ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦରେ କାହାକୁ ଦେଖିବାକୁ ଚାହୁଁଛି ଜନତା?
ସଂପ୍ରତି ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ହେଉଛନ୍ତି ଲୋକଙ୍କର ପ୍ରଥମ ପସନ୍ଦ। ବିଶେଷତଃ ଆନ୍ତର୍ଜାତୀୟ ସ୍ତରରେ ଭାରତର ମାନବୃଦ୍ଧି କରିବାରେ ତାଙ୍କର ଭୂମିକାକୁ ଦେଶବାସୀ ପସନ୍ଦ କରିଛନ୍ତି। ଆନ୍ତର୍ଜାତିକସ୍ତରରେ ଭାରତକୁ ନରେନ୍ଦ୍ର ମୋଦି ଏଭଳି ଏକ ସ୍ଥିତିକୁ ଆଣିଛନ୍ତି ଯା ଫଳରେ ଆମେରିକା, ରୁଷିଆ, ପ୍ରାନ୍ସ, ଇଂଲଣ୍ଡ, ଜାପାନ, ଜର୍ମାନ ପରି ବିଶ୍ବର ଶକ୍ତିଶାଳୀ ଦେଶଗୁଡିକୁ ଭାରତକୁ ଏକ ସମ୍ମାନଜନକ ଦୃଷ୍ଟିରେ ଦେଖୁଛନ୍ତି ଏବଂ ବିଶ୍ବର ବହୁ ଦେଶ ବିଶ୍ବଶାନ୍ତି ସ୍ଥିତିରେ ଭାରତକୁ ଏକ ଆଶାର ନଜରରେ ମଧ୍ୟ ଦେଖୁଛନ୍ତି। ବିଦେଶରେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ବେଶ୍ ଲୋକପ୍ରିୟତା ରହିଛି। ଏକ ସର୍ଭେ ଅନୁସାରେ ବର୍ତ୍ତମାନ ଯଦି ପୁର୍ନବାର ନିର୍ବାଚନ କରାଯାଏ ତେବେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କାରଣରୁ ବିଜେପି ପୁଣି ଥରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଶାସନକୁ ଆସିବ।
ଇଣ୍ଡିଆ ଟୁଡେ ଏବଂ କାର୍ଭି ଇନସାଇଡ୍ସ ପକ୍ଷରୁ ‘ମୁଡ ଅଫ ନେସନ’ ନାମରେ କରାଯାଇଥିବା ଏହି ସର୍ଭେ ଅନୁସାରେ ଅଧିକାଂଶ ଲୋକ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ତେବେ ନରେନ୍ଦ୍ର ମୋଦିଙ୍କ ପରେ ଦ୍ବିତୀୟ ପସନ୍ଦ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ୩୮% ମତ ମିଳିଥିବାବେଳେ ଯୋଗୀଙ୍କୁ ୧୦% ଲୋକଙ୍କ ସମର୍ଥନ ମିଳିଛି। ଏଥିରୁ ଜାଣି ପାରୁଥିବେ ଯୋଗୀ ଆଦିତ୍ୟ ନାଥଙ୍କ ଦେଶରେ ଲୋକପ୍ରିୟତା କେତେ!
Yogi Aditiyanath |
ଏହି ସର୍ଭେ ୩ରୁ ୧୩ ଜାନୁଆରୀ ମଧ୍ୟରେ ଦେଶର ୧୨,୨୩୨ଲୋକଙ୍କ ମଧ୍ୟରେ କରାଯାଇଥିଲା। ଏହି ସର୍ଭେରେ ୬୭% ଗ୍ରାମୀଣ ଓ ୩୩ % ସହରାଞ୍ଚଳ ଲୋକ ସାମିଲ ଥିଲେ। ମୋଦି ଏବଂ ଯୋଗୀଙ୍କ ପରେ ୮% ମତ ସହ ପ୍ରଧାନମନ୍ତ୍ରୀ ଭାବେ ଲୋକଙ୍କ ତୃତୀୟ ପସନ୍ଦରେ ଅଛନ୍ତି ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହା।
ଏହାସହ ୭% ମତ ସହ ଚତୁର୍ଥ ସ୍ଥାନରେ ରାହୁଲ ଗାନ୍ଧି ଏବଂ ୫ % ମତ ସହ ପଞ୍ଚମ ସ୍ଥାନରେ ଅଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଅପରପକ୍ଷରେ ୪% ପ୍ରତିଶତ ଲୋକ ଚାହାନ୍ତି ସୋନିଆ ଗାନ୍ଧି କିମ୍ବା ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଏହାସହ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ପ୍ରିୟଙ୍କା ଗାନ୍ଧୀ ଏବଂ ରାଜନାଥ ସିଂହଙ୍କୁ ୩ % ମତ ମିଳିଛି। ଏହି ସର୍ଭେରେ ମାୟାବତୀ, ଅଖିଲେଶ ଯାଦବ, ଶରତ ପାୱାର, ଉଦ୍ଧବ ଠାକରେ, ନିତିଶ କୁମାର ଏବଂ ନିତିନ ଗଡକରୀଙ୍କୁ ଦେଶରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୨ % ଜନତାଙ୍କ ମତ ମିଳିପାରିଛି।
ମୁଡ ଅଫ ନେସନ ନାମରେ କରାଯାଇଥିବା ଏହି ସର୍ଭେ ଅନୁସାରେ, ୫୪୩ ଲୋକସଭା ଆସନ ପାଇଁ ଯଦି ବର୍ତ୍ତମାନ ନିର୍ବାଚନ ହୁଏ ତେବେ ୪୩% ମତଦାନ ସହ ବିଜେପି ଓ ସହଯୋଗୀ ଦଳ ୩୨୧ସିଟ୍ ମିଳିବ। ଏଥିରେ କେବଳ ବିଜେପି ୩୭ % ଭୋଟ ସହ ୨୯୧ଟି ସିଟ୍ରେ ବିଜୟୀ ହେବ। ଅପରପକ୍ଷରେ ବିଜେପିର ନିକଟତମ ପ୍ରତିଦ୍ବନ୍ଦ୍ବି ଭାବେ କଂେଗ୍ରସ ନେତୃତ୍ବାଧୀନ ୟୁପିଏକୁ ୨୭% ଭୋଟ୍ ସହ ୯୩ଟି ସିଟ୍ ମିଳିବ। ଏଥିରୁ କେବଳ କଂଗ୍ରେସ ୧୯% ଭୋଟ୍ ସହ ୫୧ଟି ସିଟ୍ ପାଇପାରିବ। ଏହାସହ ସହ ଅନ୍ୟାନ୍ୟ ଦଳ ୩୦% ଭୋଟ୍ ସହ ୧୨୯ଟି ସିଟ୍ରେ ବିଜୟୀ ହେବେ।
ଏହି ସର୍ଭେରେ ଯେତେବେଳେ ଲୋକଙ୍କୁ ପଚରାଗଲା ତୁମର ପସନ୍ଦର ମୁଖ୍ୟମନ୍ତ୍ରୀ କିଏ? ସେତେବେଳେ ୨୫% ଜନତା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ନିଜର ପ୍ରଥମ ଫେଭରିଟ୍ ବୋଲି ଦର୍ଶାଇଥିଲେ। ଲୋକଙ୍କ କହିବା କଥା ହେଲା ଯୋଗୀ ଆଦିତ୍ୟନାଥ ଭଲ କାମ କରୁଛନ୍ତି। ଏହି ପର୍ଯ୍ୟାୟରେ ଦ୍ବିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ରହିଛନ୍ତି। ତାଙ୍କୁ ୧୪% ଭୋଟ ମିଳିଛି। ତାଲିକାର ତୃତୀୟ ସ୍ଥାନରେ ୮% ମତ ସହ ପଶ୍ଚିମବଙ୍ଗାଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି।
ସ୍ବାଧୀନଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀଙ୍କ ନାମ ସର୍ଭେ କରାଯାଇଥିବାବେଳେ ୩୮%ସହ ନରେନ୍ଦ୍ର ମୋଦି ପ୍ରଥମ, ୧୮% ମତ ସହ ଅଟଳ ବିହାରୀ ବାଜପେୟୀ ଦ୍ବିତୀୟ, ୧୧ ପ୍ରତିଶତ ସହ ଇନ୍ଦିରା ଗାନ୍ଧି ତୃତୀୟ ଏବଂ ୮% ମତ ସହ ଜବାହରଲାଲ ନେହେରୁ ଚତୁର୍ଥ ଲୋକପ୍ରିୟ ପ୍ରଧାନମନ୍ତ୍ରୀ।
0 Comments