ହିଂସାର ପ୍ରତିବାଦ
ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଓ ଅନ୍ୟମାନଙ୍କ) ବିରୋଧରେ ହିଂସା ଆରମ୍ଭ ହୋଇଛି । ହେଲେ ଏତେ ଦିନର ଅତ୍ୟାଚାର ସହି ସହି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ହିନ୍ଦୁ । ଗେରୁଆ ରଙ୍ଗର ପୋଷାକ ପିନ୍ଧି ହିନ୍ଦୁ ମାନେ ଏକତା ଦେଖାଉଛନ୍ତି । ଢ଼ାକା ସହରରେ ୧୦ ଲକ୍ଷରୁ ଅଧିକ ହିନ୍ଦୁ ଏକାଠି ହୋଇଛନ୍ତି। ଯାହାକୁ ନେଇ ଏବେ ଦିବାଦ ଅଧିକ ହେବ ବୋଲି ଆଶା କରାଯାଉଛି । ଶାନ୍ତିପୂର୍ଣ୍ଣ ଭାବରେ ସେମାନେ ପ୍ରତିବାଦ କରୁଛନ୍ତି । ଏକା ସାଙ୍ଗରେ ସମସ୍ତଙ୍କ ଠାରୁ ଶୁଭୁଛି ମହାମନ୍ତ୍ର ଓ ଜୟ ଶ୍ରୀରାମ ନାମ ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏପଟେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣାକୁ ନେଇ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରତିକ ସ୍ଥିତି ଏବଂ ଅତ୍ୟାଚାରର ସମୀକ୍ଷା କରୁଥିବା କୁହା ଯାଉଛି ।
0 Comments