Ticker

4/recent/ticker-posts

ଡିସେମ୍ବର 12କୁ ପ୍ରତିବାଦ ଦିବସ ପାଳନ କରିବେ ଆଇନଜୀବୀ


ଓକିଲ ମାନଙ୍କ ଅଧିକାରକୁ ଛଡେଇ ନେବା ପାଇଁ ଯାହା ଉଦ୍ୟମ କରାଯାଇଛି ତାର ପ୍ରତିବାଦରେ ଆସନ୍ତା 12 ତାରିଖକୁ ପ୍ରତିବାଦ ଦିବସ ଭାବରେ ପାଳନ କରିବ ଅଲ ଓଡିଶା ବାର ଆସୋସିଏସନ। ଭୁବନେଶ୍ବର ବାର ଆସୋସିଏସନ ଡାକରାରେ ଆଜି ଭୁବନେଶ୍ୱର ଠାରେ ବିଭିନ୍ନ ଜିଲ୍ଲାର ଓକିଲ ସଂଘର ସଭାପତି ଓ ସଂପାଦକଙ୍କ ବୈଠକରେ ଏହି ନିଷ୍ପତି ନିଆଁ ଯାଇଛି ।ଆଇନଜୀବୀଙ୍କ ଅଧିକାରକୁ ଛଡେଇ ନେବା ପାଇଁ ଯାହା ଉଦ୍ୟମ କରାଯାଇଛି ତାର ପ୍ରତିବାଦରେ ଏଭଳି ଡାକରା ଦିଆଯାଇଛି।


ଓକିଲ ମାନଙ୍କ ପକ୍ଷରେ କୁହାଯାଇଛି ଯେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓକିଲ ମାନେ ଉଦ୍ୟମ ଜାରି ରଖିଥିବା ବେଳେ ତାଙ୍କୁ ନିନ୍ଦିତ କରିବା ଏଭଳି ହୀନ ଉଦ୍ୟମ ଦୁର୍ଭାଗ୍ୟ ଜନକ। ତେଣୁ ଏହାର ପ୍ରତିବାଦରେ ସର୍ବ ସମ୍ମତି କ୍ରମେ ଏହି ପ୍ରତିବାଦକୁ ତ୍ବରାନ୍ବିତ କରିବାକୁ ଆଜି ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ସୁପ୍ରିମକୋର୍ଟ ଯେଉଁ ନିଷ୍ପତି ନେଇଛନ୍ତି ତାହା ଏକତରଫା ଏବଂ ଗ୍ରହଣୀୟ ନୁହେଁ। ।

Post a Comment

0 Comments