କେନ୍ଦ୍ର ଧାନର ଏମଏସପି ୨୩୦୦ଟଙ୍କା କରିବା ପରେ ଓଡ଼ିଶାରେ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଥିଲା। ପୂର୍ବରୁ ନିର୍ବାଚନ ଇସ୍ତାହାରରେ ବିଜେପି ୩୧୦୦ଟଙ୍କା ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ଏହାକୁ ୨୩୦୦ ଘୋଷଣା ପରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥଲା। ତେବେ ଚାଷୀଙ୍କ ଠାରୁ ଧାନ ୩୧ଶହ ଟଙ୍କାରେ କିଣାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । ବିଭାଗୀୟ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ଇସ୍ତାହାରରେ କହିଥିଲୁ ଏଇ ଖରିଫ ଋତୁରୁ ଚାଷୀଙ୍କୁ ୩୧ଶହ ଟଙ୍କା ମିଳିବ ବୋଲି କହିଛନ୍ତି କୃଷ୍ଣ ପାତ୍ର । ଗତକାଲି କେନ୍ଦ୍ର ଏମ୍ଏସ୍ପି ୨୩ଶହ ଟଙ୍କା କରିବା ପରେ ସୁବିଧା ହୋଇଛି । ଏବଂ ୯୨୭ ଟଙ୍କା ଦେବାକୁ ପଡ଼ିଥାନ୍ତା ଏବେ କିନ୍ତୁ ୮ଶହ ଟଙ୍କା ଦେବାକୁ ପଡ଼ିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । କ୍ୱିଂଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯିବ ସେଥିପାଇଁ କମିଟି ଗଠନ ହୋଇଛି । ଚାଷୀଙ୍କ ଧାନ କିଣିଲା ବେଳେ କଟଣୀ ଛଟଣୀ କରିପାରିବେ ନାହିଁ । ଏପରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ । ୪୮ଘଂଟାରେ ଚାଷୀଙ୍କ ଆକାଉଂଟକୁ ଟଙ୍କା ଯିବ ।
0 Comments