ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ପାଇଁ ଆସିଲା ନୂତନ ଗାଇଡଲାଇନ
ଜାଣନ୍ତୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସମୟରେ କ’ଣ ରହିବ ଖୋଲା ଏବଂ କ’ଣ ରହିବ ବନ୍ଦ
ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନକୁ ମେ’ ୩୧ ତାରିଖ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ୧୮ତାରିଖଠାରୁ କେନ୍ଦ୍ର ସରକାର ଏହି ଲକ୍ଡାଉନକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ ସରକାର ତାଙ୍କ ଲକ୍ଡାଉନ ବୃଦ୍ଧି ପାଇଁ ଘୋଷଣା କରିବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅବଧି ବୃଦ୍ଧି ନେଇ ଗାଇଡ ଲାଇନ ଜାରି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ସମୟରେ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଅଧିକ କ୍ଷମତା ପ୍ରଦାନ କରିଛନ୍ତି।
ସଂକ୍ଷେପରେ:
- ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ କର୍ଫ୍ୟୁ
- ରାଜ୍ୟଙ୍କୁ ଜୋନ୍ ସ୍ଥିର କରିବା କ୍ଷମତା
- ସହମତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ
- ବିମାନ ଓ ମେଟ୍ରୋ ରେଳସେବା ବନ୍ଦ
- ହୋଟେଲ, ମଲ୍, ସୁଇମିଂ ପୁଲ୍ ବନ୍ଦ
ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ରେ ଅର୍ଥନୈତିକ କାର୍ଯ୍ୟକଳାପ ଚାଲୁ ରଖିବା ଓ ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣକୁ ଦୃଷ୍ଟିରେ ରଖି କେତେକ କ୍ଷେତ୍ର ପାଇଁ ସର୍ତ୍ତମୂଳକ କଟକଣା କୋହଳ କରାଯାଇଛି। ଏପରିକି ହଟ୍ସ୍ପଟ୍ ଅଞ୍ଚଳରେ କଟକଣାକୁ ପୂର୍ବଭଳି କଡ଼ାକଡ଼ି ଅନୁପାଳନ କରାଯିବ। ଏଠାରେ ଜରୁରୀ ଆବଶ୍ୟକତା ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। ଅନ୍ୟପକ୍ଷରେ କଣ୍ଟେନ୍ମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ଅଞ୍ଚଳ ଗୁଡିକରେ କଟକଣା ସହିତ କେତେକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ରାଜ୍ୟ-ରାଜ୍ୟ, ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ଆପୋଷ ସହମତି ଭିତ୍ତିରେ ବସ୍ ଓ ଗାଡି ଚଳାଚଳ ଲାଗି ଅନୁମତି ଦିଆଯାଇଛି। ତେବେ ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପରସ୍ପର ସମନ୍ବୟ ଓ ଆଲୋଚନା କରି ଏଭଳି ଯାନବାହନ ଚଳାଚଳକୁ ଅନୁମତି ପ୍ରଦାନ କରିବେ। ଏପରିକି ରାଜ୍ୟ ସରକାରମାନେ ନିଜ ନିଜ କ୍ଷେତ୍ରରେ ସ୍ଥିତିକୁ ଅନୁଧ୍ୟାନ କରି କଣ୍ଟେନ୍ମେଣ୍ଟ, ରେଡ୍, ଅରେଞ୍ଜ, ଗ୍ରୀନ୍ ଜୋନ୍ ସ୍ଥିର କରିବେ। ଏକ୍ଷେତ୍ରରେ ଜିଲା ପ୍ରଶାସନର ସୀମାରେଖା ସ୍ଥିର କରିବ ବୋଲି ମାର୍ଗଦର୍ଶିକା ଉଲ୍ଲେଖ କରାଯାଇଛି। ତେବେ ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ମାର୍ଗଦର୍ଶିକାର ଅନୁପାଳନ କରିବାକୁ ପଡିବ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ। ଅର୍ଥାତ୍ ସ୍ଥାନୀୟ ପ୍ରଶାସନ କର୍ଫ୍ୟୁ ଜାରି କରିବ।
କାହାକୁ ଅନୁମତି ନାହିଁ
u ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକ, ଗର୍ଭବତୀ, ଶିଶୁଙ୍କ ଭ୍ରମଣ
u ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ/କୋଚିଂ ସେଣ୍ଟର
u ମଲ୍ରେ ଥିବା ଦୋକାନ
u ରେସ୍ତୋରଁା, ସିନେମା ହଲ, ମଲ୍, ଜିମ୍
u ଘରୋଇ ଏୟାର ଆମ୍ବୁଲାନ୍ସକୁ ଛାଡି ଅନ୍ୟ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ
u ସମସ୍ତ ସାମାଜିକ/ରାଜନୈତିକ/କ୍ରୀଡ଼ା/ ମନୋରଞ୍ଜନ/ସାଂସ୍କୃତିକ/ ଶିକ୍ଷା କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ ସମାବେଶ
କାହାକୁ ଅନୁମତି
u ସବୁ ଜୋନ୍ରେ ବଜାର ଓ ଦୋକାନ ଖୋଲା ରହିବ।
u କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ
u ଅନ୍ଲାଇନ/ଡିଷ୍ଟାନ୍ସ ଲର୍ଣ୍ଣିଂକୁ ପ୍ରୋତ୍ସାହନ
u ହୋମ ଡେଲିଭରି ପାଇଁ ରେସ୍ତୋରଁାଗୁଡିକୁ ଅନୁମତି
u ସ୍ପୋର୍ଟସ କମ୍ଲେକ୍ସ ଏବଂ ଷ୍ଟାଡିୟମ (ଦର୍ଶକଙ୍କ ବିନା)ରେ କ୍ରୀଡ଼ା କସରତ
u ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ନିଷ୍ପତ୍ତି ଅନୁସାରେ ରାଜ୍ୟ ଭିତରେ ବସ୍ ତଥା ଅନ୍ୟ ଯାନବାହାନ ଚଳାଚଳ
0 Comments