Ticker

4/recent/ticker-posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡଯନ୍ତ୍ର, ବିରୋଧୀ କହିଲେ ନାଟକ // Orissa CM receives threat

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡଯନ୍ତ୍ର


  • ମୁଖ୍ୟମନ୍ତ୍ରୀ ଆବାସକୁ ଆସିଲା ବେନାମୀ ଚିଠି
  • ଚିଠିରେ ଉଲ୍ଲେଖ ରହିଛି ଷଡଯନ୍ତ୍ରର ପୂରା ତଥ୍ୟ
  • ଚିଠିରେ ଉଲ୍ଲେଖ ରହିଛି ୧୭ଟି କାର ନମ୍ବର
  • ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ
  • ବିରୋଧୀ କହିଲେ ଚିଠି ହେଉଛି ନାଟକ
  • ପରୀ ଘଟଣାକୁ ହାଲୁକା କରିବାକୁ ଚକ୍ରାନ୍ତ


News Stoppage
7th Jan 2021

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଭଳି ଏକ ଅଜଣା ଚିଠି ପହଞ୍ଚିବା ପରେ ସତର୍କ ହୋଇ ଉଠିଛି ଗୃହ ବିଭାଗ ।


ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିଥିବା ଏହି ଚିଠିରେ ଷଡଯନ୍ତ୍ରର ସାଂଘାତିକ ଘଟଣା ଉଲ୍ଲେଖ କରାଯାଇଛି । କିଛି ସୁପାରୀ କିଲର ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରିଛନ୍ତି । 
ସବୁଠୁ ବଡ କଥା ହେଉଛି, ଏହି ସୁପାରିକିଲରଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯେକୌଣସି ମୁହୂର୍ତ୍ତରେ ଏହି ସୁପାରୀକିଲର ମାନେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି ବୋଲି ବେନାମୀ ଚିଠିରେ ଉଲ୍ଲେଖ ରହିଛି । 
ଏହି ଅପରାଧୀ ମାନେ କାରରେ ମୁଖ୍ୟମନ୍ତ୍ରୀଙ୍କୁ ଲଗାତାର ଅନୁସରଣ କରୁଛନ୍ତି । ଏପରିକି ୧୭ଟି କାରର ନମ୍ବର ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।ବ୍ୟବହାର ହୋଇପାରେ । ଯେଉଁ କାରର ନମ୍ବର ଚିଠିରେ ରହିଛି । ଏହି ଷଡଯନ୍ତ୍ର ପଛର ମାଷ୍ଟରମାଇଣ୍ଡ ଭାଗପୁର ୱାର୍ଡରେ ରହୁଥିବା ବେଳେ  ତାଙ୍କର କାର ନମ୍ବର ମଧ୍ୟ ଚିଠିରେ ରହିଛି । ନବୀନଙ୍କୁ ହତ୍ୟା କରିବାକୁ ଓଡ଼ିଶାରୁ ଅତ୍ୟାଧୁନିକ ଅସ୍ତ୍ର ସଂଗ୍ରହ କରାଯାଇଛି ବୋଲି ଚିଠିରେ ଦର୍ଶାଯାଇଛି ।


ଏହି ଚିଠି ପହଞ୍ଚିବା ପରେ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ନବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ, ଗୁଇନ୍ଦା ଓ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । 
ଅପରପକ୍ଷରେ ବିରୋଧୀ ଚିଠି ଘଟଣାକୁ ନାଟକ ବୋଲି କହିଛନ୍ତି। ପରୀ ଘଟଣାକୁ ହାଲୁକା କରିବାକୁ ଚକ୍ରାନ୍ତ ଚାଲିଥିବା ବିରୋଧୀ କହିଛନ୍ତି।

Post a Comment

0 Comments