Ticker

4/recent/ticker-posts

ମା’ ଘଣ୍ଟେଶ୍ୱରୀଙ୍କ ପୀଠରେ କାହିଁକି ଲୋକେ ବାନ୍ଧନ୍ତି ଘଣ୍ଟି


କେଉଁ ଧାତୁରେ ତିଆରି ଘଣ୍ଟି ବେଶୀ ଶୁଭ

ମା’ ଘଣ୍ଟେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହରର ଉପକଣ୍ଠରେ ଚିପିଲିମାଠାରେ ଅବସ୍ଥିତ । ମହାନଦୀ କୂଳରେ ଏକ ମନୋରମସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ନାମାନୁସାରେ ଏହି ମନ୍ଦିର ପ୍ରାଙ୍ଗଣରେ ଥିବା ବୃହତ ବୃକ୍ଷ୍ୟ ମାନଙ୍କରେ ମା’ ଘଣ୍ଟେଶ୍ୱରୀଙ୍କ ଉଦ୍ଦେଶ୍ୟରେ ବହୁ ଭକ୍ତ ଘଣ୍ଟ ବାନ୍ଧି ଥାଆନ୍ତି । ସାରାରାଜ୍ୟ ଏପରିକି ଅନ୍ୟାନ୍ୟ ରାଜ୍ୟରୁ ଅଗଣିତ ଭକ୍ତ ଏହି ସୁନ୍ଦର ସ୍ଥାନକୁ ଆସି ଦର୍ଶନ କରନ୍ତି । ଏଠାରେ ହୀରାକୁଦ ଜଳଭଣ୍ଡାରର ଜଳରାଶି ତଟରେ ବହୁତ ସୁନ୍ଦର ପିକନିକ ସ୍ଥଳ ମଧ୍ୟ ରହିଥିବାରୁ ପିକନିକ ସମୟରେରେ ବହୁତ ବଣଭୋଜି ହୁଏ  । 


କିମ୍ବଦନ୍ତୀ:
ପ୍ରାୟ ୪୫୦ ବର୍ଷ ତଳେ ମହାରାଷ୍ଟ୍ରର ନାଗପୁର ରାଜା, ସମ୍ବଲପୁର ରାଜାଙ୍କ ସହିତ ମିଶି ମୃଗୟାକୁ ଏଠାରେ ଥିବା ଜଙ୍ଗଲକୁ ଆସିଥିଲେ । ହଠାତ୍‌‌ସେହି ଜାଗାରେ ଗୋଟିଏ ବାଳକ ଏବଂ ବାଳିକା କେଉଁଆଡୁ ଉଭାହୋଇ/ଦୃଶ୍ୟମାନ ହୋଇ ଦୁଇ ରାଜାଙ୍କର ପଥରୋଧ କଲେ ।
ଆଗକୁ ବିପଦ ଅଛି ବୋଲି କହି, ରାଜଉଆସକୁ ଫେରି ଯିବାକୁ ଅନୁରୋଧ କଲେ ।ଶେଷରେ ଦୁଇ କୋମଳମତି ଶିଶୁଙ୍କର କଥା ମାନି ଦୁଇ ରାଜା ଫେରିବା ବେଳକୁ ସେମାନଙ୍କ ପରିଚୟ ଜିଜ୍ଞାସା କଲେ । କାଲି ସକାଳେ ଏଠାକୁ ଆସିଲେ ସବୁ ଜାଣିପାରିବ କହି ସେଦୁହେଁ ଜଙ୍ଗଲ ଭିତରକୁ ଦୌଡି ପଳାଇଲେ ।
ରାଜାଦ୍ୱୟଙ୍କୁ ରାଜ ଉଆସକୁ ଫେରିଯାଉଥିବା ବେଳେ ଦୁଇ ଛୋଟପିଲାଙ୍କର ଜଙ୍ଗଲକୁ ଆସିବା ନେଇ ବିସ୍ମିତ ହୋଇଥିଲେ ।  ରାତ୍ରିର ଶେଷ ପ୍ରହରରେ ସ୍ୱପ୍ନରେ ଉକ୍ତ ବାଳକ ଓ ବାଳିକା ଦ୍ୱୟ ଆସିଲେ, ସେମାନେ ହର ଓ ପାର୍ବତୀ ବୋଲି ପରିଚୟ ଦେଲେ । ଆସନ୍ତାକାଲି ସକାଳେ ଆସି ଭେଟହୋଇ ଥିବା ସ୍ଥାନରେ ରାଜାଙ୍କୁ ଅପେକ୍ଷା କରିଥିବେ ବୋଲି କହିଥିଲେ । ପରେ ବଗବେରା ଗାଁର ନାୟକ ଓ ପାତ୍ରବଂଶକୁ ସେମାନଙ୍କର ଲାଳନପାଳନ ଦେବାକୁ କହିଲେ । ରାଜା ବ୍ରାହ୍ମ ମୁହୂର୍ତ୍ତରେ କିଛି ସୈନ୍ୟଙ୍କୁ ନେଇ ଉକ୍ତଜାଗାରେ ପହଁଚିିଲେ, ବାଳକ ବାଳିକା ପରିବର୍ତ୍ତେେ ନିର୍ଜୀବ ପଥର ମୂର୍ତ୍ତି ଦେଖିଲେ । ସେହିଦିନଠାରୁ ସେଇ ମହାନଦୀ କୂଳ ଓ ପାହାଡର ପାଦଦେଶରେ ହର ଓ ପାର୍ବତୀଙ୍କର ପୂଜା ବନବାସୀ ପଦ୍ଧତିରେ ଚାଲିଆସୁଛି  । ରାଜାଙ୍କୁ ଦେବୀ ସତର୍କ ଘଣ୍ଟି ଦେଇଥିବାରୁ ଦେବୀଙ୍କର ଏପରି ନାମକରଣ ହୋଇଛି । ଆଉ କେତେକ କହନ୍ତି-ଦେବୀ ଭକ୍ତମାନଙ୍କୁ ଘଣ୍ଟ ଘୋଡାଇ ରଖୁଥିବାରୁ ଏପରି ନାମକରଣ ହୋଇଛି ।


କିପରି ଯିବେ:
ମା’ ଘଣ୍ଟେଶ୍ୱରୀ ମନ୍ଦିରଥିବା ସ୍ଥାନରେ ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ରହିଛି । ଏହା ସମ୍ବଲପୁର ସହରରୁ ପ୍ରାୟ ୩୩ କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିର ସମ୍ବଲପୁର ସହରରୁ ବରଗଡ଼କୁ ଯାଇଥିବା ରାଜପଥରେ ୨୦ କିଲୋମିଟର ଦୂରବର୍ତ୍ତି ଗୋଶାଳା ନାମକ ସ୍ଥାନରୁ ବାମପଟ ରାସ୍ତାରେ ୧୦ କିଲୋମିଟର ଗଲେ ପହଁଚିି ହୁଏ । ସମ୍ବଲପୁର ଓ ଭୁବନେଶ୍ୱରରୁ ଘଣ୍ଟେଶ୍ୱରୀକୁ ସିଧା ବସ ସେବା ଉପଲବ୍ଧ  । ବରଗଡ଼ ବସରେ ଗୋଶାଳା ପର୍ଯ୍ୟନ୍ତ ଯାଇ ସେଠାରୁ ମଧ୍ୟ ଟେକସି ମାଧ୍ୟମରେ ଯାଇ ହେବ । ପ୍ରବାଦ ଅନୁସାରେ ଏଠାରେ ମାନସିକ କରି ପିତଳ ନିର୍ମିତ ଘଣ୍ଟ ଦାନ କଲେ ମନସ୍କାମନା ପୂର୍ଣ୍ଣ ହେଇଥାଏ । ସେଥିପାଇଁ ଅଗଣିତ ଭକ୍ତ ଏଠାକୁ ଆସି ବିଭିନ୍ନ ଆକାରର ଘଣ୍ଟ ବାନ୍ଧି ଥାଆନ୍ତି ।


Post a Comment

0 Comments