Ticker

4/recent/ticker-posts

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାରଙ୍କ ଉପରେ ରାଜ୍ୟ ସରକାରଙ୍କ ଗୋଇନ୍ଦା ଗିରି

ପଦମପୁର ଉପ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ରାଜ୍ୟ ସରକାର ଗୋଇନ୍ଦା ଗିରି କରୁଥିବା ଅଭିଯୋଗ ହୋଇଛି।

୨୭ ତାରିଖ ଦିନ ବରଗଡ଼ ସୋହେଲାରେ ଜଣେ ବିଜେପି କର୍ମୀଙ୍କ ଘରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର ଭୋଜନ କରିବା ସମୟରେ ଜଣେ ବ୍ୟକ୍ତି ସେମାନଙ୍କର ଫଟୋ ଉଠାଇବାକୁ ଉଦ୍ୟମ କରୁଥିବା ବେଳେ ଏହି କଥା ସ୍ପଷ୍ଟ ହୋଇଛି।
ସୂଚନାଥାଉ କି, ଗତକାଲି ବରଗଡ଼ ସୋହେଲାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର ଜଣେ ବିଜେପି କର୍ମୀଙ୍କ ଘରେ ଭୋଜନ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସେମାନଙ୍କର ପଟୋ ଉଠାଇବାକୁ ଉଦ୍ୟମ କରିବାରୁ ସୁରକ୍ଷା ଅଧିକାରୀ ତାଙ୍କୁ ରୋକିବା ସହ ପରିଚୟ ପଚାରିଥିଲେ। ଏହି ସମୟରେ ତାଙ୍କର ଆଇଡି କାର୍ଡ ଓ ମୋବାଇଲ ଖସି ପଡ଼ିଥିଲା। ଆଇଡି କାର୍ଡରେ ସିଆଇଡି ସ୍ପେଶାଲ ବ୍ରାଞ୍ଚର ASI ଭୋଜରାଜ ଦାସ ବୋଲି ଲେଖାଯାଇଛି।
ଏଠାରେ ପ୍ରଶ୍ନ ଉଠୁଛି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ? କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ? କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ? ଉଲ୍ଲେଖ ଯୋଗ୍ୟ ଯେ ଡିସେମ୍ବର ୫ ତାରିଖ ପଦମପୁର ଉପ ନିର୍ବାଚନ ରହିଛି।

Post a Comment

0 Comments