ଶେଖ ହାସିନାଙ୍କ ପଞ୍ଚମ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ବାଂଲାଦେଶରେ ସୃଷ୍ଟି ହୋଇଛି ଭୟଙ୍କର ହିଂସାକାଣ୍ତ । ଯାହା ବର୍ତ୍ତମାନ ଭୟଙ୍କର ରୁପ ନେଇଛି ଏବଂ ବିଶ୍ୱର ନଜର ରହିଛି ଏହି ଦେଶର ସ୍ଥିତି ଉପରେ । ଅନ୍ୟପକ୍ଷରେ ଭାରତରେ ଅତୀତରେ ଏପରି ସ୍ଥିତି ଅନେକ ଥର ଦେଖିବା ପାଇଁ ମିଳିଛି । ବିମୁଦ୍ରୀକରଣ ଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ଅନେକ ଘଟଣା ଘଟିଥିଲା ଯେଉଁଥିରେ ଜନସାଧାରଣ ସରକାରଙ୍କ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସାହସୀକତା ସହ ଏହି ପରିସ୍ଥିତିର ସାମ୍ନା କରିଥିଲା ଏବଂ ଯାହାର ସଫଳ ଫଳାଫଳ ମଧ୍ୟ ମିଳିଥିଲା ।
୨୦୧୪ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ଗଠନ ହୋଇଥିଲା, ସେତେବେଳେ ଏହି ସରକାରଙ୍କୁ ବିପୁଳ ଜନ ସମର୍ଥନ ମିଳିଥିଲା । ଭଲ ଦିନ ଆଶାରେ ଭୋଟରମାନେ 'ବ୍ରାଣ୍ଡ ମୋଦି'କୁ ବିଶ୍ୱାସ କରିଥିଲେ। ହେଲେ କ୍ଷମତାକୁ ଆସିବା ପରଠାରୁ ମୋଦି ସରକାର ଏଭଳି ଅନେକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଯାହା ସହ ମୁକାବିଲା କରିବା ସହଜ ନଥିଲା।
ମୋଦି ସରକାର ନିଜେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ। ହେଲେ ମୋଦି ସରକାର ଜନସାଧାରଣଙ୍କ ସମର୍ଥନ ନେଇ ଏହାକୁ ଏକ ସକରାତ୍ମକ ଜନ ଆନ୍ଦୋଳନରେ ପରିଣତ କରିବାରେ ସଫଳ ହୋଇଥିଲେ। ବାଂଲାଦେଶରେ ଘଟିଥିବା ଘଟଣା ସମ୍ପର୍କରେ ବିରୋଧୀ କ'ଣ କହୁଛନ୍ତି? ଏହି ବିତର୍କର ଆବଶ୍ୟକତା ରହିଛି କାରଣ ବାଂଲାଦେଶରେ ଘଟିଥିବା ଘଟଣାକୁ ନେଇ ବିରୋଧୀଙ୍କଠାରୁ ଏପରି କିଛି ବିବୃତ୍ତି ଆସିଛି, ଯାହା ବୋଧହୁଏ ଭାରତର ବାସ୍ତବତା ସହିତ ସମ୍ପର୍କରେ ନାହିଁ। ଉଦାହରଣ ସ୍ୱରୂପ, କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦ କହିଛନ୍ତି ଯେ ବାଂଲାଦେଶରେ ଯାହା ଘଟୁଛି ତାହା ମଧ୍ୟ ଏଠାରେ ଅର୍ଥାତ ଭାରତ ମଧ୍ୟ ହୋଇପାରେ।
ରାଷ୍ଟ୍ରୀୟ ସମ୍ମିଳନୀ ନେତା ଫାରୁକ୍ ଅବଦୁଲ୍ଲା ମଧ୍ୟ ବାଂଲାଦେଶର ପରିସ୍ଥିତିକୁ ନେଇ ଭାରତର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, 'ଛାତ୍ରମାନେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ ଯାହାକୁ କେହି ନିୟନ୍ତ୍ରଣ କରିପାରିନଥିଲେ, ନା ସେନା ନା ଅନ୍ୟ କେହି । ଏହା ଏକ ଶିକ୍ଷା। କେବଳ ବାଂଲାଦେଶ ପାଇଁ ନୁହେଁ, ପ୍ରତ୍ୟେକ ଶାସକ ଦଳ ପାଇଁ।
ବିମୁଦ୍ରୀକରଣ
ବିମୁଦ୍ରୀକରଣ ମୋଦି ସରକାରଙ୍କ ପ୍ରଥମ ବଡ଼ ନିଷ୍ପତ୍ତି ଥିଲା, ଯାହା ଦେଶର ୧୩୦ କୋଟିରୁ ଅଧିକ ଜନସଂଖ୍ୟା ଉପରେ ସିଧାସଳଖ ପ୍ରଭାବ ପକାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ସାରା ଦେଶରୁ ଆଶ୍ଚର୍ଯ୍ୟ କରିଥିଲା । ଏପରିସ୍ଥିତି ପାଇଁ କେହି ପ୍ରସ୍ତୁତ ମଧ୍ୟ ନଥିଲେ । ହେଲେ ସାଧାରଣ ଜନତାଙ୍କ ମଧ୍ୟରେ ବିଶ୍ୱାସ ଥିଲା ଯେ ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ତାହା ଦେଶର ଭଲ ପାଇଁ ମୋଦି ସରକାରଙ୍କ ଉପରେ ପୁରା ବିଶ୍ୱାସ ରଖିଥିଲେ ଦେଶବାସୀ । କାରଣ ଏହା ସର୍ବଶେଷରେ ଜାତୀୟ ସ୍ୱାର୍ଥରେ ଏବଂ ଏହା ଜନସାଧାରଣଙ୍କ ପାଇଁ ଥିଲା ।
ଅର୍ଥନୈତୀକ ଭିତ୍ତିରେ 10% ସଂରକ୍ଷଣ
ମୋଦି ସରକାର ୨୦୧୯ରୁ ସରକାରୀ ବର୍ଗରେ ଏବଂ ପଛୁଆ ବର୍ଗର ଲୋକଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ୧୦% ସଂରକ୍ଷଣ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ସମ୍ବିଧାନରେ ୧୦୩ ତମ ସଂଶୋଧନ କରାଯାଇଥିଲା। ସରକାରୀ ଚାକିରିରେ ସଂରକ୍ଷଣ ଭାରତରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ମୋଦି ସରକାରଙ୍କ ଏହି ପଦକ୍ଷେପ ଉପରେ କିଛି ଲୋକ ପ୍ରଶ୍ନ ମଧ୍ୟ ଉଠାଇଥିଲେ। କିନ୍ତୁ ଦେଶ ସରକାରଙ୍କୁ ସମର୍ଥନରେ ରହିଥିଲା ।
୧୯୯୦ ମସିହାରେ ଦେଶ ଏପରି ସ୍ଥିତି ଦେଖିସାରିଛି । ଯେତେବେଳେ ମଣ୍ଡଳ ଆୟୋଗର ସୁପାରିଶ କାର୍ଯ୍ୟକାରୀ ହେବା ପରେ ସମାଜର ଏକ ବିଭାଗରେ ଏପରି ନିରାଶାର ବାତାବରଣ ସୃଷ୍ଟି ହୋଇଥିଲା ଯାହା ଏକ ରିପୋର୍ଟ ଅନୁଯାୟୀ ଦେଶର ୧୬୦ରୁ ଅଧିକ ଲୋକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ହେଲେ EWS କୋଟା ଲାଗୁ କରିବା ପୂର୍ବରୁ ମଧ୍ୟ ମୋଦି ସରକାର ଏଥିରେ ରାଜନୈତିକ ସହମତି ସ୍ଥାପନ କରିବାରେ ସଫଳ ହୋଇଥିଲେ। ଏହାର ପ୍ରଭାବ ଏତେ ସ୍ପଷ୍ଟ ହୋଇଥିଲା ଯେ ଯେତେବେଳେ ସୁପ୍ରିମକୋର୍ଟ ଏହାକୁ ଅନୁମୋଦନ କଲେ କଂଗ୍ରେସ ଏହା ସ୍ୱାଗତ କରିଥିଲା ଏବଂ ଦାବି କରିଥିଲା ଯେ ମନମୋହନ ସିଂ ସରକାର ସମୟରେ ଏହି କୋଟା କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଧାରା 370
୫ ଅଗଷ୍ଟ ୨୦୧୯ରେ ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଥିଲେ । ଭାରତୀୟ ସମ୍ବିଧାନରେ ଧାରା ୩୭୦ ବା Article 370 ଉଚ୍ଛେଦ କରିବା ପାଇଁ ସରକାର ଏକ ସଂକଳ୍ପ ଆଗତ କରିଥିଲେ । ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରକୁ ଦେଶ ବିକାଶର ମୁଖ୍ୟଧାରାରେ ସାମିଲ କରାଯାଇଥିଲା । ସଂସଦ ଭବନରେ ଏହି ସ୍ୱର୍ଣ୍ଣିମ ଫଇସଲା ଉପରେ ମୋହର ଲଗାଯାଇଥିଲା । ଜାମ୍ମୁ କାଶ୍ମୀରର ଆଞ୍ଚଳିକ ରାଜନୈତୀକ ଦଳର ନେତାମାନେ ଏହା ପୂର୍ବରୁ ବିଭିନ୍ନ ଚେତାବନୀ ଦେଉଥିଲେ। ଏପରିକି ତାଙ୍କୁ ପାକିସ୍ତାନ ଭାଷାରେ କଥା ହେଉଥିବା ଦେଖିବାକୁ ମିଳିଥିଲା।
ହେଲେ କେଉଁଠି ନା କେଉଁଠି କାଶ୍ମୀରବାସୀ ଦେଶ ତଥା ମୋଦି ସରକାରଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ଏତେ ବଡ ନିଷ୍ପତ୍ତି ପଛରେ ଦେଖାଯାଇଥିବା ରାଜନୈତିକ ଚିନ୍ତାଧାରା ଏବଂ ଜ୍ଞାନ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଲା । ସେହି ବର୍ଷ ଅଗଷ୍ଟ ପ୍ରଥମ ଚାରି ଦିନରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀର ସଜାଗତା କିପରି ବୃଦ୍ଧି ପାଇଥିଲା । ସମସ୍ତ ପ୍ରକାରର ପରିସ୍ଥିତିର ସମ୍ମୁଖୀନ ପାଇଁ ପ୍ରସ୍ତୁତ ଥିଲା ସେନା । ହେଲେ ସୁରକ୍ଷା କର୍ମୀମାନେ ଆଜି ପର୍ଯ୍ୟନ୍ତ ଏହା ବୁଝିପାରୁ ନାହାଁନ୍ତି ଯେ, ଏତେ ବଡ଼ ମିଶନ କିପରି କୌଣସି ଉତ୍ତେଜନା ବିନା ସମାପ୍ତ ହେଲା।
ବାବରି ମସଜିଦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି
୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ପବିତ୍ର ରାମ ଜନ୍ମଭୂମି ବିବାଦ ଉପରେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଣି କରିଥିଲେ । ହିନ୍ଦୁଙ୍କ ପକ୍ଷରେ ଆସିଥିବା ଏହି ନିଷ୍ପତ୍ତିକୁ ନେଇ ପ୍ରଥମେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଦେଶରେ ଏପରି ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ ଯେ ସମସ୍ତେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିରୁ ସ୍ୱିକାର କରିଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ ୭୦ ଏକର ଜମି ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ମନ୍ଦିର ଟ୍ରଷ୍ଟକୁ ସ୍ଥାନାନ୍ତରିତ ହୋଇଛି ଯେଉଁଥିରେ ରାମ ମନ୍ଦିର ନିର୍ମାଣ କରାଯାଇଛି।
0 Comments