ଏପ୍ରିଲ ୧୪ ପରେ କ’ଣ ଜାରି ରହିବ ଲକ୍ ଡାଉନ?
ଲକ୍ଡାଉନର ସମୟ ଅବଧି ବୃଦ୍ଧି ହେବ ନା ନାହିଁ ସେ ବାବଦରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି। କ୍ୟାବିନେଟ୍ ବୈଠକ ପରେ ଶ୍ରୀ ଜାବଡେକର ଏହି ସୂଚନା ସାମ୍ବାଦିକଙ୍କୁ ପ୍ରଦାନ କରିଥିଲେ।
ନ୍ୟୁଜ ଷ୍ଟପେଜ (୬ଏପ୍ରିଲ, ୨୦୨୦):
ଦେବେନ ପଟେଲ
ଚୀନ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ବର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ଯାଇଛି। ବିଶ୍ବର ହାର ଅନୁସାରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବହୁତ ବେଶୀ ନ ଥିଲେ ମଧ୍ୟ ଏହା ଧିରେ ଧିରେ ବଢ଼ୁଥିବାରୁ ନିଶ୍ଚିତ ଭାବେ ଚିନ୍ତାଜନକ।
ସଂପ୍ରତି ଦେଶରେ ୪ହଜାରରୁ ଊର୍ଦ୍ଧ୍ବ କରୋନୀ ରୋଗୀ ଚିହ୍ନଟ ହୋଇ ସାରିଥିବାବେଳେ ପ୍ରାୟ ୧୦୯ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରତିଶେଷଧକ ବ୍ୟବସ୍ଥା ହିସାବରେ ଗତ ଏପ୍ରିଲ ୧୪ତାରିଖ ଯାଏଁ ସାରା ଦେଶରେ ଲକ୍ ଡାଉନ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସ ୨୪ ତାରିଖରେ ଘୋଷଣା କରିଥିଲେ। ଏହି ୨୧ ଦିନିଆ ଲକ୍ ଡାଉନର ସମୟ ଏପ୍ରିଲ ୧୪ତାରିଖରେ ଶେଷ ହେବ ନା ଆଗକୁ ବଢ଼ିବା ତାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।
କଣ କହିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର:
ଏହାକୁ ନେଇ ଏବେ ସରକାରଙ୍କ ପକ୍ଷରୁ ପ୍ରତିକ୍ରି୍ୟା ଆସିଛି। କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ଏ ବାବଦରେ ପଚରାଯିବାରୁ ସେ ଏହାର ଉତ୍ତର ରଖିଛନ୍ତି। ପ୍ରକାଶ ଜାବଡେକର କହିଛନ୍ତି ଯେ ଆମେ ବିଶ୍ବ ସ୍ଥିତି ସଂପର୍କରେ ନିରନ୍ତର ନଜର ରଖିଛୁ। ସମୟ ଆସିଲେ ଲକ୍ଡାଉନର ସମୟ ବୃଦ୍ଧି କରାଯିବ ନା ନାହିଁ ସେ ସଂପର୍କରେ ଚିନ୍ତା କରାଯିବ। ରାଷ୍ଟ୍ରହିତରେ ଯେ କୌଣସି ନିଷ୍ପତ୍ତି ନିଆଯାଇ ପାରେ। ଏକ ଅଧିକାରୀ ଗୋଷ୍ଠୀ କରୋନାର ସଂକ୍ରମଣ ପରିସ୍ଥିତି ସଂପର୍କରେ ନଜର ରଖିଥିବା ସେ ସୂଚନା ଦେଇଛନ୍ତି।
ଲକ୍ଡାଉନର ସମୟ ବୃଦ୍ଧି ନେଇ ଶ୍ରୀ ଜାବଡେକର କୌଣସି ସ୍ପଷ୍ଟ ଉକ୍ତି ରଖି ନଥିଲେ ସୁଦ୍ଧା କ୍ରମାଗତ ଭାବେ କରୋନା ରୋଗୀ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଏହାର ଅବଧି ବୃଦ୍ଧି ପାଇବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟ ଏକ ସୂତ୍ର ଅନୁସାରେ ଏପ୍ରିଲ ୧୪ତାରିଖରେ ସଂପ୍ରତି ଚାଲୁ ରହିଥିବା ଲକ୍ ଡାଉନକୁ ଉଠେଇ ନିଆଯିବ, ତେବେ କଟକଣା ଜାରି ରହିବ।
ଏହି ପ୍ରେସମିଟ୍ରେ ଶ୍ରୀ ଜାବଡେକର ଆହୁରି ଅଧିକ ସୂଚନା ଦେଇ କହିଛନ୍ତି ଯେ କରୋନା ସଂକଟ ପରିପ୍ରେକ୍ଷୀରେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦେଶର ସମସ୍ତ ସାଂସଦ ତାଙ୍କ ଦରମାର ୩୦ ପ୍ରତିଶତ ଦରମା କାଟ୍ କରିବେ। ଏହାସହ ସାଂସଦ ପାଣ୍ଠିକୁ ୨ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ ନାହିଁ। ସାଂସଦ ପାଣ୍ଠି ଅର୍ଥ କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ। ଜାବଡେକର ସୂଚନା ଦେଇଛନ୍ତି ଯେ ଏହି ନିୟମ ୧ ଏପ୍ରିଲ ୨୦୨୦ରୁ ଲାଗୁ ହେବ।
ସୂଚନାଯୋଗ୍ୟ ଯେ ଭାରତରେ କ୍ରମାଗତ ଭାବେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିବାେର ଲାଗିଛି। ମିଳିଥିବା ରିପୋର୍ଟ ଅନୁସାରେ ଭାରତରେ କରୋନୀ ପଜିଟିଭ ସଂଖ୍ୟା ୪୦୬୭ ରହିଥିବା େବଳେ ମୃତ୍ୟୁ ସଂଖ୍ୟା ୧୦୯ ଏବଂ ଭଲ ହୋଇ ଫେରିଥିବା ରୋଗୀଙ୍କ ସଂଖ୍ୟା ୨୯୨ ରହିଛି।
0 Comments