Ticker

4/recent/ticker-posts

ଅଷ୍ଟମ ବେତନ କମିଶନ ରେ ୪୪ ପ୍ରତିଶତ ବଢିବ ଦରମା!! 8th pay commission

ଖୁବ୍ ଶୀଘ୍ର ଗଠନ ହୋଇପାରେ ଅଷ୍ଟମ ବେତନ କମିଶନ । ଏ ନେଇ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି । 
ଅଷ୍ଟମ ବେତନ କମିଶନ ସରକାର ଲାଗୁ କରିବାକୁ ନେଇ ଦେଶର ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା କରି ରହିଛନ୍ତି l କର୍ମଚାରୀଙ୍କ ଦରମାରେ ୪୪ ପ୍ରତିଶତ ବୃଦ୍ଧି ଆଶା କରା ଯାଉଛି।

ସୂଚନା ଯୋଗ୍ୟ ଯେ, ଆଗତ ହୋଇସାରିଛି ଦେଶର ପ୍ରଥମ ବଜେଟ୍‌ ।ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ ରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଆଯାଇଥିଲା । ବଜେଟରେ ପେନସନ୍‌ ସହିତ ଆୟ କରରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା l ଟ୍ୟାକ୍ସ ସ୍ଲାବ ଭଳି କିଛି ନୂତନ ନିୟମ ମଧ୍ୟ ଲାଗୁ କରାଯାଇଥିଲା। ଏହା ସହିତ କିଛି ସାମଗ୍ରୀ ଶସ୍ତା ହୋଇଥିଲା l ବଜେଟ୍‌ରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ନେଇ କେନ୍ଦ୍ର ସରକାର ବଡ ଘୋଷଣା କରିପାରନ୍ତି ବୋଲି ଆଶା କରିଥିଲେ କର୍ମଚାରୀ ।
ଅନ୍ୟପଟେ ବଜେଟ୍‌ରେ କର୍ମଚାରୀଙ୍କ ପାଇଁ ବଡ ଘୋଷଣା ହେବା ଆଶା କରାଯାଉଥିଲା । କିନ୍ତୁ ବଡ କଥା ହେଲା, ବେତନ ବୃଦ୍ଧି ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ ନେଇ ଆଗାମୀ କିଛି ଦିନରେ ବିଚାର କରିପାରନ୍ତି କେନ୍ଦ୍ର ସରକାର ।
କେନ୍ଦ୍ରୀୟ କର୍ମଚାରୀଙ୍କୁ ଦରମା ସହିତ ବିଭିନ୍ନ ପ୍ରକାରର ଭତ୍ତା ମିଳିଥାଏ । ଏହି ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ଘଟିବ । କିନ୍ତୁ, ୮ମ ବେତନ ଲାଗୁ ହେବା ପରେ ଏଥିରେ ସଂଶୋଧନ ମଧ୍ୟ କରାଯିବ । ଆଉ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ । କେବଳ ସେତିକି ନୁହେଁ ପେନସନ୍‌ଧାରୀଙ୍କ ପାଇଁ ମଧ୍ୟ ଏହା ବଡ ଖୁସି ଖବର ।
ସାଧାରଣତଃ ପ୍ରତି ୧୦ ବର୍ଷରେ ବେତନ କମିଶନ ବସିଥାଏ। ଏହା କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ସୁବିଧା ବାବଦରେ ତର୍ଜମା କରିଥାଏ। ତତ୍କାଳୀନ ବଜାର ଦର ଅନୁସାରେ ବେତନ କମିଶନ ଏହି ବୃଦ୍ଧି କରିଥାନ୍ତି। ସପ୍ତମ ବେତନ କମିଶନ ୨୮ ଫେବୃଆରୀ ୨୦୧୪ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିଲା। ଏହି କମିଶନ ତାର ରିପୋର୍ଟ ୧୯ ନଭେମ୍ବର ୨୦୧୫ରେ ଦାଖଲ କରିଥିଲା। ଏହାସହ ୧ ଜାନୁଆରୀ ୨୦୧୬ ରୁ ସପ୍ତମ ବେତନ କମିଶନ ଲାଗୁ ହୋଇଥିଲା।
ଅଷ୍ଟମ ବେତନ କମିଶନ ଲାଗୁ କରାଗଲା ପରେ କର୍ମଚାରୀଙ୍କ ଦରମା ବଢିବ । ଫିଟମେଣ୍ଟ ଫ୍ୟାକ୍ଟର୍ ଆଧାରରେ ପୁରୁଣା ଦରମା ଠାରୁ ଏହାକୁ ହିସାବ କରି କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଏହା ହେଲେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଯିବ । ପେନସନ୍‌ଭୋଗୀ ମଧ୍ୟ ଅଧିକ ଭତ୍ତା ପ୍ରଦାନ କରାଯିବ । ଅଷ୍ଟମ ବେତନ କମିଶନ ଲାଗୁ ହୋଇଗଲା ପରେ କର୍ମଚାରୀଙ୍କ ସର୍ବନିମ୍ନ ଦରମାରେ ୪୪.୪୪% ବୃଦ୍ଧି ପାଇପାରେ । ଏହିପରି ହିସାବ କଲେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମାରେ ବମ୍ପର ବୃଦ୍ଧି ହୋଇଯିବ l ପାଖାପାଖି ଡବଲ ହୋଇଯିବ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ଦରମା ।

Post a Comment

0 Comments