ସାଧାରଣତନ୍ତ୍ର ଦିବସରେ ଅଟ୍ଟାରୀ ସୀମାରେ ଚଳିତ ବର୍ଷ ହେବ ନାହିଁ କୌଣସି ସମାରୋହ // News 19 jan 2021
- ସାଧାରଣତନ୍ତ୍ର ଦିବସରେ ଅଟ୍ଟାରୀ ସୀମାରେ ଚଳିତ ବର୍ଷ ହେବ ନାହିଁ କୌଣସି ସମାରୋହ। ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ- ପାକ୍ ୱାଘା ଅଟ୍ଟାରୀ ସୀମାରେ ଉଭୟ ଦେଶର ସେନା ପକ୍ଷରୁ ମିଳିତ ପରେଡ ଆୟୋଜିତ ହୋଇଥାଏ। ଏହାକୁ ଦର୍ଶକମାନେ ବହୁ ସଂଖ୍ୟାରେ ଉଭୟ ପାର୍ଶ୍ୱରୁ ଦେଖିଥାନ୍ତି। ତେବେ, ଚଳିତ ବର୍ଷ କୋଭିଡ୍-୧୯ ପ୍ରତିବନ୍ଧକ ଯୋଗୁଁ କୌଣସି ଜନସାଧାରଣଙ୍କୁ ସେଠାକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ।
- ରାଜ୍ୟ ରାଜନୀତିକୁ ପୁଣି ଫେରିଲା ଚାଷୀ ପ୍ରସଙ୍ଗ: ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି। ରାଜ୍ୟରୁ ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର ସରକାର। ଆଜି ଏପରି ଅଭିଯୋଗ ଆଣି ବିଜେପିକୁ ଘେରିଛି ବିଜେଡି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଓଡ଼ିଶାରୁ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ ନେବ ବୋଲି କେନ୍ଦ୍ର କହୁଛି। ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି ମାତ୍ର କେନ୍ଦ୍ର ଚିଠି ଲେଖିଛି କି କେବଳ ଖରିଫ୍ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବ ଏବଂ ରବି ସିଜନ୍ ପାଇଁ କିଛି ନେବେ ନାହିଁ ବୋଲି ପ୍ରକାଶ କରିଛି। ଓଡିଶା ପାଇଁ ଏହା ଏକ ଚଡକ ବୋଲି ବିଜେଡି କହିଛି । କେନ୍ଦ୍ର ଉଷୁନା ଚାଉଳ ନନେଲେ ଓଡ଼ିଶା ଉପରେ ୧୦ ହଜାର କୋଟି ବୋଝ ପଡ଼ିବ। ଅପରପକ୍ଷରେ ବିଜେଡିର ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର। କହିଛନ୍ତି- ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରୁଛି ବିଜେଡି।
- ସାଧାରଣତନ୍ତ୍ର ଦିବସରେ ପ୍ରସ୍ତାବିତ କୃଷକମାନଙ୍କ ଟ୍ରାକ୍ଟର୍ ରାଲି ଆଇନଶୃଙ୍ଖଳା ପ୍ରସଙ୍ଗ ହୋଇଥିବାରୁ ପୁଲିସ ତାହାର ନିଷ୍ପତ୍ତି ନେବ ବୋଲି ସୋମବାର ସୁପ୍ରିମ୍ କୋର୍ଟ କହିଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ଦିଲ୍ଲୀକୁ କିଏ ପ୍ରବେଶ କରିବ, ସେ କଥା ସ୍ଥିର କରିବାର ପ୍ରଥମ କର୍ତ୍ତୃପକ୍ଷ ହେଉଛନ୍ତି ପୁଲିସ। କାହାକୁ ଦିଲ୍ଲୀକୁ ପ୍ରବେଶାନୁମତି ମିଳିବ ଏବଂ କେତେ ସଂଖ୍ୟକ ଲୋକ ପ୍ରବେଶ କରିବେ ତାହା ପୁଲିସ ସ୍ଥିର କରିବ। ଆମେ ସେଥିରେ ହସ୍ତକ୍ଷେପ କରିପାରିବୁ ନାହିଁ। ସେହିପରି ଏ ପ୍ରସଙ୍ଗରେ ବୁଝାବୁଝି କରିବା ଲାଗି କେନ୍ଦ୍ର ସରକାରଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ରହିଛି। ସୂଚନାଯୋଗ୍ୟ ଯେ ଜାନୁଆରି ୨୬ ତାରିଖ ଦିନ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନରେ ବାଧା ଆଶଙ୍କା ପରିପ୍ରେକ୍ଷୀରେ ଦିଲ୍ଲୀ ପୁଲିସ ଜରିଆରେ କେନ୍ଦ୍ର ସରକାର ଫାଇଲ୍ କରିଥିବା ଆବେଦନର ଆଜି ସୁପ୍ରିମ୍ କୋର୍ଟ ଶୁଣାଣି କରିଥିଲେ।
- ତିନି କୃଷି ଆଇନ ବିରୋଧରେ ପଞ୍ଜାବ-ଚଣ୍ଡିଗଡ଼ ସୀମାରେ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା
- ସାଇବର ଠକଙ୍କ ହାବୁଡ଼ ରେ ପଡି ୨ ଲକ୍ଷ ୬୫ ହଜାର ଟଙ୍କା ହରାଇଛନ୍ତି ଭବାନୀପାଟଣା ଶର୍ମା କଲୋନୀର ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ପତ୍ନୀ । ଗତ ଶନିବାର ଦିନ ୧୨ ରେ ଜିଓ ଫୋନ କଷ୍ଟମର କେୟାରରୁ କହୁଛି କହି ମାଗଣା ଫୋନ ଓ ୨୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଲୋଭ ଦେଖାଇ ତାଙ୍କ ବ୍ୟାଙ୍କ ଖାତାରୁ ଗୁଗୁଲ ପେ ମାଧ୍ୟମରେ ମୋଟ ୧ ଲକ୍ଷ ୪୫ ହଜାର ଟଙ୍କା ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଖାତାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନେଇଥିଲା । ଫଳରେ ଉକ୍ତ ଦମ୍ପତ୍ତିଙ୍କ ଖାତାରୁ ମୋଟ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇଯାଇଛି ।
- ଆଗାମୀ ୩ ଦିନ ପର୍ଯ୍ୟନ୍ତ ବଢ଼ିବ ଶୀତ। ଆଭ୍ୟନ୍ତରୀଣ ଓଡିଶା ଏବଂ ଆଖପାଖ ସ୍ଥଳଭାଗରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରବାହ ଦୁର୍ବଳ ହୋଇ ପଡ଼ିଥିବା ଫଳରେ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।
- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ପୁଲିସ ବିଜେପି ଯୁବମୋର୍ଚ୍ଚା ଜିଲା ସଂପାଦକ ମାଧପୁରର ସଞ୍ଜୟ ମହାନ୍ତିଙ୍କୁ ଗିରଫ କରିଛି। ଏକ ଟ୍ବିଟ୍ରେ ଶ୍ରୀ ପଟ୍ଟନାୟକ ଆକ୍ରମଣ ଘଟଣାରେ ବିଜେପିକୁ ସିଧାସଳଖ ଦାୟୀ କରିଛନ୍ତି।
- ସୁନ୍ଦରଗଡ଼ ଟାଉନଥାନାର ଚର୍ଚ୍ଚିତ କିରେଇ ଗାଁ ସାଥୀ ରମେଶ ସିଂହ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୁଲିସ। ମାମଲାରେ ଭବାନୀପୁରର ଶାଶୂ ମାଧଵୀଲତା ସିଂହ ଓ ଜ୍ବାଇଁ ଭଜା ଓରାମଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ, ୧୪ ତାରିଖ ସଂଧ୍ୟାରେ ଵିଜୁ ଏକ୍ସପ୍ରେସ ୱେ ଆମ୍ବିଆନ୍ସ ହୋଟେଲ ପଛପଟ ବିଲରୁ ରମେଶଙ୍କ କଟାହାତ ଏବଂ ଗାଁ ପୋଖରୀରୁ ଶବ ମିଳିଥିଲା। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ୍ ଘଟିଥିବା ପୁଲିସ କହିଛି।
- ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ, ସେନା ଉପମୁଖ୍ୟ ଭାବେ ଏସ୍କେ ସାଇନିଙ୍କ ସ୍ଥାନ ନେବେ। ଚଣ୍ଡିପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜୟବଡ଼।
- ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ବିଶିଷ୍ଟ ଶ୍ରମିକ ନେତା ଲଲିତ ନାୟକ। ଭୁବନେଶ୍ବର ଏମସ୍ଠାେର ସୋମବାର ସକାଳେ ତାଙ୍କର ପରଲୋକ ଘଟିଛି। ଲଲିତ ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ସାଲେଭଟା ନିକଟସ୍ଥ ରଫାଖାଲ ଗଁାର ମୂଳବାସିନ୍ଦା।
- ଭିଜିଲାନ୍ସ ଜାଲରେ ପଡିଛନ୍ତି ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷା। କଲେଜ ଲାଇବ୍ରେରିଆନଙ୍କଠାରୁ ଅଧ୍ୟକ୍ଷା ମିନତି ରଥ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବଲାଙ୍ଗୀର–ସୋନପୁର–ସମ୍ବଲପୁର ଭିଜିଲାନ୍ସ ଟିମ ଏହି ଚଢ଼ଉରେ ସାମିଲ ଥିଲେ ।
- ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ପୂର୍ବତନ ଠିକା କର୍ମଚାରୀ ପ୍ରଶାନ୍ତ କୁମାର ମହାପାତ୍ର, ମ୍ୟାରେଜ୍ ସାର୍ଟିଫିକେଟ୍ କରାଇଦେବାକୁ ନେଉଥିଲେ ବିକାଶ ସ୍ବାଇଁ ନାମକ ବ୍ୟକ୍ତିଙ୍କଠାରୁ ନେଉଥିଲେ ୩ ହଜାର
- କଣ୍ଟାବାଞ୍ଝିରେ ନକଲି ବ୍ୟବସାୟ, ମିକ୍ସଚର କରଖାନା ଓ ତେଲ ଗୋଦାମରେ ଚଢାଉ। ବ୍ୟାପକ ନକଲି ସାମଗ୍ରୀ ଜବତ।
- ଜାମସେଦପୁର ଟାଟା ଷ୍ଟିଲ ପରିସରରେ ବଡ ଧରଣର ବିସ୍ଫୋରଣ। ତାରାପୁର ଡମ୍ପିଂ ୟାର୍ଡ଼ରେ ଗରମ ମେଟାଲକୁ ଥଣ୍ଡା କରିବାକୁ ଥିବା ଟ୍ୟାଙ୍କରେ ଏହି ବିସ୍ଫୋରଣ ହୋଇଥିବା କଂପାନୀ କହିଛି।
- ଜାନୁଆରୀ ୧୬ତାରିଖରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ତିନି ଦିନ ମଧ୍ୟରେ ୩.୮୧ଲକ୍ଷ ଜଣ ଟିକା ନେଇଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ୫୮୦ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିର୍ୟା ଦେଖାଦେଇଥିବାବେଳେ ୭ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଡ଼ିଶାରେ ସୋମବାର ସନ୍ଧ୍ୟା ସୁଦ୍ଦା ୩୨ହଜାର ୨୫୬ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା।
- ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ମମତା ବାନାର୍ଜୀ। ଆଉ କିଛି ମାସ ପରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ତେବେ ଚଳିତ ନିର୍ବାଚନରେ ଭବାନୀପୁର ବଦଳରେ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ସେଠାକାର ରାଜନୀତି ଏବେ ସରଗରମ ହୋଇଉଠିଛି।
- ଯଦି ଆପଣ ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଗ୍ରହଣ କରିବାକୁ ଚାହୁଁନାହାନ୍ତି, ତେବେ ଏହି ଆପକୁ ବ୍ୟବହାର କରନ୍ତୁ ନାହିଁ। ଆଜି ଦାୟର ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ)ର ଶୁଣାଣି କରି ଏଭଳି ମତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ଆଇନଜୀବୀ ଚୈତନ୍ୟ ରୋହିଲା କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟରେ ଏହି ପିଆଇଏଲ ଦାୟର କରିଥିବା ବେଳେ ଆଜି ଏହାର ଶୁଣାଣି କରାଯାଇଛି।
- ଜାନୁଆରୀ ୨୬ରେ ହେବ ଅଯୋଧ୍ୟାରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ, ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ। ୨୬ ତାରିଖ ସକାଳ ସାଢେ ୮ଟାରେ ମସଜିଦ ପ୍ରକଳ୍ପର ୫ ଏକର ଜମିରେ ଜାତୀୟ ପତାକା ଉତ୍ତୋଳନ ସହ ମସଜିଦର ମୂଳଦୁଆ ପକାଯିବ ବୋଲି କହିଛନ୍ତି ଇଣ୍ଡୋ-ଇସ୍ଲାମିକ ସାଂସ୍କୃତି ଫାଉଣ୍ଡେସନର ସଚିବ ଅତହର ହୁସେନ।
- ଦକ୍ଷିଣ କୋରିଆର ଏକ ଅଦାଲତ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍ ଚେୟାରମ୍ୟାନ ଜେ ୱାଇ ଲିଙ୍କୁ ଅଢେଇ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୫୨ ବର୍ଷୀୟ ଲି ୨୦୧୭ରେ ପୂର୍ବତନ ରାଷ୍ଟ୍ରପତି ପାର୍କ ଗିୟୁନ-ହାୟଙ୍କ ଏକ ସହଯୋଗୀଙ୍କୁ ଲାଞ୍ଚ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
- ଲୋକପ୍ରିୟ ଅଭିନେତ୍ରୀ ମୌନି ରାୟଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଧରିଛି। ଖବର ଅନୁଯାୟୀ ,ମୌନି ଖୁବ ଶୀଘ୍ର ଦୁବାଇରେ ରହୁଥିବା ବ୍ୟାଙ୍କର୍ ସୁରଜ ନାମ୍ବିଆରଙ୍କୁ ବିବାହ କରିବେ। ମୌନି ରାୟ ଲକଡାଉନ୍ ଆରମ୍ଭରୁ ଦୁବାଇରେ ରହୁଥିଲେ ଏବଂ ସୁରଜଙ୍କ ସହ ଡେଟରେ ଥିଲେ।
- ୱେବ୍ ସିରିଜ୍ ‘ତାଣ୍ଡବ’ ନିର୍ଦ୍ଦେଶକ ଅଲି ଅବ୍ବାସଙ୍କ ବିରୋଧରେ ମାମଲା ରୁଜ୍ଜୁ: ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଓ ଜାତିଗତ ଭାବନାକୁ ପକ୍ଷାଘାତ କରିଥିବା ଆରୋପ।
0 Comments