Ticker

4/recent/ticker-posts

ଭାରତୀୟ ମୁଦ୍ରାରେ କେବେ ଲାଗିଲା ଗାନ୍ଧୀଙ୍କ ଫଟୋ ? ଜାଣନ୍ତୁ ଗାନ୍ଧୀଙ୍କ ଫଟୋ ପଛର ଇତିହାସ

 ଭାରତୀୟ ମୁଦ୍ରାରେ ଗାନ୍ଧୀଙ୍କ ଫଟୋ



ନୋଟରେ ଗାନ୍ଧୀଜୀଙ୍କ ଫଟୋକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି । କିଛି ଲୋକ କହୁଛନ୍ତି କି ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ହଟେଇ ଦିଆଯିବା ଆବଶ୍ୟକ । ଅନ୍ୟ କିଛି ଲୋକଙ୍କ ମତରେ ଯେଉଁ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଅନ୍ୟ ମହାପୁରୁଷଙ୍କ ଫଟୋ ରହୁ । ସେପଟେ କିଛିଦିନ ତଳେ ଭାରତୀୟ ହିନ୍ଦୁ ମହାସଭା ଦାବି କରିଥିଲା କି ନୋଟରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କର ଫଟୋ ଛପାଯିବା ଦରକାର ।

ହେଲେ ଯଦି ଆମେ ଭାରତୀୟ ମୁଦ୍ରାର ଇତିହାସକୁ ଦେଖିବା ତେବେ ସ୍ୱାଧୀନତାର ଅନେକ ବର୍ଷ ପର୍ୟ୍ୟନ୍ତ ଭାରତୀୟ ମୁଦ୍ରାରେ ଅଶୋକ ସ୍ତମ୍ଭ କିମ୍ବା ଅନ୍ୟ କିଛି ଛବି ଛପା ଯାଉଥିଲା । ହେଲେ ପ୍ରଥମେ ଯେତେବେଳେ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯିବା ନେଇ ନିଷ୍ପତ୍ତି ହେଲା ସେତେବେଳେ ସାରା ଭାରତର ଲୋକ ଏହାକୁ ସ୍ୱାଗତ କଲେ । କାରଣ ଦେଶପ୍ରତି ମହାତ୍ମା ଗାନ୍ଧୀଙ୍କର ଅବଦାନକୁ ସମସ୍ତେ ସ୍ୱିକାର କରୁଥିଲେ । ଅନ୍ୟପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟତୀତ ଅନ୍ୟ କୌଣସି ମହାପୁରଷଙ୍କ ଫଟୋ ଯଦି ନୋଟରେ ଛପା ଯାଇଥାନ୍ତା ତାହେଲେ ଏହାକୁ ନେଇ ବିବାଦ ଦେଖାଦେବାର ଭୟ ବି ଥିଲା । ଏହି କାରଣରୁ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯିବାକୁ ନିଷ୍ପତ୍ତି ହୋଇଥିଲା ।

ସେପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟତୀତ ନୋଟରେ ଅନ୍ୟ କୌଣସି ମହାପୁରୁଷଙ୍କ ଫଟୋ ଛପାଯିବା ନେଇ ଦାବି ହେବା ପରେ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ କମିଟି ୨୦୧୪ ମସିହାରେ ଗଠନ କରାଯାଇଥିଲା । ୨୦୧୪ ନଭେମ୍ବର ମାସରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଲୋକସଭାରେ କହିଛନ୍ତି କି ରିଜର୍ଭ ବ୍ୟାଙ୍କ କମିଟି ମହାତ୍ମା ଗାନ୍ଧୀଙ୍କ ଫଟୋ ସ୍ଥାନରେ ଅନ୍ୟ କୌଣସି ମହାପୁରୁଷଙ୍କ ଫଟୋ ନୋଟରେ ନଛାପିବାକୁ ନିଷ୍ପତ୍ତି ନେଇଛି । କାରଣ କୌଣସି ବି ନେତା ଗାନ୍ଧୀଜୀଙ୍କ ଭଳି ଦେଶର ସ୍ୱଭାବକୁ ପ୍ରତିନିଧିତ୍ୱ କରିପାରିବେ ନାହିଁ ବୋଲି ଜେଟଲୀ ଲୋକସଭାରେ କହିଥିଲେ ।

ଅନ୍ୟପଟେ ଭାରତୀୟ ମୁଦ୍ରାର ଇତିହାସ କହେ କି ଦେଶ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଲାଭ କଲା । ହେଲେ ୧୯୫୦ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ବୋଲି ଘୋଷଣା କରାଗଲା । ସେପର୍ୟ୍ୟନ୍ତ ରିଜର୍ଭ ବ୍ୟାଙ୍କ ପୂର୍ବ ପ୍ରଚଳିତ ମୁଦ୍ରା ଜାରି କରୁଥିଲା । ରିଜର୍ଭ ବ୍ୟାଙ୍କର ୱେବସାଇଟ୍ ମୁତାବକ ସରକାର ପ୍ରଥମ ଥର ୧୯୪୯ ମସିହାରେ ୧ ଟଙ୍କିଆ ନୋଟକୁ ନୂଆ ଡିଜାଇନରେ ବଜାରକୁ ଛାଡିଲା । ସେ ସମୟରେ ଏହି ୧ ଟଙ୍କିଆ ନୋଟରେ ବ୍ରିଟେନ ମହାରାଜାଙ୍କ ଛବି ଛପା ଯାଉଥିଲା ।



ଏକ ରିପୋର୍ଟ ମୁତାବକ ସେ ସମୟରେ ସହମତି ପ୍ରକାଶ ପାଇଲା ଯେ ବ୍ରିଟେନ ମହାରାଜାଙ୍କ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯିବା ଦରକାର । ହେଲେ ଏହାକୁ ନେଇ କିଛି ବିବାଦ ଦେଖାଦେଲା ଫଳରେ ଭାରତୀୟ ମୁଦ୍ରାରେ ଅଶୋକ ସ୍ତମ୍ଭର ଫଟୋ ଛପାଗଲା ।

୧୯୫୦ ମସିହାରେ ପ୍ରଥମ ଥର ୨,୫,୧୦ ଓ ୧୦୦ ନୋଟ ଛପାଗଲା । ଏହିସବୁ ନୋଟରେ ଅଶୋକ ସ୍ତମ୍ଭର ଛବି ଛପା ଯାଇଥିଲା । ଏହାପରେ ୧୯୫୪ ମସିହାରେ ପ୍ରଥମଥର ପାଇଁ ୧ ହଜାର, ୨ ହଜାର ଓ ୧୦ ହଜାର ନୋଟ ଛପାଗଲା । ହେଲେ ୧୯୭୮ ରେ ଏସବୁ ନୋଟକୁ ନୋଟବନ୍ଦୀ କରାଗଲା । ଅର୍ଥାତ ଏହାକୁ ଅଚଳ କରିଦିଆଗଲା ।

୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ୧୦୦ ତମ ଜନ୍ମଦିନରେ ପ୍ରଥମଥର ପାଇଁ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଗଲା । ଏଥିରେ ମହାତ୍ମା ଗାନ୍ଧୀଙ୍କର ବସିଥିବା ଫଟୋ ଦେଖିବାକୁ ମଳିଲା । ଏହା ପଛରେ ସେବାଗ୍ରାମର ଫଟୋ ରହିଥିଲା।



୧୯୭୨ ମସିହାରେ ରିଜର୍ଭ ବ୍ୟାଙ୍କ ତରଫରୁ ୨୦ ଟଙ୍କିଆ, ଓ ୧୯୭୫ ମସିହାରେ ୫୦ ଟଙ୍କିଆ ନୋଟ ଜାରି କରାଯାଇଥିଲା । ସେପଟେ ୧୯୮୦ ମସିହା ବେଳକୁ ନୂଆ ସିରିଜର ନୋଟ ଜାରି କରାଗଲା । ୧ ଟଙ୍କିଆ ନୋଟରରେ ତେଲ କୁଅ, ୨ ଟଙ୍କିଆ ନୋଟରେ ଆର୍ୟ୍ୟଭଟ୍ଟଙ୍କ ଫଟୋ ରହିଲା । ୫ ଟଙ୍କିଆ ନୋଟରେ ଟ୍ରାକ୍ଟର ଓ ୧୦ ଟଙ୍କିଆ ନୋଟରେ କୋଣାର୍କ ମନ୍ଦିରର ଚକ୍ର ଚିହ୍ନ ଛପାଗଲା ।

୮୦ ଦଶକ ପରେ ଦେଶର ଅର୍ଥବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଲା । ଲୋକମାନଙ୍କର କିଣିବାର କ୍ଷମତା ବୃଦ୍ଧି ପାଇଲା । ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ୫୦୦ ଟଙ୍କିଆ ନୋଟ ଜାରିଲା । ଏଥିରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରଖାଗଲା । ହେଲେ ତୈଳଚିତ୍ରରେ ଅଶୋକ ସ୍ତମ୍ଭ ମଧ୍ୟ ରଖାଗଲା ।

ଏହାପରେ ୧୯୯୬ ମସିହାରେ ରିଜର୍ଭ ବ୍ୟାଙ୍କ ତରଫରୁ ଅନେକ ସୁରକ୍ଷା ବ୍ୟବସ୍ଥା ଥିବା ମହାତ୍ମା ଗାନ୍ଧୀ ସିରିଜର ନୋଟ୍ ଜାରିକଲା । ଏହାସହ ତୈଳଚିତ୍ର ବି ବଦଳାଇ ଦେଲା । ଏଥିରେ ଏଭଳି ଫିଚର ରହିଲା କି ନେତ୍ରହୀନ ମଧ୍ୟ ନୋଟକୁ ଚିହ୍ନି ପାରିବ ।

୨୦୦୦ ମସିହା ଅକ୍ଟୋବର ମାସରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଜାରିଗଲା । ସେପଟେ ୨୦୧୬ ରେ ହୋଇଥିବା ବିମୁଦ୍ରିକରଣ ବେଳେ ମହାତ୍ମା ଗାନ୍ଧୀ ସିରିଜର ୫୦୦ ଓ ୧ ହଜାର ଟଙ୍କିଆ ନୋଟକୁ ଅଚଳ କରିଦିଆଗଲା । ଯେଉଁ ନୂଆ ୨ ହଜାର ଟଙ୍କିଆ ନୋଟ ଛପାଗଲା ସେଥିରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ରହିଲା ।

Post a Comment

0 Comments