Ticker

4/recent/ticker-posts

Birth and Death according to Yugdharma, How Many Births and Then Salvation ଜନ୍ମମୃତ୍ୟୁ ଓ ମୋକ୍ଷ

 ଯୁଗଧର୍ମ ଅନୁସାରେ ଜନ୍ମ-ମୃତ୍ୟୁ, କେତେ ଜନ୍ମ ପରେ ମିଳେ ମୋକ୍ଷ


ଆତ୍ମା ଜନ୍ମ ନେବା ପାଇଁ ବାଧ୍ୟ। ଭଗବାନ ମଧ୍ୟ ଏଥିରୁ ବାଦ୍‌ ନୁହନ୍ତି। ମତ୍ସ, କଛପ, ବରାହ, ସିଂହ, ମାନବ ଆଦି ବିଭିନ୍ନ ଯୋନିରେ ଜନ୍ମ ନେଇଛନ୍ତି ସ୍ବୟଂ ଭଗବାନ। ତେବେ ଥରେ ଏହି ଜୀବନଚକ୍ରରେ ସାମିଲ ହୋଇଗଲେ ପରମାତ୍ମା ସହ ବିଲୀନ ହେବା ପୂର୍ବରୁ କେତେ ଥର ଜନ୍ମ ନେବାକୁ ପଡେ ସେ ବାବଦରେ ସନାତନ ଧର୍ମ​‌ରେ ଉଲ୍ଲେଖ ରହିଛି। ଆସନ୍ତୁ ଏ ବାବଦରେ ଜାଣିବା ବିସ୍ତୁତ ଭାବେ।



 

ଶରୀର ନଶ୍ବର କିନ୍ତୁ ଆତ୍ମା ଅଜର, ଅମର। ନିଜର ବିଶୁଦ୍ଧ ରୂପ ପରମାତ୍ମାଙ୍କଠାରୁ ଯେତେବେଳେ ଆତ୍ମା ଅଲଗା ହୋଇଯାଏ ତାକୁ ୮୪ ଲକ୍ଷ ଯୋନି ଦେଇ ଯାତ୍ରା କରିବାକୁ ହୁଏ। ମୋକ୍ଷ ପ୍ରାପ୍ତି ସହ ପରମାତ୍ମାରେ ବିଲୀନ ନ ହେବା ପର୍ଯ୍ୟନ୍ତ ଆତ୍ମାକୁ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ଜନ୍ମ ନେବାକୁ ପଡେ। ଆତ୍ମା ସେହି ଗୋଟିଏ ରହେ ମାତ୍ର ଶରୀର ବାରମ୍ବାର ବଦଳି ଚାଲିଥାଏ। ​‌ସେ  କ୍ଷୁଦ୍ରାତି କ୍ଷୁଦ୍ର କୀଟପତଙ୍ଗଠାରୁ ଆରମ୍ଭ କରି ବୃହତ କାୟ ଜୀବ ଭାବେ ଜନ୍ମ ନିଏ। କେତେ​‌ବେଳେ ଜଳରେ ପୁଣି କେତେବେଳେ ଭୂମିରେ ଜନ୍ମ ନିଏ। କେତେକ ଜୀବର ଜୀବନ ବହୁ ସ୍ବଳ୍ପ ହୋଇଥିବାବେଳେ କେତେକ ଜୀବ ଦୀର୍ଘାୟୁୁ ହୁଏ।  ଏହି ଜୀବନଚକ୍ରରୁ ଭଗବାନ ମଧ୍ୟ ବାଦ ନୁହନ୍ତି। ତାଙ୍କୁ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ଯୋନିରେ ଜନ୍ମ ନେବାକୁ ପଡିଛି। (ଭଗବାନଙ୍କ ବିଭିନ୍ନ ଅବତାର କିଭଳି ଡାରଉଇନଙ୍କ ମତବାଦଙ୍କୁ ମଧ୍ୟ ପ୍ରମାଣିତ କରୁଛି ସେ ବାବଦରେ ଆଉ କେ​‌େ​‌ବ ଆଲୋଚନା କରିବା)

ଜୀବନଚକ୍ରରେ ଏକ ଆତ୍ମା କେତେକାଳ ରହିବାକୁ ପଡେ ତାକୁ ନେଇ ହିନ୍ଦୁ ଶାସ୍ତ୍ରରେ ଉଲ୍ଳେଖ ରହିଛି। ତେବେ ଏଥିପାଇଁ ପ୍ରଥମେ ଯୁଗର ହିସାବ ବୁଝିବାକୁ ପଡିବ। କାରଣ ଯୁଗର ଧର୍ମ ଅନୁସାରେ ଜୀବଦ୍ଦଶା ଭୋଗିବାକୁ ପଡେ। 

ଶାସ୍ତ୍ରରେ ସମୟକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ଯଥା: ସତ୍ୟ, ତ୍ରୈତୟା, ଦ୍ବାପର ଓ କଳି। ଏହାକୁ ଚାରିଯୁଗ ବୋଲି କୁହାଯାଏ। ଏହି ଚାରିଯୁଗ ହେଉଛି ଭଗବାନଙ୍କ ୧୨ ହଜାର ଦିବ୍ୟ ବର୍ଷ (୩୬୦ ମାନବ ବର୍ଷ)। ଏହି ଅନୁସାରେ ଗୋଟିଏ ଚାରିଯୁଗରେ ୪୩ଲକ୍ଷ ୨୦ ହଜାର ମାନବ ବର୍ଷ ହୋଇଥାଏ। ଏହି ଚାରିଯୁଗକୁ ମଧ୍ୟ ୭୧ ଥର ଘୂରିବାକୁ ପଡିଥାଏ। ଏହାକୁ ଏକ ମନୁ କୁହାଯାଏ। ଗୋଟିଏ ମନୁରେ ୩୦ କୋଟି ୬୭ ଲକ୍ଷ ୨୦ ହଜାର ମାନବ ବର୍ଷ ହୋଇଥାଏ। ଏହି ମନୁକୁ ମଧ୍ୟ ୧୪ ଥରି ଘୂରିବାକୁ ପଡିଥାଏ। ଏହାକୁ ଏକ କଳ୍ପ କୁହାଯାଏ। ଗୋଟିଏ କଳ୍ପ ୪ ଆରବ ୨୯ କୋଟିି ୪୦ ଲକ୍ଷ ମାନବ ବର୍ଷ। ଏହି କଳ୍ପ ମଧ୍ୟ  ଅନନ୍ତ ଥର ଘୂରିଥାଏ। ଏହାକୁ ଏକ ବ୍ରହ୍ମ କୁହାଯାଏ। ଜନ୍ମ, ମୃତ୍ୟୁର ଚକ୍ର ଏହି ଯୁଗ, ମନୁ, କଳ୍ପ, ବ୍ରହ୍ମ ମଧ୍ୟରେ ନିରନ୍ତର ଚାଲି ରହିଥାଏ। ଏହି ଅନୁସାରେ ଦେଖିବାକୁ ଗଲେ ଗୋଟିଏ ଆତ୍ମା ପାଖରେ କୋଟି କୋଟି ସୁଯୋଗ ରହିଛି ଜନ୍ମ ନେବାର । ତେବେ ସବୁ ଆତ୍ମା ଯେ ସବୁ ସମୟରେ ଏହି ଜୀବନଚକ୍ର ମଧ୍ୟରେ ଛନ୍ଦି ହୋଇ ରହିଥାନ୍ତି ସେଭଳି ନୁହେଁ। କୌଣସି ମଧ୍ୟ ଆତ୍ମା ଜନ୍ମ ନେବା ପାଇଁ ମୁଖ୍ୟତଃ ଦୁଇଟି ପ୍ରମୁଖ କାରଣ ରହିଥାଏ। ପ୍ରଥମତଃ ଜୀବର କର୍ମ ଏବଂ ଦ୍ବିତୀୟତଃ ଯୁଗର ଆବଶ୍ୟକତା ଏବଂ ପରିସ୍ଥିତି।

ଏବେ ଆଲୋଚନା କରିବା ଯୁଗଧର୍ମ ଅନୁସାରେ କିଭଳି ଆତ୍ମା ଜନ୍ମ ମୃତ୍ୟୁ ଚକ୍ରରେ ସାମିଲ ହୋଇଥାନ୍ତି। 

ସତ୍ୟ ଯୁଗ: 

ସତ୍ୟଯୁଗରେ ଆତ୍ମାମାନେ ବସବାସ କରୁଥିଲେ। ତେଣୁ ଏହି ଯୁଗକୁ ଆତ୍ମାର ଯୁଗ ବୋଲି ମଧ୍ୟ କୁହାଯାଏ। ସତ୍ୟଯୁଗ ୧୭ ଲକ୍ଷ ୨୮ ହଜାର ବର୍ଷର ରହିଥିଲା। ଏହି ଯୁଗରେ ଭଗବାନ ୪ଟି ଅବତାର ମତ୍ସ୍ୟ, କଚ୍ଛପ, ବରାହ ଓ ନୃସିଂହ ଅବତାର ନେଇଥିଲେ। ଏହି ଯୁଗରେ ସାମାନ୍ୟ ମଣିଷ ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରେ। ଦୀର୍ଘାୟୁ ସହିତ ଏହି ଯୁଗରେ ମଣିଷମାନେ ଅତ୍ୟନ୍ତ ଦୀର୍ଘ ଥିଲେ। ସେମାନଙ୍କ ଉଚ୍ଚତା ପ୍ରାୟ ୩୨ ଫୁଟ (୨୧ ହାତ)। ଯୁଗଧର୍ମ ଅନୁସାରେ ସତ୍ୟଯୁଗରେ ମଧ୍ୟ ଆତ୍ମାର ମୃତ୍ୟୁ ହୁଏ। କିନ୍ତୁ ଏହି ଯୁଗରେ ଇଚ୍ଛାମୃତ୍ୟୁର ମଧ୍ୟ ଶକ୍ତି ରହେ। ତେଣୁ ଆବଶ୍ୟକତା ଅନୁସାରେ ସେମାନେ ଶରୀର ଛାଡି ପାରୁଥିଲେ। ଏହି ଯୁଗରେ ପାପର ମାତ୍ରା ଶୂନ ପ୍ରାୟ ଥିଲା। ମାତ୍ର ପରବର୍ତ୍ତୀ ଯୁଗଗୁଡିକରେ ପାପର ମାତ୍ରା ସହ ଯୁଗର ଆୟୁଷ ହ୍ରାସ ପାଇଥିଲା। 

ତ୍ରୈତୟା: 

ଏହି ଯୁଗରେ ରାମ ମନୁଷ୍ୟ ଭାବେ ଅବତାର ନେଇଥିଲେ।  ଏହି ଯୁଗରେ ୧୨ ଲକ୍ଷ ୯୬ ହଜାର ବର୍ଷ। ଏହି ଯୁଗରେ ସାଧାରଣ ମନୁଷ୍ୟର ଆୟୁ ୧୦ହଜାର ବର୍ଷ। କିନ୍ତୁ ସାଧାରଣ ମନୁଷ୍ୟ ପାଖରେ ଇଚ୍ଛାମୃତ୍ୟୁ ଶକ୍ତି ନଥିଲା। ତେଣୁ ରାମଙ୍କୁ ଜଳସମାଧୀ ନେବାକୁ ପଡିଥିଲା। (ରାମ କାହଁିକି ଓ କେବେ ଜଳସମାଧୀ ନେବା ପାଇଁ ମନସ୍ଥ କଲେ ସେ ସଂପର୍କରେ ଅନ୍ୟ କେବେ ଆଲୋଚନା କରିବା)ଏହି ସମୟରେ ମନୁଷ୍ୟର ଉଚ୍ଚତା ପ୍ରାୟ୨୧ ଫୁଟ ରହୁଥିଲା।  

ଦ୍ବାପର: 

ଦ୍ବାପର ଯୁଗରେ କୃଷ୍ଣ ଭଗବାନ ଜନ୍ମ ନେଇଥ​‌ିଲେ। ପାପଭାର ବୃଦ୍ଧି ସହ ଲୋକଙ୍କ ଆୟୁ ହ୍ରାସ ପାଇଥିଲା। ଏହି ଯୁଗର ସମୟ ହେଉଛି ୮ ଲକ୍ଷ ୬୪ହଜାର ବର୍ଷ। ସାଧାରଣ ମନ୍ୟୁଷର ଆୟୁ ପ୍ରାୟ ୧ ହଜାର ବର୍ଷ ରହୁଥିଲା। ଏହି ସମୟରେ ମଣିଷର ଉଚ୍ଚତା ପ୍ରାୟ ୧୧ ଫୁଟ ରହୁଥିଲା।

କଳି: 

ଶାସ୍ତ୍ର ଅନୁସାରେ କଳିଯୁଗ ହେଉଛି ୪ଲକ୍ଷ ୩୨ ହଜାର ବର୍ଷ। ଏହି ଯୁଗରେ ଏକ ଆତ୍ମା ୪୫ ଥର ଜନ୍ମ ନେଇଥାଏ। ଏହି ସମୟରେ ସାଧାରଣ ମନୁଷ୍ୟର ବୟସ ପ୍ରାୟ ୧୦୦ ବର୍ଷ। 

ତେବେ ଚାରି ଯୁଗ ମଧ୍ୟରେ କଳିଯୁଗକୁ ଶ୍ରେଷ୍ଠ ବୋଲି କୁହାଯାଇଛି। କାରଣ ଏହି ସମୟରେ ମନୁଷ୍ୟ ସ୍ବଳ୍ପାୟୁ ହୋଇଥିବାରୁ କେବଳ ସତ୍‌କର୍ମ ବଳରେ ମଧ୍ୟରେ ମୋକ୍ଷ ପ୍ରାପ୍ତି ହୋଇ ପାରିବ । ଏଠି ଅନ୍ୟ ତିନି ଯୁଗ ଭଳି ବାର ବର୍ଷର ତପସ୍ୟାର କୌଣସି ଆବଶ୍ୟକତା ହିଁ ନାହଁି। ଭଗବାନଙ୍କ ପ୍ରତି ସମର୍ପଣ ଭାବ ଦ୍ବାରା ମଧ୍ୟ ମୋକ୍ଷ ପ୍ରାପ୍ତି ହୋଇପାରିବ। ତେଣୁ ଭଗବତ୍‌ ଚିନ୍ତା କରି ସତ୍‌କର୍ମ ସମସ୍ତଙ୍କ କାମ୍ୟ ​ହେବା ଉଚିତ ।

Translation:

Birth and Death according to Yugdharma, How Many Births and Then Salvation


The soul is bound to be born. God is no exception. God himself has taken birth in different yonis like fish, tortoise, lion, human etc. However, Sanatan Dharma mentions how many times a person has to take birth before becoming one with the Supreme Being after joining this cycle of life. Let us know about it in detail.

The body is mortal but the soul is eternal, immortal. When the soul gets separated from its pure form then the soul has to travel in 84 lakh yonis. The soul has to take birth in different forms at different times till it attains salvation and merges with the supreme being. The soul remains the same but the body keeps changing. These microscopic creatures range from small insects to large creatures. It takes birth sometimes in water and sometimes on land. Some creatures have a very short life while others have a long life. Even God is not out of this cycle of life. They also had to take birth in different yonis at different times. (Let us talk a little more about how the different incarnations of God also prove Darwin's theory.)

There is a reference in Hindu scriptures about the existence of the soul at some point in its life cycle. So for this, first of all we have to understand the calculation of the Yuga. Because according to the Yugadharma, one has to suffer.

In the scriptures, time is divided into four parts. Such as: Satya, Traitaya, Dwapara and Kili. This is called Charyuga. This Charyuga is equal to 12 thousand divine years (360 human years) of God. According to this, there are 43 lakh 20 thousand human years in one Char Yuga. This Char Yuga also has to rotate 71 times. This is called Manu. One Manu is of 30 crore 67 lakh 20 thousand human years. This Manu also has to move for 14 hours. This is called illusion. One cycle is of 4 billion 29 crore 40 lakh human years. This universe also keeps rotating for eternity. This is called breath. The cycle of birth and death continues in this Yuga, Manu, Kalpa and Brahma. Accordingly, a soul gets billions of opportunities to take birth. However, it is not that all souls are continuously immersed in this cycle of life. There are two main reasons for the birth of any soul. First is the karma of the living being and second is the needs and circumstances of the Yuga.

Now let us discuss how the soul is involved in the cycle of birth and death according to Yugadharma.

Satya Yuga: Satya Yuga was inhabited by souls. Hence this age is also called the age of soul. Satyuga lasted for 17 lakh 28 thousand years. In this age, God took 4 incarnations of Matsya, Kaphapa, Varaha and Narasimha. In this age, the average human being could live up to 100,000 years. In this age, humans had very long life. Their height is about 32 feet (21 hands). According to Yugdharma, the soul dies in Satya Yuga too. But in this Yuga, the power of death also remains. So that they can leave the body as per the need. The amount of sin in this Yuga was almost zero. But in the later Yugas, due to the increase in the amount of sin, the age of the Yugas decreased.

Treitaya: In this Yuga, Ram took incarnation in the form of a human. In this Yuga, the age of 12 lakh 96 thousand years. In this Yuga, the average age of a human being is 10 thousand years. But the common man did not have the willpower to die. So Ram had to take Jal Samadhi. (Let's talk about Ram Kayahiki and did he ever decide to take Jal Samadhi) At this time the height of the human being was about 21 feet.

Dwapar Yuga: Lord Krishna was born in Dwapar Yuga. As the burden of sin increased, the life expectancy of people decreased. The duration of this Yuga is 8 lakh 64 thousand years. The average human lived about 1,000 years. At this time, man was about 11 feet tall.

Kaliyug: According to the scriptures, Kaliyug is 4 lakh 32 thousand years old. In this age, a soul takes birth 45 times. The average age of a man at this time is about 100 years.

However, out of the four yugas, Kiya Yuga is said to be the best. Because at this time man has a short lifespan and can attain salvation only by good deeds. There is no need for twelve years of penance like in the other three yugas. Salvation can also be attained by devotion to God. Therefore, thinking about God should be the duty of every person.

Post a Comment

0 Comments