Ticker

4/recent/ticker-posts

କରୋନା ସହାୟତା: ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୫୦୦ ଟଙ୍କା

କରୋନା ସହାୟତା: ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୫୦୦ ଟଙ୍କା

  1. ମୁଖ୍ୟମନ୍ତ୍ରୀଙ୍କ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା
  2. ହିତାଧିକାରୀଙ୍କୁ ୪ ମାସର ଆଗୁଆ ଭତ୍ତା
  3. ମିିଳିବ ୩ ମାସର ଆଗୁଆ ରାସନ\

Naveen Pattanaik

କରୋନା ସଂକଟ ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଶହ ଟଙ୍କା ଲେଖାଏଁ ସହାୟତା ଦିଆଯିବ।କୁ ଘୋଷଣା କରିଛନ୍ତି। ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ବାରା ୨୨ ଲକ୍ଷ ନିର୍ମାଣ ଶ୍ରମିକ ଉପକୃତ ହେବେ। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯାଉଛି। ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ।
ସୂଚନା ଯୋଗ୍ୟ ଯେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟରେ ଖାଦ୍ୟ ସୁରକ୍ଷା ଅନ୍ତର୍ଭୁକ୍ତ ସବୁ ହିତାଧିକାରୀଙ୍କୁ ରାଜ୍ୟ ସରକାର ତିନି ମାସର ରାସନ ଆଗୁଆ ଦେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାର ୧୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ। ଏଥିରେ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯେ କରୋନା ଭୂତାଣୁ ଆଜି ସାରା ବିଶ୍ବ ପାଇଁ ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି। ଏହି ସଙ୍କଟ ଦ୍ବାରା ଆମର ଗରିବ ଲୋକଙ୍କ ଜୀବନ ଜୀବିକା ବି​‌େ​‌ଶଷ ଭାବରେ ପ୍ରଭାବିତ ହୋଇଛି। ସେ କହିଛନ୍ତି ଯେ, ଆମର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯାଉଛି। ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଆମର ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଶହ ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଜନସାଧାରଣ ଘରେ ରହିିବା ତଥା କରୋନାଠାରୁ ଦୂରରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପୁନର୍ବାର ଅନୁରୋଧ କରିଛନ୍ତି।

Post a Comment

0 Comments