ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି ଲେଖିଥିଲେ ମନ୍ତ୍ରଣାଳୟ।ଭିଆରଏସ ନେବା ନେଇ ତାଙ୍କର ରାଜନୀତିରେ ପାଦ ଦେବାର ଚର୍ଚ୍ଚା ଜୋରସୋରରେ ଚାଲିଥିଲା।
ଭି.କେ ପାଣ୍ଡିଆନ୍ ଙ୍କ ସମ୍ପୂର୍ଣ୍ଣ ନାମ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ । ୨୯ ମଇ ୧୯୭୪ ରେ ଜନ୍ମଗ୍ରହଣ କରିଥିଲେ । ସେ ଜନ୍ମ ହୋଇଥିଲେ ତାମିଲନାଡୁରେ । ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଏକ ଘରୋଇ ଉଚ୍ଚ ବିଦ୍ୟାଳୟରେ ତାଙ୍କର ପାଠପଢା ସମାପ୍ତ କରିଥିଲେ | ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ଭି କାର୍ତ୍ତିକେୟାନ୍ ପାଣ୍ଡିଆନ୍ ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ କୃଷି କ୍ଷେତ୍ରରେ ବିଏସ୍ସି ଏବଂ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ଏମ୍.ଏସ୍ ପାଠପଢିଥିଲେ ।
୨୦୧୨ ମେ' ୨୯ ପ୍ୟାରୀ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ପରେ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ପାଲଟି ଯାଇଥିଲେ ପାଣ୍ଡିଆନ । ୨୦୧୪ ସାଧାରଣ ନିର୍ବାଚନରେ ପରଦା ପଛରେ ରହି ବିଜେଡିକୁ ଜିତାଇବା ନିମନ୍ତେ ସଫଳ ରଣନୀତି ପ୍ରସ୍ତୁତ କରିଥିଲେ ପାଣ୍ଡିଆନ । ଆଉ ସେବେଠୁ ବିଜେଡି ଓ ସରକାରରେ ନିଜର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଥିଲେ । ଏବେ ନବୀନଙ୍କ ପରେ ଉଭୟ ସରକାର ଓ ବିଜେଡିରେ ପାଣ୍ଡିଆନ ହିଁ ସର୍ବମୟକର୍ତ୍ତା ।
ତେବେ ନିର୍ବାଚନୀ ବର୍ଷରେ ପାଣ୍ଡିଆନ ଅଚାନକ୍ ସରକାରୀ ଚାକିରିରୁ ଅବସର ନେଇଯିବା ପଛର ସମ୍ଭାବ୍ୟ କାରଣ...?
୧- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଖୋଲାଖୋଲି ବିଜେଡିର ସାଂଗଠନିକ କାର୍ଯ୍ୟ ଓ ଟିକେଟ୍ ବଂଟନଠୁ ଆରମ୍ଭ କରି ନିର୍ବାଚନୀ ପରିଚାଳନା କାର୍ଯ୍ୟ ନିଜେ ତଦାରଖ କରିବେ । ଯେଉଁଥିପାଇଁ ସରକାରୀ ଚାକିରି ଛାଡ଼ିବାର ଆବଶ୍ୟକତା ଥିଲା । ବିରୋଧୀ ବି ଆଉ ସରକାରୀ କର୍ମଚାରୀ ବୋଲି କହି ଟାର୍ଗେଟ୍ କରିପାରିବେ ନାହିଁ ।
୨- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୟାସାଧିକ ଯୋଗୁ ସାଧାରଣ ନିର୍ବାଚନବେଳେ ପ୍ରଚାର କାର୍ଯ୍ୟରେ ସବୁ ନିର୍ବାଚନମଣ୍ଡଳୀ ଯାଇନପାରନ୍ତି । ତାଙ୍କର ପ୍ରତିନିଧି ଓ ଘନିଷ୍ଠ ଭାବେ ପାଣ୍ଡିଆନ ସେହି ଦାୟିତ୍ୱ ତୁଲାଇ ପାରନ୍ତି । ବିଜେଡିର ମାଲକାନଗିରିରୁ ମୟୂରଭଞ୍ଜ ଓ କୋରାପୁଟରୁ କଟକ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସାଂଗଠନିକ ବିବାଦ ରହିଥିବାରୁ ପାଣ୍ଡିଆନ ନିଜେ ଖୋଲାଖୋଲି ରାଜନୀତିକ ନେତୃତ୍ୱ ଭୂମିକା ତୁଲାଇବେ । ବିଜେଡିର ନମ୍ବର ଟୁ ଭାବେ ଟିକେଟ୍ ବଂଟନ କରିବେ ଓ ଦଳୀୟ କନ୍ଦଳକୁ ନିଜ ରଣନୀତିରେ ଚପାଇବାକୁ ପ୍ରୟାସ କରିପାରନ୍ତି । ବିଜେଡିରେ ଅସନ୍ତୁଷ୍ଟ ନେତା ବି ତାଙ୍କ ବିରୁଦ୍ଧରେ ମୁହଁ ଖୋଲିବାକୁ ସାହାସ କରିପାରିବେ ନାହିଁ ।
୩- ରାଜ୍ୟରେ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ ନିଷ୍କ୍ରିୟ ହେବାରେ ଲାଗିଥିବାରୁ ସେ ବିଜେଡିର ଉତ୍ତରାଧିକାରୀ ହୋଇପାରନ୍ତି । ନବୀନ ତାଙ୍କୁ ବିଜେଡିର ଉତ୍ତରାଧିକାରୀ ଭାବେ ମନୋନୀତ କରି ଉଭୟ ଦଳ ଓ ସରକାରରେ ପ୍ରମୁଖ ଦାୟିତ୍ୱ ଦେଇପାରନ୍ତି । ନବୀନ ତାଙ୍କୁ ରାଜ୍ୟସଭା କିମ୍ବା ଉପମୁଖ୍ୟମନ୍ତ୍ରୀ କରି ତାଙ୍କ ଉପରେ ଉଭୟ ଦଳ ଓ ସରକାରର ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିପାରନ୍ତି ।
୪- ଶ୍ରୀ ପାଣ୍ଡିଆନ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ପୂର୍ବବତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିପାରନ୍ତି । ବରିଷ୍ଠ ଆଇଏଏସ୍ ପିକେ ମିଶ୍ର ମଧ୍ୟ ଅବସର ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ କାର୍ଯ୍ୟରତ ଅଛନ୍ତି । ସମାନ ଶୈଳୀରେ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପଦ ବଜାୟ ରଖିପାରନ୍ତି । ପରଦା ପଛରେ ରହି ଯାହା ଯେମିତି କରୁଥିଲେ ସେପରି କାର୍ଯ୍ୟ ଜାରି ରଖିପାରନ୍ତି ।
୫- ଶ୍ରୀ ପାଣ୍ଡିଆନ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇପାରନ୍ତି । ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ଆସୀନ କରାଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ପରୋକ୍ଷରେ ନିଜ ନିୟନ୍ତ୍ରଣରେ ରଖିପାରନ୍ତି ।
୬- ୨୦୨୪ ସାଧାରଣ ନିର୍ବାଚନରେ ନବୀନ ୨ଟି ଆସନରେ ଛିଡ଼ା ହେବେ । ଯେଉଁ ଆସନକୁ ଖାଲି କରିବେ ସେଥିରେ ଉପନିର୍ବାଚନ ହେବ ଓ ପାଣ୍ଡିଆନ ନିର୍ବାଚନ ଜିଣି ବିଧାନସଭାକୁ ଆସିବେ । ଆଉ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ।କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ହୋଇଛି । ପାଣ୍ଡିଆନ ଜଣେ ସଫଳ ପ୍ରଶାସନିକ ଅଧିକାରୀ । ରାଜନୀତିକୁ ଓହ୍ଲାଇଲେ ସଫଳ ହେବେ ବୋଲି କହି ହେବନି' ବୋଲି ନରସିଂହ କହିଛନ୍ତି ।
୭- ନିର୍ବାଚନବେଳେ ପାଣ୍ଡିଆନ ସକ୍ରିୟ ରାଜନୀତିକ ଭୂମିକା ତୁଲାଇବାର ଥିବାରୁ ବିରୋଧୀ ଦଳ ତାଙ୍କୁ ବାରମ୍ବାର ଟାର୍ଗେଟ୍ କରିପାରନ୍ତି । ସେହି ଦୃଷ୍ଟିରୁ ଅଯଥା ଚର୍ଚ୍ଚା ଓ ସମାଲୋଚନାକୁ ଏଡ଼ାଇବା ପାଇଁ ଚାକିରିରୁ ଅବସର ନେଇଥାଇପାରନ୍ତି ।
ପ୍ରତିକ୍ରିୟା:
ପାଣ୍ଡିଆନ୍ଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, 'ମୁଁ ଅନୁମାନ କରୁଥିଲି, ହେଲେ ଆଶ୍ଚର୍ଯ୍ୟଚକିତ ନୁହେଁ ।୩୦ ଜିଲ୍ଲା ବୁଲିବା ଯୋଗୁ ଯେଉଁ କ୍ଷତି ହୋଇଥିଲା ଏହାକୁ ଭରଣା ପାଇଁ ଉଦ୍ୟମ କରାଯାଉଛି । ସରକାର ବ୍ୟାକଫୁଟ୍ରେ ଥିଲେ, ବହୁ ଚିନ୍ତା କରି ନିଷ୍ପତ୍ତି ନେଇଛନ୍ତି ।
0 Comments