ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନିପାଟଣା ପୌରପାଳିକାର ଡେପୁଟି ଏଜୁକେଟିଭ ଇଞ୍ଜିନିୟର ସମୀର ଠାକୁର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ରେଡ କରାଯାଇଛି । ଏକ କାଳୀନ 4ଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଭବାନୀପାଟଣା ମୁନିସିପାଲିଟି ଅଫିସ ସମେତ ମହାବୀର ପଡା ତାଙ୍କ ନିଜ ଘର, ଇରିଗେସନ କଲୋନି ଭଡାଘର ଓ ତାଙ୍କ ସମ୍ପର୍କୀୟ ଶଳା ଘରେ ଆଜି ସକାଳୁ ସକାଳୁ ରେଡ କରିଛି କୋରାପୁଟ ଡିଭିଜନର 4ଟି ଟିମ୍। ଚଢ଼ାଉରେ ଭବାନିପାଟଣା ଟିମ ମଧ୍ୟ ସାମିଲ ଥିବା ସୂଚନା ରହିଛି ।୫ DSP ଓ ୬ ଇନସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି।
0 Comments