Ticker

4/recent/ticker-posts

ଓଡ଼ିଶାର ଏକ ଜିଲା, ଯେଉଁଠି ଚାଲେ ରାଜା ଶାସନ

ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଗଲାଣି। ତେବେ ଓଡ଼ିଶାରେ ଏଭଳି ଏକ ଜିଲା ରହିଛି ଯେଉଁଠି ଆଜି ମଧ୍ୟ ରାଜା ଶାସନ ଚାଲିଥାଏ। ଆମେ ଯେଉଁ ସ୍ଥାନର କଥା କହୁଛୁ ତାହା ହେଉଛି ଓଡିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ବରଗଡ଼ ସଂପର୍କରେ। ଏଠାରେ ଧନୁଯାତ୍ରା ଉତ୍ସବ ପାଳନ ସମୟରେ କଂସଙ୍କ ଶାସନ ଚାଲିଥାଏ। ଦୀର୍ଘ ୧୧ ଦିନ ହେଉଥିବା ଏହି ଯାତ୍ରା ସମୟରେ ସମଗ୍ର ବରଗଡ଼ ସହର ମଥୁରାନଗରୀ ଓ ନିକଟସ୍ଥ ଅମ୍ବାପାଲି ଗୋପପୁର ହୋଇଥାଏ। ଏହା ସହିତ ମଝିରେ ବୋହି ଯାଇଥିବା ଜୀରା ନଦୀ ଯମୁନା ନଦୀ ପାଲଟି ଯାଏ। ଏଠାକାର ଲୋକେ ମଧ୍ୟ ନିଜକୁ ମଥୁରାନଗରୀ ହିସାବରେ ଆଚରଣ କରିଥାନ୍ତି। ଧନୁଯାତ୍ରା ଆୟୋଜିତ ହେଉଥିବା ୧୧ଦିନ ଜିଲା ପ୍ରଶାସନର ଶାସନ ବଦଳରେ ଏଠାରେ  କଂସଙ୍କ ଶାସନ ଚାଲିଥାଏ।




୧୧ ଦିନ ଧରି କଂସ ରାଜ୍‌

ମଙ୍ଗଳବାରଠାରୁ ଆରମ୍ଭ ହେଇଯାଇଛି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତବର୍ଷ ଧନୁଯାତ୍ରା ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରୁଛି ହୀରକ ଜୟନ୍ତୀ। ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ପ୍ରଭାବରେ ବନ୍ଦ ରହିଥିବା ଯାତ୍ରାକୁ ଚଳିତ ବର୍ଷ ଧୁମଧାମରେ ପାଳନ ପାଇଁ ଦୀର୍ଘ ଦିନରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତବର୍ଷ ଧନୁଯାତ୍ରାକୁ ସ୍ମରଣୀୟ କରିବା ପାଇଁ ବହୁ ନୂତନ ପଦକ୍ଷେପ ନିଆଯାଇଛି। କଳାକାର ମନୋନୟନ ବଦଳରେ ପ୍ରତିଯୋଗିତା ମାଧ୍ୟମରେ ଚୟନ କରାଯାଇଛି।  ସେହିପରି ଚଳିତ ବର୍ଷ ଗୋଟିଏ ଅନ୍ତର୍ଜାତୀୟ, ୧୬ଟି ଜାତୀୟ ଦଳ ସମେତ ମୋଟ୍‌ ୧୫୪ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ହୀରକ ଜୟନ୍ତୀ ପରିପ୍ରେକ୍ଷୀରେ ପ୍ରତିଦିନ ହେବାକୁ ଥିବା ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଗୋପପୁର ହେଉଥିବା ଅମ୍ବାପାଲିକୁ ସଜେଇ ଦିଆଯାଇଛି। ସେଠାକାର ଘରେ ଘରେ କାନ୍ଥରେ କୃଷ୍ଣ, ବଳରାମଙ୍କ ଚିତ୍ର ସହିତ ଦ୍ବାପର ଯୁଗର ଅବତାରଣା କରାଯାଇଛି। 



ବରଗଡ଼ ହାଟପଦା ନିକଟରେ ସୁଦୃଶ୍ୟ ରାଜପ୍ରସାଦର ମଞ୍ଚ ନିର୍ମାଣ କରାଯାଇଛି। ୪୨ ଫୁଟ ଉଚ୍ଚ, ୧୨୦ ଫୁଟ ଚଉଡା ବିଶି​‌ଷ୍ଟ ଏହି ରାଜଦରବାର ପୁରାଣ ବର୍ଣ୍ଣିତ କଂସଙ୍କ ଦରବାର ଭଳି ହୋଇଛି। ଏଥିପାଇଁ କଲିକତାର ୩୦ ଜଣ କାରିବାର ଦୀର୍ଘ ୧୫ ଦିନ ଧରି ଏହାକୁ ନିର୍ମାଣ କରିଥ​‌େ​‌ିଲ।  ସେହିପରି ଲୋକ ମଣ୍ଡପ ପଡିଆଠାରେ ନିର୍ମିତ ହୋଇଥିବା ରଙ୍ଗମହଲ ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି।  ଧନୁଯାତ୍ରା ମହୋତ୍ସବ ମୁକ୍ତ ରଙ୍ଗମଞ୍ଚରେ ଅଭିନୀତ ହେଉଥିବା ତଥା ୨୧ଟି ମଞ୍ଚରେ ନାଟକ ଅଭିନୀତ ହେଉଥିବାରୁ ଏହା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଛି।










Post a Comment

0 Comments