ସମ୍ବଲପୁରରେ ଆଇସେଲେସନ ଓ୍ୱାର୍ଡ ଭାବେ ପ୍ରସ୍ତୁତ ହେଲା ୩୨ କୋଚ୍
କୋରୋନା ମୁକାବିଲାରେ ନିଜକୁ ସାମିଲ କରିଛି ରେଳବାଇ। ଏଥି ପାଇଁ ସମ୍ବଲପୁର ରେଳ ବିଭାଗର ପ୍ରସ୍ତୁତି ଜୋରଦାର ହୋଇଛି । କ୍ଷେତରାଜପୁର ଷ୍ଟେସନରେ ରେଳବାଇ ପକ୍ଷରୁ ୩୨ ଟି କୋଚକୁ କୋଭିଡ ୧୯ ଆଇସୋଲେସନ ୱାର୍ଡ ଭାବେ ଗଠନ କରାଯାଇଛି ।
ଗୋଟିଏ କୋଚରେ ୯ ଜଣ ଆଇସୋଲେସନରେ ରହି ପାରିବେ । ଆଗକୁ କୋରୋନା ସଂକ୍ରମଣର ସମ୍ଭାବନାକୁ ନଜରରେ ରଖି ରେଳବାଇ ତରଫରୁ ଏମିତି ପଦକ୍ଷେପ ଗ୍ରହଣ କରାଯାଇଛି ।
ଗତ ମାର୍ଚ୍ଚ ୩୧ ତାରିଖରୁ ରେଳ କର୍ମଚାରୀମାନେ ଅଳ୍ପ ସମୟ ମଧ୍ୟରେ ୩୨ଟି କୋଚକୁ କୋଭିଡ ୧୯ ଆଇସୋଲେସନ ୱାର୍ଡ ଭାବେ ତିଆରି କରିପାରିଛନ୍ତି ।
ପ୍ରତ୍ୟେକ ସ୍ଲିପର କୋଚର ମିଡ଼ିଲ ବର୍ଥ ଅଲଗା କରାଯାଇ ରୋଗୀଙ୍କ ସୁବିଧା ଅନୁରୂପ ବେଡ଼ ତିଆରି କରାଯାଇଛି । ଆକ୍ରାନ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବର୍ଥର ପ୍ରତ୍ୟେକ କ୍ୟାବିନରେ ୩ଟି ଲେଖାଏଁ ଡ଼ଷ୍ଟବିନ ରଖାଯାଇଛି । ଏହାସହ ପ୍ରତ୍ୟେକ ବର୍ଥରେ ଗୋଟିଏ ସ୍ୱତନ୍ତ୍ର କ୍ୟାବିନ ରହିବ ।
ଯେଉଁଥିରେ ପାରା ମେଡ଼ିକାଲ କର୍ମଚାରୀ ରହିବେ । ଆଉ ଏହି ଆଇସୋଲେସନ କ୍ୟାବିନରେ ୨ଟି ଲେଖାଏଁ ଅକସିଜେନ ସିଲିଣ୍ଡର ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।
0 Comments