Ticker

4/recent/ticker-posts

ବବି କୋଣ ଠେଶା, BJD କୁ ପଡ଼ିବ ମହଙ୍ଗା

ପାଣ୍ଡିଆନ୍‌ ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡ଼ି ନେତାମାନେ ପୋଷ୍ଟର ଓ ବ୍ୟାନରରେ ନବୀନ ଓ ବବିଙ୍କ ଫଟୋ ମାରୁଥିଲେ । କିନ୍ତୁ ପାଣ୍ଡିଆନ ଶଙ୍ଖ ଫୁଙ୍କିବା ପରେ ସବୁ କିଛି ବଦଳି ଯାଇଥିଲା । ନେତାମାନେ ନିଜ ପୋଷ୍ଟରରେ ନବୀନଙ୍କ ସହ ପାଣ୍ଡିଆନଙ୍କ ଫଟୋ ହିଁ ରଖିଥିଲେ । ବବିଙ୍କ ଫଟୋ ଆଉ ଦେଖିବାକୁ ମିଳିନଥିଲା ।


ନିର୍ବାଚନ ବେଳେ ଏନେଇ ବବି ଅସନ୍ତୋଷ ପ୍ରକାଶ କରିବାରୁ ଦଳ ପକ୍ଷରୁ ତିନି ଜଣଙ୍କ ଫଟୋ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଚବିଶ ନିର୍ବାଚନ ହାରିବା ପରେ ଅଧିକାଂଶ ନେତା ଓ କର୍ମୀ ସିଧାସଳଖ ପାଣ୍ଡିଆନଙ୍କୁ ହିଁ ନିଶାନା ସାଧିଥିଲେ । ଯେଉଁଥିପାଇଁ ପାଣ୍ଡିଆନ ରାଜନୀତି ଛାଡ଼ି ଘରେ ବସିବାକୁ ବାଧ୍ୟ ହୋଇଥିଲେ । ଏବେ ସେ ସମ୍ମୁଖ ଭାଗରେ ନଥିଲେ ମଧ୍ୟ ବବିଙ୍କୁ ବିଜେଡ଼ି ରାଜନୀତିରେ ନିଷ୍ପ୍ରଭ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି ।

ଗତ ନିର୍ବାଚନରେ ବବି ପ୍ରାର୍ଥୀଙ୍କ ପାଖରେ ଟଙ୍କା ପହଁଚାଇ ପାରିନଥିବା ଚର୍ଚ୍ଚା ହେଉଛି । ବରଂ ବବି କେବଳ ସମ୍ବଲପୁରରେ ହିଁ ଟଙ୍କା ବର୍ଷା କରିଥିଲେ । ନିଜ ଟିକେଟ ସହ ସେ ମା'ଙ୍କ ପାଇଁ ମଧ୍ୟ ଟିକେଟ ନେଇଥିଲେ । କୋରେଇରେ ବିଜେଡ଼ିର ଭଲ ସ୍ଥିତି ଥିଲେ ମଧ୍ୟ ତାଙ୍କ ମା' ହାରିଯାଇଥିଲେ ।

ଏହାପଛରେ ଡାନି ଘଡେ଼ଇଙ୍କ ରଣନୀତି ଥିଲାବୋଲି ମଧ୍ୟ କୁହାଯାଉଛି । କାହିଁକିନା କୋରେଇ ଟିକେଟ ପାଇବା ପାଇଁ ଡାନି ନିଜର ଅଭିନେତ୍ରୀ ପତ୍ନୀ ଝିଲିକଙ୍କୁ ବେଶ କିଛିଦିନ ପ୍ରଚାର ମଇଦାନକୁ ଛାଡ଼ିଥିଲେ । ସେତେବେଳେ ପାଣ୍ଡିଆନଙ୍କ ଇସାରାରେ ଡାନି ଗୋଟି ଗଡ଼ାଉଥିବା ମଧ୍ୟ ରାଜନୀତିକ ମହଲରେ ଚର୍ଚ୍ଚା ହେଉଥିଲା । ସାଂଗଠନିକ ସମ୍ପାଦକ ଥିଲେ ମଧ୍ୟ ବବିଙ୍କୁ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ କମିଟିରେ ସ୍ଥାନ ମିଳିନାହିଁ ।

ଯାହାକୁ ନେଇ ବବି ଖପ୍ପା ଥିବାବେଳେ ଦଳ ପକ୍ଷରୁ ଚକ୍ରାନ୍ତ ହେଉଛି ବୋଲି ଅନୁମାନ କରୁଛନ୍ତି । ତେବେ ଗତ ତିନି ବର୍ଷ ଧରି ବବି ହିଁ ସାରା ଓଡ଼ିଶାର ବିଜେଡ଼ି ନେତାଙ୍କ ସହ ଯୋଗସୂତ୍ର ରକ୍ଷା କରୁଥିଲେ । ଯଦି ବବିଙ୍କୁ ଦଳ ଏଭଳି ଅପଦସ୍ତ କରାଏ ତେବେ ବିଜେଡ଼ି ପାଇଁ ତାହା ମହଙ୍ଗା ପଡ଼ିପାରେ ବୋଲି ତାଙ୍କର ସମର୍ଥକମାନେ ଆଲୋଚନା କରୁଛନ୍ତି ।

Post a Comment

0 Comments