Ticker

4/recent/ticker-posts

RDCଙ୍କୁ WODC ଅଧ୍ୟକ୍ଷ ଦାୟିତ୍ଵ କେତେ ଯୁକ୍ତିଯୁକ୍ତ?? 🤔🤔

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଉତ୍ତରାଞ୍ଚଳ RDCଙ୍କୁ ପ୍ରଦାନ ପରେ ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସତେ ଯେପରି ରାଜ୍ୟ ସରକାର ଏକ ଗୁରୁତର ତ୍ରୁଟି କରି ପକାଇଛନ୍ତି। ଯେପରି ଶୁଣା ଯାଉଥିଲା ପୂର୍ବତନ ବିଧାୟକ ନାଉରୀ ନାୟକଙ୍କୁ ଏହି ପଦ ଦିଆ ଯାଇଥିଲେ ହୁଏତ ଲୋକଙ୍କ ପ୍ରତିକ୍ରିୟା ସ୍ଵାଭାବିକ ହୋଇଥାନ୍ତା। ତେବେ ଜାଣି ରଖିଥାନ୍ତୁ କେତେଦିନ ଆମେ ବିକାଶ ପରିଷଦ ଅଧ୍ୟକ୍ଷ ପଦକୁ ଏକ ଥଇଥାନ କେନ୍ଦ୍ର କରି ରଖିବା। ଗତ ନିର୍ବାଚନରେ ରେଙ୍ଗାଲି ଆସନରୁ ହାରିଥିବା ବ୍ୟକ୍ତି କିଭଳି କ୍ୟାବିନେଟ୍ ପାହ୍ୟା ପାଇଁ ଯୋଗ୍ୟ ହୋଇ ଥାଆନ୍ତେ। ଶ୍ରୀ ନାୟକ ମୋର ଶତ୍ରୁ ନୁହନ୍ତି ; ତାଙ୍କ ନାମ ଏହି ପଦ ପାଇଁ  ସର୍ବାଧିକ ଚର୍ଚ୍ଚାରେ ରହିଥିବାରୁ ତାଙ୍କ ନାମ କେବଳ ବ୍ୟବହାର କରା ଯାଇଛି। ତାଙ୍କ ଜାଗାରେ ଅନ୍ୟ କାହାକୁ ଥଇଥାନ କରାଯିବା କୁହା ଯାଇଥିଲେ ମୋର ବକ୍ତବ୍ୟ ସମାନ ରହିଥାନ୍ତି।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଉତ୍ତରାଞ୍ଚଳ RDCଙ୍କୁ ପ୍ରଦାନ ରାଜ୍ୟ ସରକାରଙ୍କ ଏକ ଉତ୍ତମ ତଥା ବୁଦ୍ଧିମାନ ନିଷ୍ପତି। ବିଗତ ଦିନରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ପ୍ରଦାନ ପରେ RDC ଙ୍କ କାର୍ଯ୍ୟ ପରିସର ସଙ୍କୁଚିତ ହୋଇ ଯାଇଥିଲା। ଏହା ଦ୍ବାରା ଏକ ମାନବ ସମ୍ବଳର କମ୍ ଉପଯୋଗ ସହ ଉଚ୍ଚ ସରକାରୀ ଦରମା ପ୍ରଦାନ ମୂଲ୍ୟହୀନ ଥିଲା। ନୂତନ ବ୍ୟବସ୍ଥାରେ ଜଣେ ବରିଷ୍ଠ ଅଭିଜ୍ଞ ସମ୍ପନ୍ନ ପ୍ରଶାସକଙ୍କୁ ପୁଣି ଥରେ ଗୁରୁ ଦାୟୀତ୍ବ ପ୍ରଦାନ କରାଯାଇଛି। ଗୋଟିଏ ଦରମାରେ ଦୁଇଟି କାମ ସଫଳତାର ସହିତ ହେବାର ଆଶା କରାଯାଉଛି। ସେହିପରି ପାଣ୍ଠି ଆବଣ୍ଟନ ଜଣେ ଶିକ୍ଷିତ ବ୍ୟକ୍ତି ହାତରେ ରହିବ ଦ୍ଵାରା ଏହାର ସୁଷମା ବଣ୍ଟନର ଆଶା କରାଯାଏ। ଜାଣିଥାନ୍ତି ଏବେ ବିକାଶ ପରିଷଦର ପାଣ୍ଠି ୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅବସରପ୍ରାପ୍ତ ନ ହୋଇ ସରକାରୀ ଚାକିରୀରେ ଥିବାରୁ ସେ ଏ ପାଣ୍ଠିର ଦୁରୁପଯୋଗ କରିବାକୁ କମ୍ ସାହାସ କରିବାର ଆଶା କରାଯାଏ। 
ବିଗତ ଦିନରେ WODC ଅଧ୍ୟକ୍ଷ ପଦରେ ତଥାକଥିତ ଭଦ୍ରବ୍ୟକ୍ତିଙ୍କୁ ଥଇଥାନ କରାଯିବା ଦ୍ବାରା କିଭଳି ହିନସ୍ଥା ହେବାକୁ ପଡ଼ିଛି ତାହା ଦେଖିବାକୁ ମିଳିଛି। ତେଣୁ ସରକାରୀସ୍ତରରେ ଆରମ୍ଭ ହୋଇଥିବା ଏହି ନିଷ୍ପତ୍ତିକୁ ବିରୋଧ ବଦଳରେ ପର୍ଯ୍ୟବେକ୍ଷଣ କରିବାର ଆବଶ୍ୟକତା ରହିଛି।

Post a Comment

0 Comments