- ଅମ୍ବାଭୋନା ଥାନାରେ ପଶିଲେ ପ୍ରାୟ ୨୦ ଯୁବକ ା
- ଟେବୁଲ ଚେୟାର ଭଙ୍ଗାରୁଜା କଲେ ା
- ଥାନାରେ ଖଞ୍ଜା ଯାଇଥିବା ସିସିଟିଭିକୁ ମଧ୍ୟ ଭାଙ୍ଗିଲେ ା
- ମିଛ ସୂଚନା ଆଧାରରେ ଚଢ଼ଉ କରିଥିଲା ପୁଲିସ ା
- ତାମଦେଇଠାରେ ପିକ୍ନିକ୍ ପାର୍ଟିରେ କରିଥିଲା ଚଢ଼ଉ ା
- ପାର୍ଟିରେ ନିଶା କାରବାର ସୂଚନା ପାଇଥିଲା ପୋଲିସ ା
ବରଗଡ଼
ନିୟୁଜ ଷ୍ଟପେଜ
ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା ପରିସରରେ ପ୍ରାୟ ୨୦ ଯୁବକ ପଶି ଆସି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଯେଉଁଠି ପୁଲିସ୍ ଅସୁରକ୍ଷିତ, ସେଠି ଅଞ୍ଚଳବାସୀ କେତେ ସୁରକ୍ଷିତ ବୋଲି ଏବେ ପ୍ରଶ୍ନ ଉଠୁଛି।
ଆଜି ଦ୍ୱି’ ପହରରେ ୨୫ରୁ ୩୦ ଜଣ ଯୁବକ ଅମ୍ୱାଭୋନା ଥାନା ତାମଦେଇଠାରେ ପିକ୍ନିକ୍ କରୁଥିଲେ। ପିକ୍ନିକ ସ୍ଥଳରେ ନିଶା କାରବାର ହେଉଥିବା ସନ୍ଦେହ କରି ଅମ୍ୱାଭୋନା ଥାନା ପୁଲିସ୍ ଚଢ଼ଉ କରିଥିଲା। ମାତ୍ର କୌଣସି ମାଦକ ଦ୍ରବ୍ୟ ପାଇନଥିଲା। ଏହାକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ପୁଲିସ୍ ସେଠାରୁ ପଳାଇ ଯାଇଥିଲା। ଅପରାହ୍ନରେ ୨୦ରୁ ଅଧିକ ଯୁବକ ବାଇକ୍ରେ ଆସି ଥାନା ଭିତରେ ପଶିଥିଲେ। ଥାନାରେ ଯାହା ପାଇଲେ ଭଙ୍ଗାରୁଜା କରିଥିଲେ। ଟେବୁଲ୍ ଓ ଚୟାର ଫିଙ୍ଗା ଫିଙ୍ଗି କରିଥିଲେ। ଝରକା ଓ କବାଟ କାଚ ଭାଙ୍ଗିଥିଲେ। କହିବାକୁ ଗଲେ ଥାନା ଭିତରେ ଯୁବକମାନେ ଆତଙ୍କରାଜ ଚଳାଇଥିଲେ। ଯୁବକଙ୍କ ଉଗ୍ର ରୂପ ଦେଖି କର୍ମଚାରୀମାନେ ଥାନା ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଭଙ୍ଗାରୁଜା କରିବା ପରେ ଯୁବକମାନେ ଥାନା ଛାଡ଼ି ପଳାଇ ଯାଇଥିଲେ।
ଖବର ପାଇ ବରଗଡ଼ ଏସ୍ଡିପିଓ ପଦରାବିନ୍ଦ ତ୍ରିପାଠୀ ଥାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ହେଲେ ଆତଙ୍କରାଜ ଚଳାଇଥିବା ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ୍। ସେମାନେ କେଉଁ କାରଣରୁ ଆତଙ୍କରାଜ ଚଳାଇଥିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏଥିରେ ରାଜନୈତିକ ଲିଙ୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
0 Comments