି। ବିକ୍ରମକୁ ସପ୍ଟ ଲ୍ୟାଣ୍ଡିଂ କରାଇବା ନିମନ୍ତେ ଇସ୍ରୋ ବୈଜ୍ଞାନିକମାନେ ସମସ୍ତ ପ୍ରକାର ପ୍ରୟାସ କରିଥିଲେ; ମାତ୍ର ଶେଷ ମୁହୂର୍ତ୍ତରେ ଏହା ଚନ୍ଦ୍ର ପୃଷ୍ଠଠାରୁ ୫୦୦ ମିଟର ଉଚ୍ଚରୁ କଚାଡି ହୋଇ ପଡିଥିଲା। ଫଳରେ ଏହା ଚନ୍ଦ୍ରପୃଷ୍ଠରେ ଗତି କରି ଆବଶ୍ୟକ ତଥ୍ୟ ପ୍ରେରଣରେ ବିଫଳ ହୋଇଥିଲା। 
vikram-lander-found

ଶାନ କିଭଳି ଭାବେ ଠାକ କଲେ ବିକ୍ରମକୁ:

ତାଙ୍କ କଲେଜ ସମୟରେ ଶାନ୍‌ ଏକଦା ତିରୁବନ୍ତପୁରମଠାରେ ଇସ୍ରୋ ପକ୍ଷରୁ ପ୍ରେରଣ କରାଯାଉଥିବା ରକେଟକୁ ଦେଖିବାକୁ ଆସିଥିଲେ। ସେବେଠାରୁ ଶାନଙ୍କ ମହାକାଣ ବିଜ୍ଞାନ ପ୍ରତି ଏକ ଅହେତୁକ ଆକର୍ଷଣ ରହିଥିଲା।  ବିକ୍ରମ ନିଖୋଜ ହୋଇଯିବା ପରଠାରୁ ଇଣ୍ଟରନେଟ୍‌ ଓ ଅନ୍ୟସ୍ରୋତରୁ ମିଳୁଥିବା ବିଭିନ୍ନ ଫଟୋଗୁଡିକୁ ଖୁବ୍‌ ସୂକ୍ଷ୍ମତାର ସହ  ଅନୁଧ୍ୟାନ କରୁଥିଲେ ଶାନ। ନାସା ପକ୍ଷରୁ ଜାରି ହୋଇଥିବା କେତେକ ଫଟୋଚିତ୍ରକୁ ଅତ୍ୟନ୍ତ ସୂକ୍ଷ୍ମତାର ସହ ଅନୁଧ୍ୟାନ ସମୟ​‌େ​‌ର ଏକ ସ୍ଥାନରେ ଚନ୍ଦ୍ରପୃଷ୍ଟର କେତେ ପରିବର୍ତ୍ତନ ଲକ୍ଷ୍ୟ କରି ସେ ସଂପର୍କରେ ଅଧିକ ଅନୁଧ୍ୟାନ କରି ଶେଷରେ ଏ ବାବଦରେ ଇମେଲ ଜରିଆରେ ନାସା ସହ ଯୋଗାଯୋଗ କରିଥିଲେ। ତାଙ୍କର ତଥ୍ୟ ଆଧାରରେ ନାସା ଯାଞ୍ଚ କରି ବିକ୍ରମର ଭଗ୍ନାବଶେଷ ସଂପର୍କରେ ଦୁନିଅଁାକୁ ଜଣାଇଥିଲା। ବିକ୍ରମକୁ ଖୋଜିବା ପାଇଁ ଶାନ ଦୈନିକ ଇଣ୍ଟରନେଟ୍‌ରେ ୪ଘଣ୍ଟା ଖୋଜାଖୋଜି କରୁଥିଲେ।

Post a Comment

0 Comments