ଚନ୍ଦ୍ରଯାନ-୩ ଉତକ୍ଷେପଣ ପୂର୍ବରୁ ଭଗବାନଙ୍କ ଶରଣରେ ବୈଜ୍ଞାନିକ; ମନ୍ଦିରରେ ପୂଜାର୍ଚ୍ଚନା
Chandrayan-3 Launch: ଆରମ୍ଭ ହୋଇଗଲାଣି ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍। ହେଲେ ଏହା ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ବୈଜ୍ଞାନିକ।
Chandrayaan-3 Launch: ମହାକାଶ ଗବେଷଣାରେ ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସବୁଠୁ ବଡ ଅଭିଯାନ ଚନ୍ଦ୍ରଯାନ-୩। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରପୃଷ୍ଠକୁ ଉତକ୍ଷେପଣ ପାଇଁ ପ୍ରସ୍ତୁତ ମହାକାଶ ଯାନ। ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟରେ ଉତକ୍ଷେପଣ ହେବାକୁ ଥିବା ଏହି ଚନ୍ଦ୍ରଯାନ, ୧୪୦ କୋଟି ଭାରତୀୟଙ୍କ ଆଶା ଓ ବିଶ୍ବାସକୁ ଆକାଶରେ ପହଁଚାଇଦେବ। ଏଥିପାଇଁ ଗୁରୁବାର ଦିନ ଗୋଟାଏରୁ ୨୪ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହେଉଛି।
ଉତକ୍ଷେପଣ ପୂର୍ବରୁ ଗୁରୁବାର ଇସ୍ରୋ ବୈଜ୍ଞାନିକଙ୍କ ଏକ ଟିମ୍ ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଚନ୍ଦ୍ରଯାନ-୩ର ଏକ କ୍ଷୁଦ୍ର ନକଲକୁ ନେଇ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ବୈଜ୍ଞାନିକ ।
ଆମେରିକା, ରୁଷିଆ ଓ ଚୀନ ପରେ ମହାକାଶର ସବୁଠାରୁ ବଡ଼ ରହସ୍ୟର ନିକଟବର୍ତ୍ତୀ ହୋଇ ଗବେଷଣା କରିବାକୁ ଅଣ୍ଟା ଭିଡିଛି, ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ (ISRO)। ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ବୈଜ୍ଞାନିକଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷରେ ସଫଳତା ଆଡକୁ ଅଗ୍ରସର ହେଉଛି
ଏହା ପୂର୍ବରୁ ୨୦୧୯ରେ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୨ ଯଦିଓ ଭାରତ ପାଇଁ ସମ୍ପୂର୍ଣ୍ଣ ସଫଳତା ଆଣିପାରିନଥିଲା । ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ବଦଳରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । କିନ୍ତୁ ବୈଜ୍ଞାନିକମାନଙ୍କୁ ଅନେକ ଶିକ୍ଷା ଦେଇଥିଲା । ଶୁକ୍ରବାର ଉତକ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ଅନେକ ଗୁଡିଏ ପରିବର୍ତ୍ତନର କରାଯାଇଛି । ଲ୍ୟାଣ୍ଡରର ଡିଜାଇନ ଅଧିକ ବିକଶିତ କରାଯାଇଛି ।
0 Comments