ଆରମ୍ଭ ହୋଇଯାଇଛି ଜନଗଣନା। ତେବେ ଯେଭଳି ଭାବେ ଜନଗଣନା ହେଉଛି ଏଥିରୁ ଯେ ପ୍ରକୃତ ତଥ୍ୟ ଭାରତ ସରକାର ପାଇବେ ତାହା ମନେ ହେଉନାହିଁ। ମୁଖ୍ୟତଃ ହିନ୍ଦୁଙ୍କ ସଂଖ୍ୟା ନେଇ ଭୀଷଣ ଗଡବଡ ଆଶଙ୍କା ରହୁଛି। ଖ୍ରୀଷ୍ଟିଆନ ଧର୍ମକୁ ପରିବର୍ତ୍ତିତ ହୋଇ ସାରିଥିବା ବହୁ ପରିବାର ନିଜକୁ ଆଦିବାସୀ (ହିନ୍ଦୁ) ଭାବେ ଦର୍ଶାଇଥାନ୍ତି । ଏହାଦ୍ବାରା ସେମାନେ 'ଡବଲ୍ ବେନିଫିଟ୍' (ଏପଟେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ସୁବିଧା ଏବଂ ସେପଟେ ଏସ.ଟି ସଂରକ୍ଷଣ)ର ସୁବିଧା ନେଇଥାନ୍ତି। ମୁଁ ବ୍ୟକ୍ତିଗତ ଭାବେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଓ କିସିଣ୍ଡା ଅଞ୍ଚଳରେ ଏଭଳି ବହୁ ଛଦ୍ମବେଶୀ ପରିବାର ରହୁଥିବାର ଜାଣେ। ବଡ଼କଥା ହେଲା ନକଲି ଆଦିବାସୀଙ୍କ କଥା କହୁଥିବା ବହୁ ଆଦିବାସୀ ସଂଘ ମଧ୍ୟ ଅନ୍ତତଃ ସେମାନଙ୍କ କଥା ତୁଣ୍ଡରେ ଧରନ୍ତି ନାହିଁ?? ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହୁଥିବା ସତ୍ତ୍ବେ ସେମାନଙ୍କ ପାଖକୁ ଆଦିବାସୀ ବିକାଶ ନାମରେ ରାସ୍ତା, ବିଦ୍ୟୁତ୍ ଭଳି ସରକାରୀ ସୁବିଧା ଯୋଗାଇ ଦେବା ପାଇଁ କିଛି ପ୍ରଶାସନିକ ଅଧିକାରୀ ଭାରି ତତ୍ପରତା ଦେଖାଇ ଆସିଛନ୍ତି। ଯେତେବେଳେ କି ଏହି ସଂରକ୍ଷିତ ଜଙ୍ଗଲରୁ ଶୁଖିଲା କୁଟା ଖଣ୍ଡିଏ ଆଣିବା ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ବହୁ ହଇରାଣ ହେବାକୁ ପଡ଼ିଥାଏ। କିନ୍ତୁ ଇତି ମଧରେ ଝାରଖଣ୍ଡ ଅଞ୍ଚଲରୁ ତଡିପାର ହୋଇ ଆସିଥିବା ଏହି ପରିବାର ସବୁ ସଂରକ୍ଷିତ ଜଙ୍ଗଲକୁ ପଦା କରି ସାରିଲେଣି। ବହୁ ବିରୋଧାଭାସ ସତ୍ତ୍ବେ ସେମାନେ ନିଜକୁ ଆଦିବାସୀ କହି ପ୍ରକୃତ ଆଦିବାସୀଙ୍କ ହକ କୁ ଅପହରଣ କରିନେବେ।
ଜାଣି ରଖନ୍ତୁ ଭାରତରେ ଜନଗଣନା କେବଳ ଜନସଂଖ୍ୟାର ଗଣନା ନୁହେଁ, ବରଂ ଏହା ଆଗାମୀ ସରକାରୀ ଯୋଜନାଗୁଡ଼ିକର ମୂଳଦୁଆ। ଯଦି ଲୋକମାନେ ନିଜର ପ୍ରକୃତ ଧାର୍ମିକ ପରିଚୟ ଲୁଚାଇ ଭୁଲ ତଥ୍ୟ ପ୍ରଦାନ କରନ୍ତି, ତେବେ ଏହା ଦେଶର ବିକାଶ ଏବଂ ସାମାଜିକ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇବ। ଏହି ପରିପ୍ରେକ୍ଷୀରେ ବହୁ ସମସ୍ୟା ଦେଖାଦେଇପାରେ।
ପ୍ରଥମତଃ ହେଲା ସରକାରୀ ଯୋଜନା ଦିଗହରା ହେବାର ଆଶଙ୍କା ରହିଥାଏ। ସରକାର ବଜେଟ୍ ଏବଂ ସୁବିଧାଗୁଡ଼ିକର ବଣ୍ଟନ 'ଧାର୍ମିକ ସଂଖ୍ୟାଲଘୁ' ଏବଂ 'ଅନୁସୂଚିତ ଜାତି/ଜନଜାତି' ସଂଖ୍ୟା ଆଧାରରେ କରିଥାନ୍ତି। ଯଦି କେହି ଖ୍ରୀଷ୍ଟିଆନ ହୋଇ ମଧ୍ୟ ନିଜକୁ ହିନ୍ଦୁ ବା କେବଳ ଏସ.ଟି (ST) ବୋଲି ଦର୍ଶାନ୍ତି, ତେବେ ସଂଖ୍ୟାଲଘୁ କଲ୍ୟାଣ ପାଇଁ ଆସୁଥିବା ପାଣ୍ଠି କମିଯାଇପାରେ।ପ୍ରକୃତ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚିବାକୁ ଥିବା ସୁବିଧା ବାଟମାରଣା ହୋଇଥାଏ।
ଏହା ଦ୍ବାରା ଜନସଂଖ୍ୟା ତଥ୍ୟରେ ସନ୍ତୁଳନ ଆଶଙ୍କା ରହିଥାଏ।
ଜନଗଣନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ପ୍ରକୃତ ଚିତ୍ର ସାମ୍ନାକୁ ଆଣିବା। ଯଦି ଧର୍ମ ପରିବର୍ତ୍ତନ ପରେ ମଧ୍ୟ ଲୋକେ ପୁରୁଣା ପରିଚୟ ଲେଖାନ୍ତି, ତେବେଦେଶର ପ୍ରକୃତ ଧାର୍ମିକ ଜନସଂଖ୍ୟାର ପରିସଂଖ୍ୟାନ କେବେବି ସଠିକ୍ ମିଳିବ ନାହିଁ। ନୀତି ନିର୍ଦ୍ଧାରକମାନେ ଭାବିବେ ଯେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଂଖ୍ୟା ସ୍ଥିର ଅଛି, କିନ୍ତୁ ବାସ୍ତବରେ ସେଠାରେ ପରିବର୍ତ୍ତନ ହୋଇସାରିଥାଏ।
ଏହାସହ ଜଣା ପଡ଼ିବନି ସଂରକ୍ଷଣର ପ୍ରକୃତ ହକଦାର କିଏ। ଯେତେବେଳେ ବଡ଼ ଆକାରରେ 'ଡବଲ୍ ବେନିଫିଟ୍' (ଏପଟେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ସୁବିଧା ଏବଂ ସେପଟେ ଏସ.ଟି ସଂରକ୍ଷଣ) ନିଆଯାଏ, ତେବେ ଯେଉଁ ଆଦିବାସୀମାନେ ନିଜର ମୂଳ ଧର୍ମ ଓ ପରମ୍ପରା ସହ ଜଡ଼ିତ, ସେମାନେ ପଛୁଆ ହୋଇ ରହିଯାଆନ୍ତି।
ସେହିପରି'ଏସ.ଟି ପଟ୍ଟା' ହାତଛଡ଼ା ନକରିବା ପାଇଁ ଅନେକ ଲୋକ ନିଜର ପରିଚୟ ବଦଳାନ୍ତି ନାହିଁ। ଜନଗଣନାରେ ଭୁଲ ତଥ୍ୟ ଦେବା ଦ୍ୱାରା ଜମିର ଆଇନଗତ ରେକର୍ଡ ଏବଂ ଜନସଂଖ୍ୟା ତଥ୍ୟ ମଧ୍ୟରେ ତାଳମେଳ ରହେନାହିଁ। ଭବିଷ୍ୟତରେ ଭୂସଂସ୍କାର ଏବଂ ଆଦିବାସୀ ଅଧିକାର ସମ୍ପର୍କିତ ଆଇନ ପ୍ରଣୟନରେ ବାଧା ସୃଷ୍ଟି ହୁଏ।
ପଞ୍ଚମରେ ଭୁଲ ଗବେଷଣା ଓ ସାମାଜିକ ମାନଚିତ୍ର ଆସିଥାଏ।
ଆନ୍ତର୍ଜାତୀୟ ସ୍ତରରେ ଯେତେବେଳେ ଭାରତର ରିପୋର୍ଟ ଉପସ୍ଥାପନ କରାଯାଏ, ସେତେବେଳେ ଜନଗଣନା ତଥ୍ୟର ବ୍ୟବହାର ହୁଏ। ଭୁଲ ସୂଚନା ଯୋଗୁଁ ସମାଜବିଜ୍ଞାନୀମାନେ ଭୁଲ ନିଷ୍କର୍ଷରେ ପହଞ୍ଚିବେ। ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନର ସଠିକ୍ ଆକଳନ କରାଯାଇପାରିବ ନାହିଁ।
ଜନଗଣନାରେ 'ସ୍ୱେଚ୍ଛାକୃତ ଘୋଷଣା' ଉପରେ ବିଶ୍ୱାସ କରାଯାଏ। ତେବେ ତଥ୍ୟର କଡ଼ାକଡ଼ି ଯାଞ୍ଚ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହୁଛି।
0 Comments